ରାନୁ ମଣ୍ଡଳ ପୁଣି ନିଜ ସ୍ୱରରେ ଗାଇଲେ ‘ଜାନେ ମେରି ଜାନେ ମନ’ ଗୀତ,ସୋସିଆଲ ମିଡିଆରେ ନିଆଁ ପରି ଭାଇରଲ ହେଉଛି ଭିଡ଼ିଓ

0

Get real time updates directly on you device, subscribe now.

ସୋସିଆଲ ମିଡ଼ିଆ ଏମିତି ଏକ ଜିନିଷ ଯିଏକି ରାତାରାତି ଜଣକୁ ଷ୍ଟାର ବନାଇ ଦେଇଥାଏ ଓ ତୁରନ୍ତ ଜଣଙ୍କୁ ରାସ୍ତା ଉପରକୁ ମଧ୍ୟ ନେଇ ଆସିଥାଏ। ସୋସିଆଲ ମିଡ଼ିଆ ବହୁତ ଲୋକଙ୍କୁ ରାତାରାତି ଷ୍ଟାର ମଧ୍ୟ ବନାଇ ଦେଇଛି ଆପଣ ରାନୁ ମଣ୍ଡଳଙ୍କ କଥା ନିଶ୍ଚୟ ରୂପରେ ଜାଣିଥିବେ। ଆଜ୍ଞା ହଁ ଆମେ ସେହି ରାନୁ ମଣ୍ଡଳଙ୍କ କଥା କହୁଛୁ ଯିଏକି ଦିନେ ଷ୍ଟେସନରେ ଭିକ ମାଗି ନିଜର ପେଟ ପୋଷୁଥିଲେ। କିନ୍ତୁ ସୋସିଆଲ ମିଡ଼ିଆ ଦମରେ ସେ ରାତାରାତି ଷ୍ଟାର ହୋଇଯାଇଛନ୍ତି।

ଯେତେବେଳେ କିଛି ମିନିଟର ଭିଡ଼ିଓ ଭାଇରାଲ ହୋଇଥିଲା ସେତେବେଳେ ରାନୁ ମଣ୍ଡଳ ଷ୍ଟାର ହୋଇଯାଇଥିଲେ। ଭିଡ଼ିଓ ଦେଖି ସବୁ ଲୋକେ ତାଙ୍କ ସ୍ୱରକୁ ପସନ୍ଦ କରିବାକୁ ଲାଗିଲେ ଓ ଲଗାତାର ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢ଼ି ଯାଇଥିଲା ଓ ତାଙ୍କର ଏକ ଗୀତ ବଚପାନ କା ପ୍ୟାର ଭାଇରାଲ ହେବାରେ ଲାଗିଲା।

ରାନୁ ମଣ୍ଡଳ ନିଜ ସ୍ୱର ଜରିଆରେ ସମସ୍ତଙ୍କ ହୃଦୟ ଜିତିଲେ:-

ଏହାପୂର୍ବରୁ ସେ ସୋସିଆଲ ମିଡ଼ିଆରେ ମଣିକେ ମାଗେ ହିତେ ଗୀତ ବୋଲି ଚର୍ଚ୍ଚାକୁ ଆସିଥିଲେ। ରାନୁ ମଣ୍ଡଳ ଏବେ ବଚପନ କା ପ୍ୟାର ଗୀତ ବୋଲୁଛନ୍ତି। ଏହି ଭିଡ଼ିଓ 15 ସେକେଣ୍ଡର ବହୁତ ଛୋଟ ଅଟେ କିନ୍ତୁ ରହ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଭିଡ଼ିଓକୁ ଏବେଯାଏଁ ଇଣ୍ଟରନେଟ ରେ ଲକ୍ଷାଧିକ ଲୋକଙ୍କ ଦ୍ୱାରା ଦେଖାଯାଇ ସରିଛି। youtube ରେ ୟୁଟ୍ୟୁବର Rondhon Parichay ଚ୍ୟାନେଲରେ ଏହାକୁ ଶେୟର କରାଯାଇଛି।

