ଛିଃ ଆଦୌ ଧର୍ମ ସହିବନି! ଘରେ ପଶି ସ୍ୱାମୀଙ୍କୁ ଗୁଳି କଲେ, ଆଉ ତାପରେ ପିଲାଙ୍କ ସାମ୍ନାରେ ମହିଳାଙ୍କୁ ଦୁଷ୍କର୍ମ କଲେ ରୁଷ ସେନା

0

Get real time updates directly on you device, subscribe now.

ବର୍ତ୍ତମାନ ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଯେତେ ଯେତେ ଲମ୍ବା ହେଉଅଛି ରୁଷ୍‌ ସେନା ମଧ୍ୟ ସେତିକି କ୍ରୁର ହେଉଛନ୍ତି। ସେମାନଙ୍କର ବୀଭତ୍ସ ଚେହେରା ବର୍ତ୍ତମାନ ସାରା ଦୁନିଆ ସାମ୍ନାକୁ ଆସୁଛି। ପ୍ରଥମେ ବୁଚାରେ ନରସଂହାର ଓ ବର୍ତ୍ତମାନ କିଭ୍‌ରେ ତାଙ୍କ ବ୍ୟବହାର ମନୁଷତ୍ୱ ପ୍ରତି ଲଜ୍ଜା ହୋଇଯାଇଛି। ବର୍ତ୍ତମାନ ସାରା ଦୁନିଆ ରୁଷ୍‌କୁ ଛି ଛି କହିବା ଆରମ୍ଭ କରିଦେଇ ସାରିଲେଣି।

କିଭ୍‌ରେ ଆକ୍ରମଣ ସମୟରେ ରୁଷ ସେନା ସେଠାକାର ମହିଳାଙ୍କୁ ଅନେକ ଥର ବଳାତ୍କାର କରିଛନ୍ତି। ଏହି ଲଜ୍ଜାଜନକ ଘଟଣା ମହିଳାଙ୍କର ପରିବାର ଓ ପିଲାମାନଙ୍କ ସାମ୍ନାରେ କରାଯାଇଛି। ଯୁଦ୍ଧର ଏହି କ୍ରୁର ଓ ବୀଭତ୍ସ ଚେହେରା ଦେଖିବା ପରେ ସମସ୍ତଙ୍କର ଛାତି ଥରି ଉଠିଛି। ଲୋକମାନେ ବର୍ତ୍ତମାନ ରୁଷର ସେନାଙ୍କୁ ଅଭିଶାପ ଦେଉଛନ୍ତି।

ୟୁକ୍ରେନ୍ର ସାଂସଦ ମାରିୟା ମେଜେଣ୍ଟ ସେବାଙ୍କ କହିବା ଅନୁସାରେ, ଏହି ମହିଳାଙ୍କ ସହିତ ରୁଷ୍‌ ସୈନ୍ୟମାନେ ଅନେକ ଥର ବଳାତ୍କାର କରିସାରିଲେଣି। ତାହା ମହିଳାଙ୍କର ପିଲାଙ୍କ ସାମ୍ନାରେ ହିଁ କରାଯାଇଛି। ଏହା ପୂର୍ବରୁ ରଷ୍‌ ସେନା ଘରେ ପଶି ମହିଳାଙ୍କର ସ୍ୱାମୀଙ୍କୁ ଗୁଳି ମାରି ଦେଇଥିଲେ। ଏହି ମହିଳାଙ୍କର ପରିବାର କିଭରେ ରୁହନ୍ତି ଓ ଯୁଦ୍ଧ ଯୋଗୁ ଅନେକ ଦିନ ହେଲାଣି ସେମାନେ ଘର ଭିତରେ ଲୁଚିକି ଅଛନ୍ତି। ତଥାପି ରୁଷ୍‌ ସେନା ତାଙ୍କୁ ଖୋଜି ବାହାର କରି ତାଙ୍କ ସହିତ ବଳାତ୍କାର କରିଛନ୍ତି।

ଏ ନେଇ ମହିଳା ଜଣକ ସାଂସଦରେ କହିଛନ୍ତିକି, ଆମେ ଏହି ଘଟଣା ପରେ ଆଦୌ ଚୁପ ବସିବୁ ନାହିଁ। ଏହି ଘଟଣାକୁ ଦେଖି ସେ ଛୁଆ ମନରେ କଣ ଆସୁଥିବ। ସେହି ଛୁଆର ବାପାକୁ ଗୁଳି ମାରି ଦିଆଗଲା ଓ ତାର ମା’କୁ ମଧ୍ୟ ରେପ କରାଯାଇଛି। ୟୁକ୍ରେନ ସାଂସଦ ପ୍ରତିଶ୍ରୁତି ଦେଇଛନ୍ତିକି ଆମେ ଏହି ଘଟଣାକୁ ଲୋକ ଲୋଚନକୁ ଆଣିବୁ ଓ ଉକ୍ତ ମହିଳାଙ୍କୁ ନ୍ୟାୟ ଦେବୁ।

Leave A Reply

Your email address will not be published.