ବାଇକରେ ପୁରା ଭାରତ ବୁଲିବେ ଏହି ପ୍ରସିଦ୍ଧ ରେଡ଼ିଓ ଜକି, 19 ବର୍ଷ ବୟସରେ ହୋଇଯାଇଥିଲା ସ୍ଵାମୀଙ୍କ ମୃତ୍ୟୁ |

0

Get real time updates directly on you device, subscribe now.

ମାତ୍ର 19 ବର୍ଷରେ ନିଜ ସ୍ବାମୀଙ୍କୁ ହରାଇଥିବା ପ୍ରସିଦ୍ଧ ଆରଜେ ବର୍ତ୍ତମାନ ବାଇକରେ ହିଁ ସାରା ଭାରତ ବୁଲିବାକୁ ଯାଉଛନ୍ତି । ଯିଏ ବି ଏ କଥା ଶୁଣୁଛି, ସେ ତାଙ୍କ ସାହସକୁ ସଲାମ କରୁଛି । ଏତେ କମ୍ ବୟସରେ ବିଧବା ହେବାପରେ ମଧ୍ୟ ଆରଜେ ସାହସ ହରାଇନଥିଲେ ଏବଂ କ୍ୟାରିୟର ଗଢିଲେ ଏବଂ ବର୍ତ୍ତମାନ ଉଦାହରଣ ପାଲଟିବାକୁ ଯାଉଛନ୍ତି ।

ଯେଉଁ ପ୍ରସିଦ୍ଧ ଆରଜେଙ୍କ ବିଷୟରେ ଆମେ ଆପଣଙ୍କୁ କହୁଛୁ, ତାଙ୍କ ନାମ ହେଉଛି ଅମ୍ବିକା କୃଷ୍ଣା । ଅମ୍ବିକା ଦେଶର ଝିଅମାନଙ୍କ ପାଇଁ ପ୍ରେରଣା ଏବଂ ଉଦାହରଣ ସୃଷ୍ଟି କରିବାକୁ ଯାଉଛନ୍ତି । ଗୋଟେ ପଟେ ଝିଅମାନେ ଘରୁ ଏକୁଟିଆ ବାହାରିବା ପାଇଁ ଶହେ ଥର ଚିନ୍ତା କରନ୍ତି କିନ୍ତୁ ଅମ୍ବିକା ସାରା ଦେଶ ଏକୁଟିଆ ନିଜ ବାଇକରେ ବୁଲିବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ ଯାତ୍ରାର ଉଦ୍ଦେଶ୍ୟ କଣ୍ ରହିଛି ।

ଅମ୍ବିକାଙ୍କ ବିବାହ ବହୁତ୍ କମ୍ ବୟସରୁ ହୋଇଯାଇଥିଲା । ସେ ଯେତେବେଳେ ମାତ୍ର 19 ବର୍ଷର ଥିଲେ, ସେତେବେଳେ ତାଙ୍କ ସ୍ଵାମୀଙ୍କର ମୃତ୍ୟୁ ହୋଇଯାଇଥିଲା । ସେ ବାୟୁସେନାରେ ଅଫିସର୍ ଥିଲେ ଏବଂ ତାଙ୍କ ନାମ ଶିବରାଜ ଏଚ ଥିଲା । ଏହାପରେ ଆରମ୍ଭ ହେଲା ଅମ୍ବିକାଙ୍କ ସଂଘର୍ଷ, ଯାହା ଗୋଟିଏ ଉଦାହରଣ ଅଟେ ।

ନିଜ ସ୍ଵାମୀଙ୍କ ମୃତ୍ୟୁ ପରେ ସେ ନିଜକୁ ସମ୍ଭାଳିଲେ । ତାଙ୍କର ତିନି ମାସର ଝିଅ ମଧ୍ୟ ଥିଲା । ତାକୁ ଦେଖାଶୁଣା କରିବାର ଦାୟିତ୍ଵ ମଧ୍ୟ ତାଙ୍କର ଥିଲା । ଅମ୍ବିକା ସାହସ ନ ହରାଇ ଲଢ଼ିବାକୁ ନିଷ୍ପତ୍ତି ନେଲେ । ଯେତେବେଳେ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ହେଲା, ସେତେବେଳେ ସେ ବି କମ୍ କରୁଥିଲେ । ଏହାପରେ ସେ ପାଠପଢ଼ା ଜାରି ରଖିବାକୁ ନିଷ୍ପତ୍ତି ନେଲେ ।

