ଏହି ଟିକେଟ କଲେକ୍ଟର ଜଣକ ସୃଷ୍ଟି କଲେ ରେକର୍ଡ଼, ବର୍ଷସାରା ବିନା ଟିକେଟରେ ଯାତ୍ରା କରୁଥିବା ଲୋକଙ୍କ ଠାରୁ ଆଦାୟ କଲେ 1.11 କୋଟି ଟଙ୍କା

0

Get real time updates directly on you device, subscribe now.

ରେଲୱେ ରେ ବିନା ଟିକେଟ ଦେଇ ଯାଉଥିବା ଲୋକଙ୍କ ଠାରୁ ରେଲୱେ ହୁଏତ ଟଙ୍କା ଫାଇନ ପକାଇଥାଏ ଓ ଏହି ଟଙ୍କାକୁ ରେଲୱେ ନିଜର ବିକାଶ ପାଇଁ ବ୍ୟବହାର କରିଥାଏ। କିନ୍ତୁ କଣ ଆପଣ ଜାଣନ୍ତି କି, ରେଲୱେ ଏକବର୍ଷରେ କେତେ ଫାଇନ ଆଦାୟ କରିଥାଏ। ଏହି କଥା ତ କେବଳ ରେଲୱେ ଜାଣିଥିବ କିନ୍ତୁ ଆଜି ଏକ ଖବର ଭାଇରାଲ ହେଉଛି ଯେଉଁ। ଖବର ମାଧ୍ୟମରେ ଏହା ଖୁଲାସା ହୋଇଛି କି, ବିହାରର ଜଣେ ଟିକେଟ ଏକ୍ଜାମିନର କୋଟିଏ ଟଙ୍କା ରାଶି ଫାଇନ ଆଦାୟ କରିଛନ୍ତି।

ଏମିତିରେ ଏହା ଏକ ନୂଆ ରେକର୍ଡ ବନିଯାଇଛି। କୁହାଯାଉଛି ପାଟନାର ଶଶୀ କୁମାର ଇଷ୍ଟ ସେଣ୍ଟ୍ରାଲ ରେଲୱେରେ ଏକ ନୂଆ ରେକର୍ଡ଼ ବନାଇଛନ୍ତି। ଏହିବର୍ଷରେ ଶଶୀ କୁମାର 1 କୋଟି 11 ଲକ୍ଷ 51 ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ରେଲୱେ ରୁ ମିଳିଥିବା ସୂଚନା ଅନୁସାରେ ଏହି ଜରିମାନା ବର୍ଷ 2021-22 ଅନ୍ତର୍ଗତ 16,423 ଯାତ୍ରୀଙ୍କ ଠାରୁ ଆଦାୟ କରାଯାଇଛି।

ଏବେ ଯାଏଁ ସବୁଠାରୁ ଅଧିକ ଆଦାୟ କରାଯାଇଥିବା ଫାଇନ:-

ଯାହାର ହିସାବ କରିବାକୁ ଗଲେ ଶଶୀ କୁମାର ହାରାହାରି 45 ଏମିତି ଯାତ୍ରୀଙ୍କ ଉପରେ ଫାଇନ ଲଗାଇଛନ୍ତି ଯିଏକି ବିନା ଟିକଟରେ ଯାତ୍ରା କରୁଛନ୍ତି। ମିଡ଼ିଆ ରିପୋର୍ଟ ଅନୁସାରେ ଶଶୀ ଇଷ୍ଟ ସେଣ୍ଟ୍ରାଲ ରେଲୱେର ଏକମାତ୍ର କର୍ମଚାରୀ ଅଟନ୍ତି ଯିଏକି ଏତେ ଆମାଉଣ୍ଟ ଫାଇନ ଆଦାୟ କରିଛନ୍ତି। ଏବେ ଚାରିଆଡେ ଶଶୀଙ୍କ ପ୍ରଶଂସା କରାଯାଉଛି।

