ହିରୋଇନ ସହିତ ଫୋନରେ ଖରାପ କଥାବାର୍ତ୍ତା କରୁଥିଲା ସ୍ପଟ୍ ବୟ, ଡେପୁଟି କଲେକ୍ଟରଙ୍କ ଝିଅ ଆସି ଏମିତି ଓହ୍ଲାଇଦେଲେ ପ୍ରେମ,ପଢନ୍ତୁ ପୁରା ଖବର

0

Get real time updates directly on you device, subscribe now.

ଛତିଶଗଡରେ ସିନେମାକୁ ଛାଲିଉଡ କୁହାଯାଏ । ସବୁ ସ୍ଥାନ ପରି ଏଠାରେ ମଧ୍ୟ ହିରୋଇନମାନଙ୍କର ଶୋଷଣ ଏବଂ ସେମାନଙ୍କୁ ହଇରାଣ କରିବାର କାରନାମା ଆରମ୍ଭ ହୋଇଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ ଏଠାରେ ଜଣେ ସ୍ପଟ୍ ବୟ ହିଁ ହିରୋଇନମାନଙ୍କୁ ହଇରାଣ କରୁଥିଲା । ସେ ସେମାନଙ୍କୁ ଫୋନ୍ କରି ଖରାପ କଥା କହୁଥିଲା । ତେବେ ଏଥର ଅଫିସରଙ୍କ ଝିଅକୁ ଭୁଲରେ ଫୋନ୍ କରିବା ତାକୁ ଭାରି ପଡ଼ିଗଲା ।

ବିଳାସପୁରରୁ ସାମ୍ନାକୁ ଆସିଲା ମାମଲା :-

ହିରୋଇନକୁ ହଇରାଣ କରିବାର ଏହି ମାମଲା ଛତିଶଗଡର ବିଳାସପୁରରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ସ୍ପଟ୍ ବୟ ଛାଲିଉଡର ହିରୋଇନ୍ ଏବଂ ଏଠାକୁ କାମ ଖୋଜିବାକୁ ଆସିଥିବା ଝିଅମାନଙ୍କୁ ଫୋନରେ ହଇରାଣ କରୁଥିଲା । ଅଭିଯୁକ୍ତ ଜଣକ ବିଲାସପୁରର ତୋରବାର ବାସିନ୍ଦା ଅଟନ୍ତି । ସେ ଛାଲିଉଡରେ ସ୍ପଟ୍ ବୟ ଭାବେ ଚାକିରି କରନ୍ତି ।

ସେ ପ୍ରଥମେ କାମ ଖୋଜି ଆସିଥିବା ଯୁବତୀଙ୍କ ସହିତ ପରିଚିତ ହେଉଥିଲା । ଏହାପରେ ବାହାନା କରି ସେମାନଙ୍କ ଫୋନ୍ ନମ୍ବର ନେଉଥିଲା । ସେହିପରି ସେ ଛତିଶଗଡରେ କାମ ଦେବାର ମିଛ ସ୍ବପ୍ନ ମଧ୍ୟ ସେମାନଙ୍କୁ ଦେଖାଉଥିଲା । କେବଳ ଏତିକି ନୁହେଁ, ସେଠିକାର ହିରୋଇନ୍ ମାନଙ୍କର ନମ୍ୱର୍ ବି ଖୋଜି ଆଣୁଥିଲା । ଏହାପରେ ଖାଲି ସମୟରେ ସେମାନଙ୍କୁ ଫୋନ୍ କରି ଖରାପ କଥାବାର୍ତ୍ତା କରୁଥିଲା ।