ଅମ୍ବିକା କହିଛନ୍ତି, ଯେତେବେଳେ ସେ 1997 ମସିହାରେ ପାଠ ପଢ଼ିବାପାଇଁ କଲେଜ ଯାଉଥିଲେ, ସେତେବେଳେ ତାଙ୍କ ଛୋଟ ଝିଅଟିର ଦେଖାଶୁଣା ତାଙ୍କ ସାଙ୍ଗମାନେ କରୁଥିଲେ । ସେହିପରି କିଛି ସାଙ୍ଗ ତାଙ୍କର କ୍ଲୀୟର ହୋଇନଥିବା କୋର୍ସ ପୁରା କରାଇଲେ । ସେହିପରି ସନ୍ଧ୍ୟାରେ ଅମ୍ବିକା କମ୍ପ୍ୟୁଟର ଶିଖିବାକୁ ଯାଉଥିଲେ । ଏହାପରେ ସେ ଆକାଉଣ୍ଟାଣ୍ଟ ଚାକିରି ହାସଲ କଲେ ।

ଏହାମଧ୍ୟରେ ତାଙ୍କୁ ଆକାଶବାଣୀରେ ଅଂଶକାଳିକ ଚାକିରି ମଧ୍ୟ ମିଳିଗଲା । ମିଡ଼ିଆ ଦୁନିଆ ତାଙ୍କୁ ଭଲ ଲାଗିଲା ଏବଂ ସେ ଏହି କ୍ଷେତ୍ରରେ ଆଗକୁ ବଢ଼ିବାକୁ ସ୍ଥିର କଲେ । ଅମ୍ବିକା କହିଛନ୍ତି ଆରେଜ ରୂପରେ ତାଙ୍କୁ ଜୀବନ ବଞ୍ଚିବାର ନୂତନ ଉଦ୍ଦେଶ୍ୟ ମିଳିଲା । ତାଙ୍କ ଭିତରେ ସକାରାତ୍ମକ ବଢ଼ିଗଲା । ସେ ପୂର୍ବ ଅପେକ୍ଷା ଅଧିକ ମଜବୁତ୍ ହେଲେ ଏବଂ ସଂଘର୍ଷ କରିବାକୁ ଲାଗିଲେ ।

କୋଚ୍ଚି ଠାରୁ ଆରମ୍ଭ କରିବେ ଯାତ୍ରା :-

ଅମ୍ବିକା ନିଜ ବାଇକ୍ ଯାତ୍ରା କୋଚ୍ଚି ଠାରୁ ଏକୁଟିଆ ଆରମ୍ଭ କରିବେ । ସେ ଏହି ଯାତ୍ରାକୁ 50 ଦିନ ମଧ୍ୟରେ ପୁରା କରିବାକୁ ଚାହୁଁଛନ୍ତି । ସେ କହିଛନ୍ତି ଏହି ଯାତ୍ରା ସୈନିକ ଏବଂ ତାଙ୍କ ବିଧବା ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ କରିବାକୁ ଚାହୁଁଛନ୍ତି । ଅମ୍ବିକା କହିଛନ୍ତି ଯେ ପ୍ରତ୍ୟେକ ମହିଳାଙ୍କୁ ସେ ସ୍ଵାଧୀନ ଭାବେ ଦେଖିବାକୁ ଚାହୁଁଛନ୍ତି । ତାଙ୍କର ଏହି ଯାତ୍ରାର ଉଦ୍ଦେଶ୍ୟ ମଧ୍ୟ ଏହା ହିଁ ଅଟେ ।

Leave A Reply

Your email address will not be published.