ଦୁଇବର୍ଷ ପୁରିଗଲା,ତଥାପି ସମାଧାନ ହୋଇ ପାରିଲାନାହିଁ ସୁଶାନ୍ତ ସିଂହ ରାଜପୁତ କେସ, ବରଂ CBI ଦେଲା ଏମିତି ବୟାନ..

0

Get real time updates directly on you device, subscribe now.

ବଲିଉଡ ରାଇଜିଂ ସୁପରଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ଦୁଇବର୍ଷ ହୋଇଯାଇଛି କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ରହସ୍ୟ ପର୍ଦାଫାଶ ହୋଇ ପାରିଲାନାହିଁ। ସୁଶାନ୍ତଙ୍କୁ ବଲିଉଡରେ କାମ କରିବାରେ 10 ବର୍ଷ ହୋଇସାରିଥିଲା। ଟିଭି ଇଣ୍ଡଷ୍ଟ୍ରିରୁ ନିଜ କ୍ୟାରିଅର ଆରମ୍ଭ କରିଥିବା ଏହି ଷ୍ଟାର ବଲିଉଡରେ ଫିଲ୍ମରେ କାମ କରି ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ। କିନ୍ତୁ ଜୁନ 14 ତାରିଖ 2020 ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ଫ୍ଲାଟରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ଓ ଏହାର କେସ ସମାଧାନ ପାଇଁ CBI କୁ ହସ୍ତାନ୍ତର କରା ଯାଇଥିଲା କିନ୍ତୁ ଏହାର ସମାଧାନ ଏଯାଏଁ ହୋଇ ପାରିଲାନାହିଁ ଓ CBI ଏହା ଉପରେ କୌଣସି ମତ ଦେବାକୁ ମନା କରିଦେଇଛି।

ସୁଶାନ୍ତ ସିଂହ ରାଜପୁତ ମାମଲାରେ CBI ଚୁପ:-

ସୁଶାନ୍ତ ସିଂହ ରାଜପୁତ ମାମଲାରେ ତାଙ୍କର ଫ୍ୟାନ୍ସ ମାନେ ଲାଗାତର ଗୁହାରି ଲଗାଉଛନ୍ତି କି, ସୁଶାନ୍ତଙ୍କୁ ନ୍ୟାୟ ମିଳୁ। ତାଙ୍କ ପରିବାର ଲୋକେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ପାଖରେ ଗୁହାରି କରୁଛନ୍ତି। କିନ୍ତୁ 2 ବର୍ଷ ପରେ ମଧ୍ୟ ଏହି କେସ ର କୌଣସି ସମାଧାନ ହୋଇ ପାରିନାହିଁ। ପୁନେର ସାମାଜିକ କାର୍ଯ୍ୟକର୍ତା ପ୍ରଫୁଲ ସାରଦା RTI ଜରିଆରେ ସୂଚନା ମାଗିଥିଲେ କି, ସୁଶାନ୍ତଙ୍କ ମାମଲା କେଉଁ ପର୍ଯ୍ୟନ୍ତ ପହଞ୍ଚିଛି। କିନ୍ତୁ CBI ତରଫରୁ କୌଣସି ମାମଲା ଉପରେ ପଜିଟିଭ ରେସ୍ପନ୍ସ ଆସିନାହିଁ ଓ ପୁଣିଥରେ ଫ୍ୟାନ୍ସଙ୍କୁ ନିରାଶ ହେବାକୁ ପଡ଼ିଛି।

ସିବିଆଇ ର କହିବା ହେଲା ସୁଶାନ୍ତ ସିଂହ ରାଜପୁତଙ୍କ କେସ ରେ ଏବେପର୍ଯ୍ୟନ୍ତ ଇନଭେସ୍ଟିଗେଟ ଜାରି ରହିଛି। ପ୍ରୋଗ୍ରେସର ସୂଚନା ଦେଇ ଦେଲେ କେସ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବ। ଏଥିପାଇଁ କୌଣସି ସୂଚନା ଦିଆଯାଇ ପାରୁନାହିଁ। ମାମଲା ଯାଞ୍ଚ ଜାରି ରହିଛି। ଜଣାଇଦେଉଛୁ ସୁଶାନ୍ତଙ୍କ ନିଧନ ପରେ NCB କୁ ମଧ୍ୟ ଡ୍ରଗ୍ସ ଇଂଭେସ୍ଟିଗେଟ ପାଇଁ ଡ଼କା ଯାଇଥିଲା। ଏହି ସମୟରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ପଚରା ଉଚରା ପାଇଁ ଡ଼କାଯାଇଥିଲା। ରିଆଙ୍କୁ ଜେଲର ହାୱା ଖାଇବାକୁ ପଡ଼ିଥିଲା ଓ ବର୍ତ୍ତମାନ ସେ ନୂଆ ଜୀବନ ଆରମ୍ଭ କରୁଛନ୍ତି।

ଦେଶବାସୀଙ୍କ ହୃଦୟ ଭାଙ୍ଗିଲା:-

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଦେଶ ଦୁଇଭାଗରେ ବିଭକ୍ତ ହୋଇଯାଇଥିଲା। ସୁଶାନ୍ତ ସିଂହଙ୍କ ସପକ୍ଷରେ ବହୁତ ଲୋକ ଥିବାବେଳେ ନେପଟିଜିମ ମାନଙ୍କୁ ନେଇ ବହୁତ ବିବାଦ ଦେଖିବାକୁ ମିଳିଥିଲା। ଏହି ସମୟରେ ବୟକଟ ଟ୍ରେଣ୍ଡ ଏମିତି ଚାଲିଥିଲା କି, ଲୋକଙ୍କ ଘୃଣା ଇଣ୍ଡଷ୍ଟ୍ରି ଉପରେ ଦେଖିବାକୁ ମିଳିଥିଲା। ସୁଶାନ୍ତ ବିହାରର ଅଟନ୍ତି ଓ ସେ ନିଜର ଟ୍ୟାଲେଣ୍ଟ ଦ୍ୱାରା ନିଜର ପରିଚୟ ବନାଇଥିଲେ। ଲୋକେ ତାଙ୍କୁ ଏକ ରୋଲ ମଡେଲ ପରି ଦେଖୁଥିଲେ। ତାଙ୍କର ମୃତ୍ୟୁ ହେବାପରେ ଦେଶବାସୀ ମାନେ ଭାଙ୍ଗି ପଡ଼ିଥିଲେ। ଅଭିନେତାଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ଥିଲା ଓ ଏହି ଫିଲ୍ମରେ ସୁଶାନ୍ତଙ୍କ ଅପୋଜିଟ ରେ ସଂଜନା ସାଂଗୀ ଥିଲେ।

Leave A Reply

Your email address will not be published.