ମୁସଲମାନ ବ୍ୟକ୍ତି ଜଣକ କହିଲେ – PM ମୋଦୀ ରାମ ଏବଂ CM ଯୋଗୀ କୃଷ୍ଣଙ୍କ ଅବତାର, ଆଉ ତା ପରେ ତ ବିରୋଧୀମାନେ ବହୁତ୍ ପିଟିଲେ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ମୋଦୀ- ଯୋଗୀଙ୍କ ପ୍ରଶଂସା କରିବାରୁ ମୁସଲମାନ ବ୍ୟକ୍ତିଙ୍କୁ ମାରପିଟ :-

କାମରାନ ନାମକ ଜଣେ ଯୁବକଙ୍କ ଅଭିଯୋଗ ରହିଛି ଯେ ସେ ନିଜ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୋଗୀ ଆଦିତ୍ୟନାଥଙ୍କର ପ୍ରଶଂସା କରିଥିଲେ । କିନ୍ତୁ ଏହି କଥାରେ ତାଙ୍କ ଅଞ୍ଚଳର ଲୋକମାନେ ରାଗିଗଲେ ଏବଂ ସେମାନେ ତାଙ୍କୁ ବହୁତ୍ ପିଟିଲେ । ଏହି ମାରପିଟ କାରଣରୁ ତାଙ୍କ ମୁଣ୍ଡରେ ବହୁତ୍ ଜୋରରେ ଆଘାତ ଲାଗିଛି । ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ମଧ୍ୟ କରାଯାଇଛି । ଏହି ପୁରା ଘଟଣା ସହରର ବାରାଦରି ଥାନା ଅଂଚଳର ସୈଲାନି ଅଞ୍ଚଳର ବୋଲି କୁହାଯାଉଛି ।

କାମରାନ ପୋଲିସକୁ କହିଛନ୍ତି ଯେ ସେ ନିର୍ବାଚନରେ ବିଜେପିକୁ ସମର୍ଥନ କରିଥିଲେ । ଏହି ସମୟରେ ସେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନାକୁ ମଧ୍ୟ ପ୍ରଶଂସା କରିଥିଲେ । ସେ ସବୁବେଳେ ମୋଦୀ ଏବଂ ଯୋଗୀଙ୍କ ସମର୍ଥକ ଭାବେ ରହିଆସିଛି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାମଙ୍କ ଅବତାର ବୋଲି କହିଥିଲେ । ମୋଦିଙ୍କୁ ପ୍ରଶଂସା କରି କହିଥିଲେ ଯେ ସେ ଦେଶକୁ ବହୁତ୍ ଭଲ ଭାବେ ଚଳାଉଛନ୍ତି । ଲୋକମାନଙ୍କୁ ରାସନ୍, ପାଣି ସବୁକିଛି ମିଳୁଛି । ସେହିପରି ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ତୁଳନା କୃଷ୍ଣ ଭଗବାନଙ୍କ ସହିତ କରିଥିଲେ । ତାଙ୍କୁ ସେ କୃଷ୍ଣଙ୍କ ଅବତାର ବୋଲି କହିଥିଲେ ।

ମୁଣ୍ଡରେ ଲାଗିଛି ଗଭୀର ଆଘାତ :-

ଜଣେ ମୁସଲମାନ ବ୍ୟକ୍ତି ମୁହଁରୁ ବିଜେପିର ପ୍ରଶଂସା କିଛି ବିରୋଧୀ ସହିପାରିଲେ ନାହିଁ । ସେମାନେ ଏହାକୁ ବିରୋଧ କଲେ । କାମରାନ କହିଛନ୍ତି ଯେ କିଛି ଦିନ ପୂର୍ବରୁ ହିଁ ମୋ ସହିତ ମାରପିଟ ହୋଇଥିଲା । କିନ୍ତୁ ବର୍ତ୍ତମାନ ସୀମା ପାର ହୋଇଯାଇଛି । ସେମାନେ ମୋ ଉପରେ ସାଙ୍ଘାତିକ ଆକ୍ରମଣ କରିଛନ୍ତି । ଏହି ଘଟଣା ପରେ କାମରାନ ବିଜେପିର କର୍ଯ୍ୟକର୍ତ୍ତମାନଙ୍କୁ ତାଙ୍କର ସାହାଯ୍ୟ କରିବାପାଇଁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ମୁଁ ଆପଣ ମାନଙ୍କୁ ସମର୍ଥନ କରିଥିଲି । ବର୍ତ୍ତମାନ ଆପଣ ମାନେ ହିଁ ମତେ ସାହାଯ୍ୟ କରନ୍ତୁ ।

ବର୍ତ୍ତମାନ କାମରାନ ପୋଲିସଠାରେ ନିଜ ଉପରେ ହୋଇଥିବା ଆକ୍ରମଣକୁ ନେଇ ଅଭିଯୋଗ କରିଛନ୍ତି । ପାଞ୍ଚଜଣ ଲୋକଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ ହୋଇଛି । ପୋଲିସ ବର୍ତ୍ତମାନ ପୁରା ମାମଲାକୁ ଯାଞ୍ଚ କରୁଛି । ତେବେ ଏହି ପୁରା ଘଟଣାରେ ଆପଣଙ୍କର ମତାମତ କଣ୍ ରହିଛି, ଆମକୁ କମେଣ୍ଟ କରି ନିଶ୍ଚିତ ଭାବେ ଜଣାନ୍ତୁ ।

Leave A Reply

Your email address will not be published.