ଏବେ ଆଉ ଝିଅ ବିବାହକୁ ନେଇ ଟେନସନ ନିଅନ୍ତୁ ନାହିଁ, ଏହି ସ୍କିମରେ ୨୦୦ ଟଙ୍କାରୁ କମ ନିବେଶ କରି ପାଆନ୍ତୁ ୩୧ ଲକ୍ଷ ଟଙ୍କା !

0

Get real time updates directly on you device, subscribe now.

ଯେବେ କୌଣସି ପରିବାରରେ ଝିଅର ଜନ୍ମ ହୋଇଥାଏ ସେତେବେଳେ ପରିବାର ଲୋକେ ବହୁତ ଖୁସି ହୋଇଥାନ୍ତି। ମାତା- ପିତାଙ୍କ ସହିତ ପରିବାରର ସବୁ ସଦସ୍ୟ ଖୁସି ହୋଇଥାନ୍ତି। କିନ୍ତୁ ଯେଉଁ ଯେଉଁ ଝିଅ ବଡ଼ ହେବାକୁ ଲାଗେ ସେହିଭଳି ଭାବରେ ମାତା ପିତାଙ୍କ ଟେନସନ ବଢ଼ିବାକୁ ଲାଗିଥାଏ କାରଣ ପିଲାର ପାଠପଢ଼ା,ଲାଳନ ପାଳନ ଓ ଝିଅର ବିବାହ ପାଇଁ ମାତା ପିତା ବହୁତ ଚିନ୍ତା କରିଥାଆନ୍ତି।

ଦେଖାଯାଏ ତ ମାତା ପିତା ଝିଅର ବିବାହ ପାଇଁ ଟଙ୍କା ପଇସା ସଞ୍ଚୟ କରି ରଖୁଥାନ୍ତି କିନ୍ତୁ ଦରକାର ପଡ଼ିଲେ ସେ ଏହାକୁ ଖର୍ଚ୍ଚ କରି ଦେଇଥାନ୍ତି। ଏମିତିରେ ମାତା ପିତା ଅଧିକ ଟେନସନ ହୋଇଯାଆନ୍ତି, କିନ୍ତୁ ଏବେ ଏହି ଟେନସନ ଦୂରେଇ ଯାଇଛି।

ଯଦି ଆପଣଙ୍କ ଘରେ ଜଣେ ଝିଅ ଅଛି ଓ ଆପଣ ତା’ ବିବାହକୁ ନେଇ ଚିନ୍ତିତ ଅଛନ୍ତି ତାହେଲେ ଚିନ୍ତା କରନ୍ତୁ ନାହିଁ, ଏଲଆଇସିର ଏହି ସ୍କିମ ଆପଣଙ୍କ ଝିଅର ଭାଗ୍ୟ ବଦଳାଇ ଦେବ। ଝିଅର ବାହାଘର ପର୍ଯ୍ୟନ୍ତ ଆପଣ ତା’ ପାଇଁ ଭଲ ଟଙ୍କା ସଞ୍ଚୟ କରି ରଖିପାରିବେ।

LIC ପାଖରେ ଏମିତ କେତେକ ବଡ଼ ପଲିସି ରହିଛି ଯାହାଦ୍ୱାରା ଆପଣ ନିଜ ପିଲାର ବଡ଼ ହେବା ପର୍ଯ୍ୟନ୍ତ ଭଲ ଟଙ୍କା ରଖିପାରିବେ। LIC କନ୍ୟାଦାନ ସ୍କିମ ଏଭଳି ଏକ ସ୍କିମ ଅଟେ ଯାହାଦ୍ୱାରା ଆପଣ ନିଜ ଝିଅ ପାଇଁ ପଇସା ରଖିପାରନ୍ତି ଓ ଖାଆସ କରି ଏହା ଝିଅ ମାନଙ୍କ ପାଇଁ ବନା ଯାଇଥାଏ। ଏଥିପାଇଁ ଏହାକୁ LIC ତରଫରୁ ଏହାକୁ କନ୍ୟା ଦାନ ସ୍କିମ ନାମରେ ଜଣାଯାଇଛି।

