ଏହି ସୁପରଷ୍ଟାରଙ୍କୁ ଦକ୍ଷିଣ ଭାରତର ଅମ୍ବାନୀ କୁହାଯାଏ ଯାହା ପାଖରେ ରହିଛି ମୋଟ 369 ଟି ଗାଡ଼ି। ଜାଣନ୍ତୁ କିଏ ସେ ହିରୋ ?

0

Get real time updates directly on you device, subscribe now.

ଧନୀ ମାନଙ୍କ ଶୋଉକ ମଧ୍ୟ ବହୁତ ଅଧିକ ହୋଇଥାଏ। ସେ ମହଙ୍ଗା ମହଙ୍ଗା ଜିନିଷକୁ ନିଜ କଲେକ୍ସନରେ ସାମିଲ କରିବାକୁ ପଛାନ୍ତି ନାହିଁ। ବଲିଉଡ ହିରୋଙ୍କ କଥା ହେଉ କିମ୍ବା ଅନ୍ୟ କୌଣସି ଫିଲ୍ମ ଇଣ୍ଡଷ୍ଟ୍ରିର, ପ୍ରତ୍ୟେକ ସୁପରଷ୍ଟାର କାର କଲେକ୍ସନର ଶୋଉକ ରଖିଥାନ୍ତି। ଏହି ଲିଷ୍ଟରେ ଦକ୍ଷିଣ ଫିଲ୍ମର ଷ୍ଟାର ମୋମଟିଙ୍କ ନାଁ ସାମିଲ ରହିଛି।

ମୋମଟି ନିଜ କ୍ୟାରିଅରରେ 380 ରୁ ଅଧିକ ଫିଲ୍ମ କରିସାରିଛନ୍ତି। ତାଙ୍କୁ ସାଉଥର ଆମ୍ବାନୀ ରୂପରେ ମଧ୍ୟ ମାନାଯାଇଥାଏ। ମୋମଟି ବହୁତ ନାମ ଓ ଟଙ୍କା କମାଇ ସାରିଛନ୍ତି। ତାଙ୍କ ପାଖରେ ଏତେ ଗାଡ଼ି ଅଛି ଯେ ସେ ନିଜର ଦିନଚର୍ଯ୍ୟାରେ ବହୁତ ସାରା ଗାଡ଼ି ପରିବର୍ତ୍ତନ କରିଥାଆନ୍ତି। ଏତିକି ହିଁ ନୁହେଁ ମିଡ଼ିଆ ରିପୋର୍ଟସ ଅନୁସାରେ ତାଙ୍କର ମୋଟ ସମ୍ପତ୍ତି 210 କୋଟି ବୋଲି କୁହାଯାଉଛି। ଏହାସହ 369 ଗାଡ଼ିର ମଧ୍ୟ ସେ ମାଲିକ ଅଟନ୍ତି, ଯେଉଁଠି ଶସ୍ତାରୁ ଆରମ୍ଭ କରି ମହଙ୍ଗା ପର୍ଯ୍ୟନ୍ତ ବହୁତ ସାରା ଗାଡ଼ି ସାମିଲ ରହିଛି।

ମୋମଟି ଜଣେ ଅଭିନେତା ହେବାସହ ପୂର୍ବରୁ ସେ ଜଣେ ଓକିଲ ମଧ୍ୟ ରହି ଆସିଛନ୍ତି। ସେ ଅଭିନୟ ପୂର୍ବରୁ ନିଜ ପ୍ରାରମ୍ଭିକ ଜୀବନରେ ଓକିଲାତି କରିବାକୁ ଚାହୁଁଥିଲେ। ଯେଉଁଥି ପାଇଁ ସେ ଏରନାକୁଲମ ଲ କଲେଜରୁ ନିଜ ଏଲଏଲବି ଶିକ୍ଷା ସମାପ୍ତ କରିଥିଲେ। କିନ୍ତୁ ତାଙ୍କ ଭାଗ୍ୟରେ ଫିଲ୍ମ ଇଣ୍ଡଷ୍ଟ୍ରି ଲେଖାଥିଲା। ତାଙ୍କ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ଏକ ବରଦାନ ସଦୃଶ ଥିଲା କାରଣ ଇଣ୍ଡଷ୍ଟ୍ରିରୁ ତାଙ୍କୁ ବେଶୁମାର ଦୌଲତ ସହିତ ପ୍ରେମ ମଧ୍ୟ ମିଳିଥିଲା।

