ବିଏଡ଼ ଛାତ୍ରୀ ଜଣକ ଉତ୍ପୀଡ଼ନ ସହ୍ୟ କରିନପାରି ହାରିଲେ ନିଜ ଜୀବନ,ପାଞ୍ଚଜଣ ଛାତ୍ର, ଜଣେ ଶିକ୍ଷକ ଓ ଜଣେ ମହିଳା ଶିକ୍ଷୟିତ୍ରୀ ଦେଉଥିଲେ ଉତ୍ପୀଡ଼ନ !

0

Get real time updates directly on you device, subscribe now.

ଜଣେ ଛାତ୍ରୀ ନିଜ ଆଖିରେ ସ୍ୱପ୍ନ ନେଇ ମାମୁଁ ଘର ପଢ଼ିବାକୁ ଆସିଥିଲା। ତାଙ୍କ ପିତା ମଧ୍ୟ ଝିଅର ଭବିଷ୍ୟତକୁ ଦେଖି ମାମୁଁ ଘର ପଢ଼ିବାକୁ ଛାଡ଼ିଥିଲେ। କିନ୍ତୁ ସେ କଲେଜ ଆସିବାପରେ ତାଙ୍କୁ ଉତ୍ସାହ କରିବା ପରିବର୍ତ୍ତେ ତାଙ୍କୁ ହୃଦୟକୁ କଷ୍ଟ ହୋଇଥିଲା। କିଛି ସହ ସାଙ୍ଗ ସାଥି ଓ କିଛି ଶିକ୍ଷକ ତାଙ୍କୁ ଏମିତି ଉତ୍ପୀଡ଼ନ ଦେଇଥିଲେ କି, ସେ ସହ୍ୟ କରିନପାରି ନିଜ ଜୀବନ ହାରିଥିଲେ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ମାମଲା ବିଷୟରେ।

ରାଜସ୍ଥାନ ର ଭରତପୁର ଜିଲ୍ଲାର ହଲିନା ଥାନା ଅଞ୍ଚଳରୁ ଏକ ପ୍ରାଇଭେଟ କଲେଜରେ ପିଲାଟି ବିଷ ପିଇ ଆତ୍ମହତ୍ୟା କରିଛି। ବିଷ ପିଇବା ପରେ ବହୁତ କଷ୍ଟ ଯନ୍ତ୍ରଣାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଖରାପ କାମ କରିବାକୁ ଚାହୁଁଥିବାର ଆରୋପ:-

ଏହି ମାମଲା ଉପରେ ଝିଅଟିର ପିତା ହଲିନା ଥାନାରେ ସାତଜଣଙ୍କ ଉପରେ ଅଭିଯୋଗ ଆଣୁଛନ୍ତି। ସେ ଅଭିଯୋଗରର କହିଛନ୍ତି କିଜ଼ ପାଞ୍ଚଜଣ ଛାତ୍ର, ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ତାଙ୍କ ଝିଅକୁ ଉତ୍ପୀଡ଼ନା ଦେଇ ଆସୁଥିଲେ। ମୃତକାଙ୍କ ପିତା ସେହି କଲେଜର ପାଞ୍ଚଜଣ ଛାତ୍ରଙ୍କ ଉପରେ ଅଭିଯୋଗ ଆଣିଥିଲେ କି, ସେମାନେ ତାଙ୍କ ଝିଅ ସହିତ ଖରାପ କାମ କରିବାକୁ ଚାହୁଁଥିଲେ। ସେମାନେ ସର୍ବଦା ଝିଅଟିକୁ ଡ଼ରାଉଥିଲେ, ଧମକାଉଥିଲେ ଯାହାଦ୍ୱାରା ଝିଅଟି ବାଧ୍ୟ ହେଉଥିଲା। ଏହାପୂର୍ବରୁ ମୃତକାଙ୍କ ପିତା କଲେଜରେ ଅଭିଯୋଗ ଆଣିଥିଲେ କିନ୍ତୁ ତାଙ୍କୁ ଫେରାଇ ଦିଆଯାଇଥିଲା।

ଛାତ୍ରୀ ଜଣକ ଉଦ୍ୟୋଗ ନଗର ଥାନା ଅଞ୍ଚଳର ଗୋଟିଏ ଗ୍ରାମରେ ରୁହନ୍ତି। କିନ୍ତୁ ସେ ଏଠାରେ ନିଜ ମାମୁଁଙ୍କ ପାଖରେ ବିଏ ବିଏଡ଼ ପାଠ ପଢ଼ୁଥିଲେ। କୁହାଯାଉଛି ଏପ୍ରିଲ 5 ତାରିଖରେ ଯେତେବେଳେ ଝିଅଟି କଲେଜ ପହଞ୍ଚିଥିଲା ସେତେବେଳେ ତାଙ୍କୁ ବହୁତ ପ୍ରତାଡ଼ିତ କରାଗଲା। ଏହାପରେ ଛାତ୍ରୀ ଘରକୁ ଫେରି ବିଷ ପିଇ ଆତ୍ମହତ୍ୟା କରିଥିଲା।

ଚିକିତ୍ସା ସମୟରେ ଯନ୍ତ୍ରଣାଦାୟକ ମୃତ୍ୟୁ:-

ଏହାପରେ ପରିଜନ ତାଙ୍କୁ ଆରବିଏମ ହସ୍ପିଟାଲ ନେଇଥିଲେ ଓ ସେଠାରେ ତାଙ୍କର ଭର୍ତ୍ତି ହୋଇଥିଲା। କିନ୍ତୁ ହସ୍ପିଟାଲରେ ଚିକିତ୍ସା ନେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପୂର୍ବରୁ ଝିଅଟି ବହୁତ ଛଟପଟ ହୋଇଥିଲା। ଏହାପରେ ପୋଲିସ ସେଠାରେ ପହଞ୍ଚି ଶବକୁ ପୋଷ୍ଟ ମାର୍ଟମ କରି ପରିଜନଙ୍କୁ ହସ୍ତାନ୍ତର କରିଥିଲା। ଏହାପରେ ଏପ୍ରିଲ 6 ତାରିଖରେ ମୃତକାଙ୍କ ପିତା ପୋଲିସ ଷ୍ଟେସନ ପହଞ୍ଚି ମାମଲା ରୁଜୁ କରିଥିଲେ।

ପୋଲିସ ଯାଞ୍ଚରେ ଲାଗି ପଡ଼ିଲା:-

ହଲିନା ଥାନା ପୋଲିସ ମୃତକାଙ୍କ ପିତାଙ୍କ ରିପୋର୍ଟରେ ଆରୋପୀଙ୍କ ବିପକ୍ଷରେ ମାମଲା ଦର୍ଜ କରିସାରିଛି। ସେ ସମ୍ପୂର୍ଣ୍ଣ ମାମଲାକୁ ପୋଲିସ ହାତରେ ଟେକି ଦେଇଛନ୍ତି। ପୋଲିସ ଏହି ମାମଲାରେ ବର୍ତ୍ତମାନ କିଛିବି କହୁନାହିଁ। ପୋଲିସ ର କହିବା ହେଲା ସେ ସମ୍ପୂର୍ଣ୍ଣ ମାମଲାକୁ ପ୍ରଥମେ ଯାଞ୍ଚ କରିବ ଓ ପରେ ଆରୋପୀଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

Leave A Reply

Your email address will not be published.