ଜାଣନ୍ତୁ ଏହି ପଲିସି ପାଇଁ ଏଲିଜିବିଲିଟି:-

ଯଦି ଆପଣ ଏହି ସ୍କିମରେ ଟଙ୍କା ନିବେଶ କରୁଥାଆନ୍ତି ତାହେଲେ ଆପଣ ନିଜ ଝିଅ ପାଇଁ ଏକ ଭଲ ଆମଉଣ୍ଟ ସଞ୍ଚୟ କରି ରଖିପାରିବେ। ଯଦି ଆପଣ ଏହି ସ୍କିମରେ ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ବୟସ 30 ବର୍ଷ ହେବା ଆବଶ୍ୟକ ଓ ଝିଅର ବୟସ ଏକବର୍ଷରୁ କମ ହୋଇନଥିବା ଆବଶ୍ୟକ। ଏହି ପଲିସିର ଟର୍ମ 25 ବର୍ଷର ଅଟେ। ଯେବେକି 22 ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ପ୍ରିମିୟମ ଦେବାକୁ ହେବ। ଯଦି ଆପଣଙ୍କ ବୟସ 30 ବର୍ଷରୁ ଅଧିକ ଓ ଆପଣଙ୍କ ଝିଅର ବୟସ 1 ବର୍ଷରୁ ଅଧିକ ତାହେଲେ ମଧ୍ୟ ଆପଣ ଏହି ସ୍କିମରେ ଟଙ୍କା ନିବେଶ କରିପାରିବେ।

ଡକ୍ୟୁମେଣ୍ଟ କଣ ଆବଶ୍ୟକ:-

ଏହି ପାଲିସିକୁ ନେବାପାଇଁ ଆପଣଙ୍କ ପାଖରେ ଆଧାରକାର୍ଡ, ଆୟ ପ୍ରମାଣ ପତ୍ର, ପରିଚୟ ପତ୍ର, ଆଡ୍ରେସ ପ୍ରୁଫ, ପାସପୋର୍ଟ ସାଇଜ ଫୋଟୋ, ଝିଅର ଜନ୍ମ ପ୍ରମାଣପତ୍ର ରହିବା ଜରୁରୀ ଅଟେ। ଏହାସହ ଏକ ଆପ୍ଲିକେସନ ଫର୍ମ ଓ ପ୍ରିମିୟମ ପାଇଁ ଏକ ଚେକ ଦେବା ଜରୁରୀ ଅଟେ।

ଜମା କରନ୍ତୁ 151 ଟଙ୍କା, ମିଳିବ 31 ଲକ୍ଷ ଟଙ୍କା:-

ଯଦି ଆପଣ ନିଜ ଝିଅର ବିବାହକୁ ନେଇ ଚିନ୍ତିତ ତାହେଲେ ଆପଣଙ୍କ ପାଇଁ ଏହି ସ୍କିମ ବହୁତ ଲାଭଦାୟକ ହେବ। ଏହି ପଲିସିରେ ଆପଣ ନିଜ ଝିଅର ଜନ୍ମ ସହିତ ବିବାହ ପାଇଁ ଟଙ୍କା ଯୋଡ଼ିବା ଆରମ୍ଭ କରିପାରିବେ। ଆପଣ ଯଦି ପ୍ରତିଦିନ 151 ଟଙ୍କା ବଞ୍ଚାଉଛନ୍ତି ତାହେଲେ ଝିଅର ବିବାହ ବେଳେ ଆପଣଙ୍କ ପାଖରେ 31 ଲକ୍ଷ ଟଙ୍କା ହୋଇଯିବ।

151 ଟଙ୍କା ମାସିକ ହିସାବରେ ବର୍ଷକୁ ଏହା ଆପଣଙ୍କର 4539 ଟଙ୍କା ହେବ। ପଲିସି 22 ବର୍ଷର ପ୍ରିମିୟମ ବାଲା ଅଟେ ତ ଆପଣଙ୍କୁ ସମ୍ପୂର୍ଣ୍ଣ ପ୍ରିମିୟମ କରି ଏହାର ମ୍ୟାଚୁରିଟି ସମୟରେ 31 ଲକ୍ଷ ଟଙ୍କା ପ୍ରାପ୍ତ ହେବ।

ଯଦି ଆମେ ଉଦାହରଣ ରୂପରେ ବୁଝିବାକୁ ଚେଷ୍ଟା କରିବା ତାହେଲେ 30 ବର୍ଷ ବୟସରେ ଏହି ପଲିସି ନେଇ 22 ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ ଦେବାପରେ 25 ବର୍ଷରେ ଏହା ମ୍ୟାଚୁରିଟି ହେବ ଯାହାର ଅର୍ଥ ଆପଣଙ୍କୁ 55 ବର୍ଷ ହୋଇଥିବ। ସେହି ସମୟରେ ଆପଣଙ୍କୁ ଏହି ପଲିସି ମାଧ୍ୟମରେ 31 ଲକ୍ଷ ଟଙ୍କା ମିଳିବ।

Leave A Reply

Your email address will not be published.