ଠିକ ସମୟରେ ପହଞ୍ଚିବା ଚକ୍କରରେ ଡେଲିଭରି ବୟଙ୍କର 3 ଥର ଆକ୍ସିଡେଣ୍ଟ, ଖାଇବା ପହଞ୍ଚାଇବା ମାତ୍ରେ କାନ୍ଦିବାକୁ ଲାଗିଲେ

0

Get real time updates directly on you device, subscribe now.

ଜଣେ ଡେଲିଭରି ବୟଙ୍କର ଯନ୍ତ୍ରଣାଦାୟକ କାହାଣୀ ସାମ୍ନାକୁ ଆସିଛି, ଯିଏକି ଠିକ୍ ସମୟରେ ଖାଇବା ପହଞ୍ଚାଇବା ଚକ୍କରରେ 3 ଥର ଆକ୍ସିଡେଣ୍ଟରେ ନିଜ ଜୀବନ ହରାଉ ହରାଉ ବଞ୍ଚିଲେ ଏବଂ ଯେତେବେଳେ ଯେକୌଣସି ପ୍ରକାରେ ଖାଇବା ନେଇ କଷ୍ଟମର ପାଖରେ ପହଞ୍ଚିଲେ, ସେତେବେଳେ ସେ ବିଲକୁଲ ଭାଙ୍ଗିପଡ଼ିଲେ । ତାପରେ କଷ୍ଟମରଙ୍କ ସାମ୍ନାରେ ହିଁ କାନ୍ଦିବାକୁ ଲାଗିଲେ ଏବଂ ଏହି କଷ୍ଟମର ହିଁ ଏହି ଡେଲିଭରି ବୟଙ୍କ ଯନ୍ତ୍ରଣାଦାୟକ କାହାଣୀକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

କମେଡିଆନ ସାହିଲ ଶାହ ସେୟାର କଲେ ଘଟଣା :-

ଏହି ଘଟଣାରେ ଷ୍ଟାଣ୍ଡ ଅପ୍ କମେଡିଆନ ସାହିଲ ଶାହ ନିଜ ଟୁଇଟର ହ୍ୟାଣ୍ଡେଲ ମାଧ୍ୟମରେ ସେୟାର କରିଛନ୍ତି । ସେ ନିଜ ଟୁଇଟରେ ଲେଖିଛନ୍ତି, ଆଜି ମୋ ପାଖକୁ ଜଣେ ଫୁଡ ଡେଲିଭରି ବୟ ଭାବୁକ ହୋଇ ଭାଙ୍ଗିପଡିଲା, କାରଣ ମୋ ଖାଦ୍ୟକୁ ପହଞ୍ଚାଇବାର ଚେଷ୍ଟାରେ ସେ ପ୍ରାୟ 3ଟି ଦୁର୍ଘଟଣାରୁ ଯେକୌଣସି ପ୍ରକାରେ ବଞ୍ଚିଲା । ମୁଁ ତାଙ୍କୁ ପାଣି ପିଆଇଲି ଏବଂ ଗୋଟିଏ ଭଲ ଟିପ ଦେଲି ଏବଂ ତାପରେ ତାଙ୍କୁ କ୍ଷମା ମାଗିଲି, କାରଣ ମୋର 500 ଟଙ୍କାର ଖାଇବା ତାଙ୍କ ଜୀବନ ଠାରୁ କେବେ ବି ବଡ ନୁହେଁ । ଦୟାକରି ଆପଣମାନେ ମଧ୍ୟ ଡେଲିଭରି ବୟ ସହିତ ଭଲ ବ୍ୟବହାର କରନ୍ତୁ । ସେମାନେ ନିଜର ବେଷ୍ଟ କରୁଛନ୍ତି ।

ସାହିଲ ନିଜ ଟୁଇଟରେ ଆଗକୁ ଲେଖିଛନ୍ତି, ” ଯଦି ଆପଣ ଡେରିରେ ଖାଇବା ଖାଉଛନ୍ତି ତେବେ ଠିକ୍ ଅଛି । ମୁଁ ରାଗକୁ ବୁଝୁଛି । କିନ୍ତୁ ସେମାନେ ଏହାକୁ ଆପଣଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଉଛନ୍ତି । ଆପଣ କେତେ ବି ଭୋକିଲା ଥାଆନ୍ତୁ ନା କାହିଁକି … ଏହା କେବେ କାହା ଜୀବନର ମୂଲ୍ୟରେ ହେବା ଉଚିତ୍ ନୁହେଁ ।”

ସାହିଲ ଆଗକୁ ଲେଖିଛନ୍ତି, “ନିଜର ଡେଲିଭରି ବୟଙ୍କୁ ଟିପ ଦିଅନ୍ତୁ । ସେମାନଙ୍କୁ ଯଥେଷ୍ଟ ସମ୍ମାନ କିମ୍ବା ପଇସା ମିଳିନଥାଏ । ତେଣୁ ସେମାନଙ୍କୁ ଟିପ ଦିଅନ୍ତୁ । ସେମାନଙ୍କ ସହିତ ଭଲ ବ୍ୟବହାର କରନ୍ତୁ । ସେମାନଙ୍କ ସହିତ କଥା ହୁଅନ୍ତୁ । ସେମାନଙ୍କୁ ସମ୍ମାନ ଦିଅନ୍ତୁ । ଟିକେ ସଦଭାବନା ବହୁତ ଆଗକୁ ବଢି ଯାଇଥାଏ ।”

ଟୁଇଟରରେ ଆକ୍ଟିଭ ରୁହନ୍ତି ସାହିଲ ଶାହ :-

ସାହିଲ ଶାହଙ୍କ ଟୁଇଟରରେ 10 ଲକ୍ଷରୁ ଅଧିକ ଫୋଲୋର୍ସ ଅଛନ୍ତି । ସାହିଲ ଗୋଟିଏ ପରେ ଗୋଟିଏ ଟୁଇଟ କରି ନିଜ ଭାବନାଗୁଡ଼ିକୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ଥାଆନ୍ତି । ତାଙ୍କ ପାଖରେ ଖାଇବା ନେଇ ପହଞ୍ଚିଥିବା ଜଣେ ଡେଲିଭରି ବୟ ଯେତେବେଳେ ନିଜ ସହିତ ହୋଇଥିବା ଘଟଣାକୁ ଶୁଣାଇଲା, ସେତେବେଳେ ତାଙ୍କ ହୃଦୟ ତରଳି ଗଲା, କାରଣ ଘଟଣା ଶୁଣାଇବା ସମୟରେ ଡେଲିଭରି ବୟ କାନ୍ଦିବାକୁ ଲାଗିଲା । ଏହାପରେ ସାହିଲ ତାଙ୍କୁ ପାଣି ପିଆଇଲେ ଏବଂ ଭଲ ଟିପ ଦେଲେ । ଏହି ଘଟଣାକୁ ସେ ତୁରନ୍ତ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଦେଲେ ।

Leave A Reply

Your email address will not be published.