ଏହି ଲକଜୁରୀୟସ ଗାଡ଼ି ଗୁଡ଼ିକ ରହିଛି ସାମିଲ:-

ମୋମଟି ନିଜର ପ୍ରଫେସନାଲ ଲାଇଫ ସହିତ ନିଜର ବ୍ୟକ୍ତିଗତ ଲାଇଫକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ମୋମଟି ଅସଲ ଜୀବନରେ ଗାଡ଼ି ଗୁଡ଼ିକ ପ୍ରତି ବହୁତ ଶୋଉକୀନ ଅଟନ୍ତି। ତାଙ୍କୁ ନେଇ ଏହାମଧ୍ୟ କୁହାଯାଏ କି, ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସେ ପ୍ରଥମ ଅଭିନେତା ଅଟନ୍ତି ଯିଏକି ପ୍ରଥମେ ଅଡ଼ି କାର କିଣିଥିଲେ।

ମୋମଟିଙ୍କ କଲେକ୍ସନରେ LC 200, ଫେରାରୀ, ମର୍ସିଡିଜ୍ ଏବଂ ଅଡି, ପୋର୍ଚେ, ଟୟୋଟା ଫର୍ଚ୍ୟୁନର୍, Mini Cooper S, F10 BMW 530d ଏବଂ 525d, BMW M3, Mitshubishi ପାଜେରୋ ସ୍ପୋର୍ଟ, ଭୋଲ୍ସୱେଗେନ ପାସେଟ X2 ବ୍ୟତୀତ ଅଡ଼ି ଓ ଜାଗୁଆର ରହିଛି। ଯାହାକୁ ସେ ମୋଡ଼ିଫାଏ କରାଇଛନ୍ତି।

କେତେକ ବ୍ରାଣ୍ଡସ ଗୁଡ଼ିକର ଆମ୍ବାସଡାର ମଧ୍ୟ ଅଛନ୍ତି :-

ସେ ନିଜ ଅଭିନୟ ଦ୍ୱାରା ଏତେ ଲୋକପ୍ରିୟତା ବଢ଼ାଇଛନ୍ତି ଯେ, ଆଜି ନାମିଦାମୀ ବ୍ରାଣ୍ଡ ତାଙ୍କୁ ନିଜର ଆମ୍ବାସଡାର ବନାଉଛନ୍ତି। ଏଥିରେ ବ୍ୟୁଟି ଶପ ଠୁ ଆରମ୍ଭ କରି ବ୍ୟାଙ୍କ ଶପ ମଧ୍ୟ ସାମିଲ ରହିଛି। ମୋମଟି ସାଉଥ ଇଣ୍ଡିଆନ ବ୍ୟାଙ୍କ, ଇନ୍ଦୁଲେଖା ହ୍ଵାଇଟ ଶପ, କଲ୍ୟାଣ ସିଳ୍କ, ସାରସ ଓ Environment କଞ୍ଜରଭେସନ ପ୍ରୋଜେକ୍ଟର ବିଜ୍ଞାପନ କରିଥାଆନ୍ତି। ମୋମଟିଙ୍କ ଏଣ୍ଡୋର୍ସମେଣ୍ଟ ଫିସ ଏକକୋଟି ଟଙ୍କା ପ୍ରତି ପ୍ରଡକ୍ଟ ଅଟେ।

କୋଟିଏ ଟଙ୍କାର ବଙ୍ଗଳାରେ ରହୁଛନ୍ତି ମୋମଟି:-

ଜଣାଇଦେଉଛି ମୋମଟିଙ୍କ ଆଲିଶାନ ଘର କୋଚିର କେସି ଜେସିଫ ରୋଡ଼ରେ ଅବସ୍ଥିତ। ଏହି ଘର ସେ 2012 ମସିହାରେ କିଣିଥିଲେ। ସେ ଯେଉଁ ଘରେ ରହୁଛନ୍ତି ତାହାର ଦାମ 4 କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ସେ 1979 ମସିହାରେ ସୁଲଫଳଙ୍କୁ ବିବାହ କରିଥିଲେ ଓ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛନ୍ତି।

Leave A Reply

Your email address will not be published.