ପୁଣିଥରେ ଫେରିଲା କରୋନା,ପାର୍ଟନରମାନଙ୍କୁ ଏକାଠି ଶୋଇବା ଓ କିସ କରିବାକୁ ମନା !

0

Get real time updates directly on you device, subscribe now.

ପୁଣିଥରେ ଚାଇନାକୁ କରୋନା ମହାମାରୀର ଭୟଙ୍କର ରୂପ ଫେରିଛି। ସେଥିପାଇଁ ସାଂଘାଇରେ ଲକଡାଉନ ଘୋଷଣା କରାଯାଇଛି। ଆତଙ୍କ ସୃଷ୍ଟି କରିଥିବା ଏହି କରୋନା ଭାଇରସ କବଳରୁ ରକ୍ଷା ପାଇବା ପାଇଁ ସେଠିକାର ସରକାର ମଧ୍ୟ କଠୋର ନିୟମ ଲାଗୁ କରିଛନ୍ତି। କରୋନାର ପ୍ରତିଷେଧକମୂଳକ ବ୍ୟବସ୍ଥା ରୂପରେ ସାମାଜିକ ଦୂରତା ଏକ ବଡ଼ ଅସ୍ତ୍ର ଅଟେ। ଏହା ଉପରେ ସ୍ଥାନୀୟ ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଛି। ଲୋକମାନେ ଏକାଠି ସାଙ୍ଗରେ ନ ରହିବା ପାଇଁ କଡ଼ା ନିୟମ ସବୁ ଘୋଷଣା କରାଯାଇଛି। ଏପରିକି କେହି ସାଙ୍ଗ ହୋଇ ବସିବା, ଖାଇବା ଓ ଶୋଇବାକୁ ମଧ୍ୟ ମନା ହୋଇଛି।

ସେହିପରି କେହି କାହାରିକୁ କିସ ମଧ୍ୟ କରିପାରିବେ ନାହିଁ। ଚାଇନାର ଆର୍ଥିକ ରାଜଧାନୀ ସାଂଘାଇ ବର୍ତ୍ତମାନ କରୋନାର ହଟସ୍ପଟ ଭାବରେ ଚିହ୍ନଟ ହୋଇଛି। ଏଠାରେ ସଂକ୍ରମଣର ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ହେଉଛି। ଅନ୍ୟ ଦେଶ ତୁଳନାରେ ଚାଇନାର ସଂକ୍ରମଣ ହାର ଅଧିକ ମାତ୍ରାରେ ରହିଛି। ସଂଘାଇର ସମୁଦାୟ ୨୬ ଲକ୍ଷ ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ସେଠିକାର ସହରରେ ଡ୍ରୋନ୍‌ ମାଧ୍ୟମରେ ମଧ୍ୟ ଲୋକମାନଙ୍କୁ ସଚେତନତା ବାର୍ତ୍ତା ଘୋଷଣା କରାଯାଉଛି। ଲୋକଙ୍କ ଛାତ ଉପରେ ଏକାଧିକ ଡ୍ରୋନ୍‌ ଚକ୍କର କାଟୁଥିବାର କିଛି ଭିଡିଓ ସୋସିଆଲ ମଡିଆରେ ଭାଇରାଲ ହେଉଅଛି। ଏହି ଡ୍ରୋନ ମାଧ୍ୟମରେ କରୋନା ପାଇଁ ସତର୍କତା କରାଯାଉଛି। ସେଥିରେ ନିଜର ସ୍ୱାଧୀନତା ଏବଂ ଇଚ୍ଛାକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ବାର୍ତ୍ତା ପ୍ରଦାନ କରାଯାଉଛି।

ଏପରିକି ଝରକା ବନ୍ଦ କରି ରହିବାକୁ ପରାମର୍ଶ ଦିଆଯାଉଛି। ଅନ୍ୟ ଏକ ଭିଡିରେ ସ୍ୱାସ୍ଥ୍ୟ କର୍ମୀମାନେ ରାସ୍ତାରେ ମାଇକ ଜରିଆରେ ଲୋକମାନଙ୍କୁ ସତର୍କ କରୁଥିବାର ଲକ୍ଷ୍ୟ କରାଯାଇଛି। ଦମ୍ପତିମାନଙ୍କୁ ରାତିରେ ଏକାଠି ଶୋଇବା ପାଇଁ ବାରଣ କରାଯାଉଛି। ସେମାନେ ପର଼ସ୍ପରକୁ କିସ କିମ୍ବା ଆଲିଙ୍ଗନ ମଧ୍ୟ କରନ୍ତୁ ନାହିଁ। ପାର୍ଟନରମାନେ ପରସ୍ପର ଠାରୁଅଲଗା ଶୁଅନ୍ତୁ। ସେହିପରି ଅଲଗା ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ କର୍ମୀମାନେ ସହରସାରା ବୁଲି ରୋଗ ସମ୍ପର୍କରେ ସତର୍କତା ଅବଲମ୍ବନ କରାଉଛିନ୍ତି। କିଛି ଦିନ ପୂର୍ବରୁ ସଂଘାଇରେ ରୋବୋ ମାଧ୍ୟମରେ ସଚେତନତା କରାଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଲକଡାଉନ ଯୋଗୁ ଲୋକମାନଙ୍କ ନିକଟରେ ଖାଦ୍ୟସାମଗ୍ରୀ ଯୋଗାଣରେ ବାଧାପ୍ରାପ୍ତ ହୋଇଛି। ଫଳରେ ଲୋକମାନେ ଭିନ୍ନ ଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ତେବେ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ସ୍ଥାନୀୟ ପ୍ରଶାସନ ବହୁତ ସଜାଗ ଅଛି। କରୋନା ମହାମାରୀର ପ୍ରକୋପ ଯୋଗୁ ସାଂଘାଇ ବର୍ତ୍ତମାନ ଶୂନଶାନ ହୋଇପଡ଼ିଛି।

Leave A Reply

Your email address will not be published.