ଆପଣଙ୍କୁ ଜଣାଇଦେଉଛୁ କି, ବଚପନ କା ପ୍ୟାର ଗୀତ ଟ୍ରେଣ୍ଡିଂ ଗୀତ ଅଟେ। ଏହି ଗୀତକୁ ଛତିଶଗଡ଼ର ଜଣେ ଯୁବକ ସହଦେବ ଗାଇଛନ୍ତି। ଏହାପରେ ରାପର ବାଦଶାହଙ୍କ ଦ୍ଵାରା ସହଦେବଙ୍କ ବଚପନ କା ପ୍ୟାର ଗୀତର ରିମିକ୍ସ ଅବତାର ଲଞ୍ଚ କରାଯାଇଥିଲା, ଯାହାକୁ ବହୁତ ପସନ୍ଦ କରାଗଲା। ଆପଣ ଦେଖିପାରୁଥିବେ ରାନୁ ମଣ୍ଡଳ ଏହି ଗୀତକୁ ଲାଲ ରଙ୍ଗର ଟି ଶାର୍ଟ ଓ ସ୍କର୍ଟ ପିନ୍ଧି ବୋଲୁଥିବାର ନଜର ଅସୁଥିବେ। ରାନୁ ମଣ୍ଡଳଙ୍କ ସ୍ୱରରେ ଏହି ଗୀତକୁ ବହୁତ ପସନ୍ଦ କରାଯାଉଛି।

ରାତାରାତି ଫେମସ ହୋଇଗଲେ ରାନୁ ମଣ୍ଡଳ:-

ରାନୁ ମଣ୍ଡଳ 2019 ମସିହାରେ ଲାଇମ ଲାଇଟକୁ ଆସିଥିଲେ। ସେ ପଶ୍ଚିମବଙ୍ଗର ରାଣାଘାଟ ରେଲୱେ ଷ୍ଟେସନରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ଏକ ଗୀତ ‘ ପ୍ୟାର କା ନଗମା ବୋଲି ଭାଇରାଲ ହୋଇଥିଲେ। ରାନୁ ମଣ୍ଡଳ ଭିକ ମାଗି, ଗୀତ ବୋଲି ନିଜର ପେଟ ପୋଷୁଥିଲେ। କିନ୍ତୁ ଯେତେବେଳେ ତାଙ୍କର ଏହି ଗୀତ ଭାଇରାଲ ହେଲା ତ ସେତେବେଳେ ସେ ବହୁତ ଫେମସ ହୋଇଗଲେ।

ରାନୁ ମଣ୍ଡଳଙ୍କ ଏହି ଭିଡ଼ିଓକୁ ଜଣେ ଯୁବା ଇଂଜିନିୟରି ସୋସିଆଲ ମିଡ଼ିଆରେ ଶେୟର କରିଥିଲେ। ଯେଉଁ ଭିଡ଼ିଓରେ ସେ ସିଙ୍ଗର ହିମେଶ ରେଶମିୟାଙ୍କ ଫିଲ୍ମ ‘ହାପି ହାର୍ଡ଼ି ଆଣ୍ଡ ହିର’ ଗୀତ ବୋଲିବାରେ ନଜର ଆସିଥିଲେ। ଏହି ଗୀତ ମଧ୍ୟ ବହୁତ ହିଟ ହୋଇଥିଲା। କିନ୍ତୁ ଏହାର କିଛିଦିନ ପରେ ସେ ପ୍ରସିଦ୍ଧତାରୁ ପୁଣି ତଳକୁ ଚାଲି ଆସିଲେ।

କିନ୍ତୁ ରାନୁ ମଣ୍ଡଳଙ୍କ କେତେକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଦେଖାଯାଏ ତ ପୂର୍ବରୁ ରାନୁ ମଣ୍ଡଳଙ୍କ ବ୍ୟକ୍ତିଗତ ଜୀବନରେ ସୁଧାର ଆସିଛି।

Leave A Reply

Your email address will not be published.