ମାର୍କେଟକୁ ଆସିଲା ନୂଆ ଇଲେକ୍ଟ୍ରିକ ବାଇକ, ଥରେ ମାତ୍ର ଫୁଲ୍ ଚାର୍ଜ କରାନ୍ତୁ ଏବଂ ୨୦୦ କିଲୋମିଟର ପର୍ଯ୍ୟନ୍ତ ଗାଡି ଚଳାନ୍ତୁ !

0

Get real time updates directly on you device, subscribe now.

ବର୍ତ୍ତମାନ ସମୟରେ ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ଲୋକମାନଙ୍କ ମନ ଆଉ ପେଟ୍ରୋଲ ଚାଳିତ ଇଞ୍ଜିନ ଆଡକୁ ମନ ବଢୁନାହିଁ। କେବଳ ସେତିକି ନୁହେଁ ପେଟ୍ରୋଲ ଡିଜେଲ ଭଳି ତୈଳକୁ ସଂରକ୍ଷଣ କରିବା ପାଇଁ ନୂଆ ନୂଆ ଉଦ୍ଭାବନ କରାଯାଉଛି। ବର୍ତ୍ତମାନ ସମୟରେ ଲୋକମାନଙ୍କ ମନରେ ଇଲେକ୍ଟ୍ରିକ୍ ଗାଡି ପ୍ରତି ଉତ୍ସାହ ବୃଦ୍ଧି ହେବାରେ ଲାଗିଛି। ତେଣୁ ଅନେକ ଗୁଡିଏ କମ୍ପାନୀ ଲୋକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ଫିଚର୍ଷର ଇଲେକ୍ଟ୍ରିକ୍ ବାଇକ ଏବଂ କାର ଆଦି ବାହାର କରୁଛନ୍ତି।

ବର୍ତ୍ତମାନ ସମୟରେ ଭାରତରେ ଓବେନ୍ ଇଲେକ୍ଟ୍ରିକ ମୋଟରସାଇକେଲ କମ୍ପାନୀ ଅନ୍ୟ ଇଲେକ୍ଟ୍ରିକ ମୋଟରସାଇକେଲ କମ୍ପାନୀ ଠାରୁ ଅନ୍ୟତମ। ଯାହାକି ଦେଶବାସୀଙ୍କ ପାଇଁ ଏକ ଜବରଦସ୍ତ ଲୁକ ବାଇକ ନେଇ ଆସିଛି। ଓବେନ୍ ଇଲେକ୍ଟ୍ରିକ ମୋଟରସାଇକେଲ କମ୍ପାନୀ ନୂଆ କରି ବାହାର କରିଥିବା ଇ-ବାଇକର ନାମ ହେଉଛି ଓବନ ରୋର (Oben Rorr)। ଏହାବ୍ୟତୀତ ୨୦୨୨ ଶେଷ ସୁଦ୍ଧା କମ୍ପାନୀ ଅନ୍ୟ ଦୁଇ ମଡେଲ ବାଇକ ବାହାର କରିବାକୁ ଯାଉଛି।

