Business Idea : ଯେକୌଣସି ସିଜିନରେ ଆରମ୍ଭ କରନ୍ତୁ ଏହି ବିଜନେସ, ପ୍ରତି ମାସରେ ହେବ ଲକ୍ଷ ଲକ୍ଷ ଟଙ୍କାର ରୋଜଗାର,ଜାଣନ୍ତୁ ବ୍ୟବସାୟ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ଯଦି ଆପଣ ବିଜନେସ କରିବାକୁ ଭାବୁଛନ୍ତି, ତେବେ ପେପର ନାପକିନ୍ସ ବିଜନେସକୁ ଆପଣାଇ ପାରିବେ । ଏହି ବିଜନେସକୁ ଆରମ୍ଭ କରିବାପାଇଁ ସରକାର ମଧ୍ୟ ସାହାଯ୍ୟ କରୁଛନ୍ତି । ପେପର ନାପକିନ ତିଆରିର ମ୍ୟାନ୍ୟୁଫାକଚରିଂ ୟୁନିଟ୍ ଲଗାଇ ବହୁତ୍ ରୋଜଗାର କରିପାରିବେ । ଆମେ ଆପଣଙ୍କୁ କହିବୁ ଯେ ଏହି ବିଜନେସକୁ ଆରମ୍ଭ କଲେ କେତେ ଖର୍ଚ୍ଚ ହେବ ଏବଂ କେତେ ରୋଜଗାର ହେବ ।

କୁହାଯାଉଛି ଯେ ଆଜିକାଲିର ବଦଳୁଥିବା ଜୀବନଶୈଳୀରେ ଟିଶ୍ୟୁ ପେପର ଅର୍ଥାତ୍ ନାପକିନକୁ ବହୁତ୍ ଅଧିକ ଲୋକ ବ୍ୟବହାର କରୁଛନ୍ତି । ସାଧାରଣତଃ ଗୋଟିଏ ଟିଶ୍ୟୁ ପେପରକୁ ହାତ ଏବଂ ପାଟି ସଫା କରିବାପାଇଁ ବ୍ୟବହାର କରାଯାଏ । ଏହାକୁ ପ୍ରାୟ ସବୁ ସ୍ଥାନରେ ବ୍ୟବହାର କରାଯାଉଛି, ଯେପରିକି ରେଷ୍ଟୁରାଣ୍ଟ, ହୋଟେଲ, ଢ଼ାବା, ଅଫିସ, ହସ୍ପିଟାଲ୍ ଇତ୍ୟାଦି ।

କେତେ ବିନିଯୋଗ କରିବେ :-

ଯଦି ଆପଣ ପେପର ନାପକିନ ଅର୍ଥାତ୍ ଟିଶ୍ୟୁ ପେପରର ମ୍ୟାନ୍ୟୁଫାକଚରିଂ ୟୁନିଟ୍ ଲଗାଇବାକୁ ଚାହୁଁଛନ୍ତି, ତେବେ ପ୍ରାୟ 3.50 ଲକ୍ଷ ଟଙ୍କାର ବ୍ୟବସ୍ଥା କରିବାକୁ ପଡ଼ିବ । ଏତେ ପଇସା ହେବାପରେ ଯେକୌଣସି ବ୍ୟାଙ୍କ୍ ପାଖରେ ମୁଦ୍ରା ସ୍କିମ ଅନୁଯାୟୀ ଲୋନ ପାଇଁ ଆବେଦନ କରିପାରିବେ । 3.50 ଲକ୍ଷ ଟଙ୍କା ଆପଣଙ୍କ ପାଖରେ ଥିବା କାରଣରୁ ବ୍ୟାଙ୍କରୁ ଆପଣଙ୍କୁ ପ୍ରାୟ ଟର୍ମ ଲୋନ ଭାବରେ ପ୍ରାୟ 3.1 ଲକ୍ଷ ଟଙ୍କା ଏବଂ ବ୍ୟାଙ୍କିଙ୍ଗ କ୍ୟାପିଟାଲ ଲୋନ 5.30 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିଯିବ । ବର୍ଷକୁ 1.50 ଲକ୍ଷ କିଲୋଗ୍ରାମ ପେପର ନାପକିନ ଉତ୍ପାଦନ କରାଯାଇପାରେ । ଏହାକୁ ପ୍ରତି କିଲୋଗ୍ରାମ ପିଛା ପ୍ରାୟ 65 ଟଙ୍କାରେ ବିକ୍ରି କରିପାରିବେ । ଅର୍ଥାତ୍ ଆପଣ ବର୍ଷକୁ ପ୍ରାୟ 97.50 ଲକ୍ଷ ଟଙ୍କାର ଟର୍ନଓଭର କରିପାରିବେ । ଯଦି ଏଥିରୁ ସବୁ ଖର୍ଚ୍ଚ ବାହାର କରି ଦିଆଯାଏ, ତେବେ ପ୍ରାୟ ବର୍ଷକୁ 10-12 ଲକ୍ଷ ଟଙ୍କା ସଞ୍ଚୟ ହୋଇପାରେ ।

ମୁଦ୍ରା ଯୋଜନା ଅଧୀନରେ କରନ୍ତୁ ଆବେଦନ :-

ଏଥିପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଯେକୌଣସି ବ୍ୟାଙ୍କରେ ମଧ୍ଯ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ ଗୋଟିଏ ଫର୍ମ ପୂରଣ କରିବାକୁ ପଡ଼ିବ, ଯେଉଁଥିରେ ଏହି ଡିଟେଲ ଦେବାକୁ ପଡ଼ିବ । ନାମ, ଠିକଣା, ବିଜନେସ ଆଡ୍ରେସ, ଏଜୁକେଶନ, ବର୍ତ୍ତମାନର ଇନକମ ଏବଂ କେତେ ଲୋନ ଦରକାର୍ । ଏଥିରେ କୌଣସି ପ୍ରକାରର ପ୍ରୋସେଶିଂ ଫିସ କିମ୍ବା ଗ୍ୟାରେଣ୍ଟି ଫିସ ମଧ୍ୟ ଦେବାକୁ ପଡେନାହିଁ । ଲୋନର ଆମାଉଣ୍ଟ ସହଜ କିସ୍ତିରେ ଫେରାଇ ପାରିବେ ।

Leave A Reply

Your email address will not be published.