ରେଲୱେ ରେ ପ୍ରତ୍ୟେକ ଶଶୀଙ୍କ ଇମାନଦାରୀରେ ପ୍ରଭାବିତ ଅଟନ୍ତି। କୁହାଯାଉଛି ଏହି ଜୋନରେ ଟିକଟ ଚେକିଂ ଷ୍ଟାଫରେ କୌଣସି ଜଣେ ସଦସ୍ୟଙ୍କ ଠାରୁ ଆଦାୟ କରାଯାଇଥିବା ରାଶିରେ ଏହା ସବୁଠାରୁ ଅଧିକ ଅଟେ। ଏହାପରେ ମିଡ଼ିଆ ମଧ୍ୟ ଶଶୀ କୁମାରଙ୍କ ସହିତ କଥାବାର୍ତ୍ତା ହୋଇ ପଚାରିଲେ କି, ଶେଷରେ ସେ ଏତେ ବଡ଼ କାମ କେମିତି କଲେ।

ଏହିପରି ଭାବରେ ବେଟିକଟ ଯାତ୍ରୀଙ୍କୁ ଧରିଥିଲେ:-

ଏହାଉପରେ ଶଶୀ କୁମାର କହିଥିଲେ କି, ଏଥିରେ ରେଲୱେ କୌଣସି ଟାର୍ଗେଟ ଦେଇନଥାଏ। ଏଥିରେ ସମସ୍ତ ଟିଟିଇ ନିଜ ନିଜର କାମ କରିଥାଆନ୍ତି। ଏତେ ବଡ଼ ରାଶି କଲେକ୍ଟ କରିବାକୁ ନେଇ ସେ କହିଥିଲେ କି, ସେ ନିଜର କାମ କରିବାର ପ୍ରଣାଳୀରେ ଟିକେ ପରିବର୍ତ୍ତନ କରିଥିଲେ। ସେ କହିଥିଲେ, ସେ ଗୋଟିଏ ସ୍ଥାନରେ ଛିଡ଼ା ହେବା ପରିବର୍ତ୍ତେ 30 ଟି ଭିନ୍ନ ଭିନ୍ନ ଟ୍ରେନକୁ ଯାଇ ବିନା ଟିକଟରେ ଯାତ୍ରା କରୁଥିବା ଲୋକଙ୍କୁ ଧରିଥାନ୍ତି।

ଏମିତିରେ ଶଶୀ ପ୍ରତିଦିନ ପାଟନା ରୁ ବକ୍ସର ପର୍ଯ୍ୟନ୍ତ ବିନା ଟିକଟରେ ଯାଉଥିବା ଲୋକଙ୍କ ଠାରୁ ଫାଇନ ଆଦାୟ କରିଥାଆନ୍ତି। ଏମିତିରେ ବିନା ଟିକଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ସେ ନଜର ରଖିଥାନ୍ତି। ଯେତେବେଳେ ଏହିପରି କୌଣସି ବ୍ୟକ୍ତି ପଳାଇବାକୁ ଚେଷ୍ଟା କରିଥାନ୍ତି ସେତେବେଳ ସେ ତାଙ୍କ ଫଲୋ ମଧ୍ୟ କରିଥାଆନ୍ତି।

ଦୁଇଟି ଉପାୟରେ ମିଳିଥାଏ ଟଙ୍କା:-

ସେ ଦୁଇଟି ଉପାୟରେ ବ୍ୟକ୍ତିଙ୍କ ଠାରୁ ଚାର୍ଜ କରିଥାଆନ୍ତି। ଗୋଟିଏ ପଟରେ ବିନା ଟିକଟରେ ଯାଉଥିବା ଲୋକଙ୍କ ଉପରେ 250 ଟଙ୍କାର ଫିକ୍ସ ଫାଇନ ଓ ଦ୍ଵିତୀୟରେ ଟିକଟ କରିଵା ପାଇଁ ଚାର୍ଜ ପକାନ୍ତି। ଶଶୀଙ୍କ କହିବା ହେଲା କରୋନା ମହାମାରୀ ସମୟରେ ବହୁତ ସାରା ଲୋକେ ତାଙ୍କୁ ଟିକଟ ବନାଇବାକୁ କଣ୍ଟାକ୍ଟ ମଧ୍ୟ କରିଥିଲେ ଓ ଏହିପରି ଭାବରେ ସେ ଏତେ ବଡ଼ ଆମାଉଣ୍ଟ କଲେକ୍ଟ କରିପାରିଥିଲେ।

Leave A Reply

Your email address will not be published.