ବିଭିନ୍ନ ସହରରେ ଏହି ବାଇକ୍ ର ମୂଲ୍ୟ କେତେ:-

କମ୍ପାନୀ ବାହାର କରିଥିବା ଇ-ବାଇକର ମୂଲ୍ୟ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହିଛି। ମହାରାଷ୍ଟ୍ରରେ Oben Rorr ବାଇକର ମୂଲ୍ୟ ୯୯,୯୯୯ ଟଙ୍କା ଥିବା ବେଳେ ଦିଲ୍ଲୀରେ ଏହାର ମୂଲ୍ୟ ୧.୦୩ ଲକ୍ଷ, ସେହିଭଳି ଗୁଜୁରାଟରେ ଏହାର ମୂଲ୍ୟ ୧.୦୫ ଲକ୍ଷ, ରାଜ୍ୟସ୍ଥାନରେ ୧.୧୫ ଲକ୍ଷ, କର୍ଣ୍ଣାଟକ ଓ ତେଲେଙ୍ଗାନାରେ ଏହାର ମୂଲ୍ୟ ୧.୨୫ ଲକ୍ଷ ରହିଛି। ତେବେ ମାର୍ଚ୍ଚ ୧୮ ତାରିଖରୁ କମ୍ପାନୀ ଏହି ବାଇକ ବୁକିଙ୍ଗ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛି। ବୁକିଙ୍ଗ ସମୟରେ ଆପଣଙ୍କୁ ୯୯୯ ଟଙ୍କା ଦେବାକୁ ପଡିବ। ସେହିଭଳି ଜୁଲାଇ ୨୦୨୨ ଠାରୁ କମ୍ପାନୀ ବାଇକ ଗ୍ରାହକଙ୍କୁ ଦେବା ଆରମ୍ଭ କରିବ ବୋଲି ଘୋଷଣା କରିଛି। ଜବରଦସ୍ତ ଲୁକ ସହ ଷ୍ଟାଇଲିସ ମଧ୍ୟ କରାଯାଇଛି ବାଇକକୁ ଏଲଇଡି ହେଡ ଲାଇଟ ସହ ସପ୍ଲିଟ ସିଟ ରହିଛି।

ଥରେ ଚାର୍ଜ କଲେ ଯାତ୍ରା କରିବେ ୨୦୦ କିମି:-

ଓବେନ୍ ଙ୍କ କହିବାନୁଯାୟୀ, ମାତ୍ର ୩ ସେକେଣ୍ଡରେ ବାଇକ ୦-୪୦ କିମି ପ୍ରତିଘଣ୍ଟା ପର୍ଯ୍ୟନ୍ତ ଗତିରେ ଯାଇପାରେ। ସେହିଭଳି ୧୦୦କିମି ପ୍ରତିଘଣ୍ଟାରେ ଗତିରେ କରି ପାରିବ ବୋଲି କହିଛନ୍ତି। କମ୍ପାନୀ ଏକଥା ମଧ୍ୟ କହିଛି ଯେ ମାତ୍ର ଥରେ ଫୁଲ ଚାର୍ଜ କଲେ ୨୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରି ପାରିବ। ବିଶେଷ କରି ବାଇକର ମୋଡ଼ ଉପରେ ନିର୍ଭର କରେ ଯାହାକି ୧୦୦-୧୫୦ କିମି ପର୍ଯ୍ୟନ୍ତ ଯାତ୍ରା କରି ପାରିବ।ବାଇକ ସହ ତିନୋଟି ରାଇଡିଂ ମୋଡ଼ ଦିଆଯାଇଛି।

ଜବରଦସ୍ତ ଫିଚର୍ସ ସହ ହୋଇଛି ଲଞ୍ଚ:-

ଓବେନ ରୋର ଆଗରେ ଟେଲିସ୍କୋପିକ୍ ଫଙ୍କସ୍ ଏବଂ ପଛରେ ମୋନୋଶକ୍ ସସପେନ୍ସନ୍ ଦିଆଯାଇଛି। ବାଇକର ଉଭୟ ଚକରେ ଡିସ୍କ ବ୍ରେକ୍ ରହିଛି କିନ୍ତୁ କମ୍ପାନୀ ଏବିଏସ ଦେବା ଭୁଲି ଯାଇଛି। ଅନ୍ୟ ଫିଚର୍ସରେ ଏଲସିଡି ଇଂସ୍ତ୍ରୁମେଣ୍ଟ ଓ ସ୍ମାର୍ଟ ଫୋନ କଣ୍ଟ୍ରୋଲ ମଧ୍ୟ ଦେଇଛି। ତେବେ ବାଇକର ସମୁଦାୟ ଓଜନ ୧୩୦ କିଗ୍ରା ରହିଛି।

Leave A Reply

Your email address will not be published.