ଅଫିସରଙ୍କ ଝିଅକୁ କରିଦେଲା ଫୋନ୍ :-

ନିଜ ଅଭ୍ୟାସ କାରଣରୁ ସ୍ପଟ୍ ବୟ ନିକଟରେ ଦୁଇଜଣ ଝିଅଙ୍କ ଯୋଗାଯୋଗରେ ଆସିଥିଲା । ସେ ସେମାନଙ୍କ ନମ୍ୱର୍ ମଧ୍ୟ ବାହାନା କରି ନେଇଗଲା । ଏହାପରେ ସେ ଦୁହିଁଙ୍କୁ ଫୋନ୍ କରିବାକୁ ଲାଗିଥିଲା । ସେମାନଙ୍କୁ ବାରମ୍ବାର ଫୋନ୍ କରି ଖରାପ କଥାବାର୍ତ୍ତା କରୁଥିଲା । ଏହାପରେ ସେମାନଙ୍କୁ କହିଥିଲା ଯେ ସେ ସେମାନଙ୍କୁ ବହୁତ୍ ଭଲପାଇ ବସିଛି, କଣ୍ ତୁମେ ମତେ ବାହା ହେବ ।

ତେବେ ଏଥର ଯେଉଁ ଝିଅମାନଙ୍କୁ ଫୋନରେ ହଇରାଣ କରୁଥିଲା, ସେମାନେ ଉଭୟ ହିଁ ଛତିଶଗଡର ହିରୋଇନ୍ ଅଟନ୍ତି । କେବଳ ଏତିକି ନୁହେଁ ସେମାନଙ୍କ ମଧ୍ୟରୁ ଜଣେ ବଡ ପ୍ରଶାସନିକ ଅଫିସର୍ ଡେପୁଟି କଲେକ୍ଟରଙ୍କ ଝିଅ ବାହାରିଲେ । ବାସ ଏଠାରୁ ତାର ଖରାପ ସମୟ ଆରମ୍ଭ ହୋଇଗଲା । ଯେତେବେଳେ ସେ ଦୁଇ ଯୁବତୀଙ୍କୁ ହଇରାଣ କରିବାକୁ ଲାଗିଲା, ସେତେବେଳେ ସେମାନେ ସ୍ପଟ୍ ବୟକୁ ଏକ ଶିକ୍ଷା ଦେବାକୁ ସ୍ଥିର କଲେ ।

ମଝି ରାସ୍ତାରେ ଚପଲରେ ପିଟିଲେ :-

ଦୁଇ ଯୁବତୀ ତାକୁ ଶିକ୍ଷା ଦେବାକୁ ଦେଖା କରିବାକୁ ଡାକିଲେ । ତାକୁ କୋନା ଅଞ୍ଚଳର ବିଲାସା ତାଲ ପାଖକୁ ଆସିବାକୁ କହିଲେ । ଉତ୍ସାହରେ ସ୍ପଟ୍ ବୟ ମଧ୍ୟ ନିଜ ବାଇକରେ ଦେଖା କରିବାକୁ ଆସିଲା । ଦୁଇ ଯୁବତୀ ଆଗରୁ ପ୍ରସ୍ତୁତ ଥିଲେ, ତାପରେ ଯେମିତି ସେ ସ୍ପଟ୍ ବୟ ଆସିଲା ତାକୁ ନିର୍ଦ୍ଧୁମ ପିଟିଲେ ।

ତାକୁ ଚାପୁଡ଼ା ଏବଂ ଚପଲରେ ପିଟିଲା । ଅଚାନକ ଅଚାନକ ଏହି ଘଟଣା ଦେଖି ଆଖପାଖର ଲୋକ ଏକାଠି ହୋଇଗଲେ । ଏହି ସମୟରେ କେହି ଜଣେ ଏହି ମାଡର ଦୃଶ୍ୟକୁ ଭିଡିଓ କରିଦେଲା ଏବଂ ଭିଡିଓ ଭାଇରାଲ ହୋଇଗଲା । ଏହାପରେ ସମସ୍ତେ ନିଜ ନିଜ ବାଟରେ ଚାଲିଗଲେ । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କୌଣସି ଅଭିଯୋଗ କରାଯାଇ ନାହିଁ ।

Leave A Reply

Your email address will not be published.