ଯେଉଁ ଭାରିଆଣ୍ଟ ପାଇଁ ଚାଇନାରେ ଲାଗୁହୋଇଛି ଲକଡାଉନ,ସେଇ ଭାରିଆଣ୍ଟ ଭାରତରେ ପ୍ରଥମ ଚିହ୍ନଟ !

0

Get real time updates directly on you device, subscribe now.

କରୋନା ପୁଣିଥରେ ଟେନସନ ବଢାଇବ କି। ଭାରତରେ ପ୍ରଥମ ଥର ପାଇଁ XE ଭାରିଆଣ୍ଟ ଚିହ୍ନଟ ହେଲା। କୋଭିଡର ପ୍ରଥମ XE ଭାରିଆଣ୍ଟ ମୁମ୍ବାଇରୁ ଚିହ୍ନଟ ହୋଇଥିବାର ଜଣାପଡ଼ିଛି। ବିଏମସି ଅର୍ଥାତ ବୃହମୁମ୍ବାଇ ମୁନିସିପାଲ କର୍ପୋରେସନ ଏକ ପ୍ରେସ ବିଜ୍ଞପତିରେ ଏହା ପ୍ରକାଶ କରିଥିବା ଜଣାପଡିଛି। ଏହା ସହ କପା ଭେରିୟାଣ୍ଟ ଗୋଟିଏ ମାମଲା ମଧ୍ୟ ସାମ୍ନାକୁ ଆସିଥିବା ଜଣାଯାଇଛି। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ନିକଟରେ କୌଣସି ବଡ ଆକାରର କିମ୍ବା ସାଙ୍ଘାତିକ ଲକ୍ଷଣ ଦେଖାଯାଇନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁସାରେ କୋଭିଡର ଅନ୍ୟ ସମସ୍ତ ଭେରିୟାଣ୍ଟ ଠାରୁ ଏହା ଅଧିକ ସଂକ୍ରାମକ। ବିଶ୍ୱରେ ପ୍ରଥମ XE ଭାରିଆଣ୍ଟ ଜାନୁଆରୀ ୧୯ ତାରିଖରେ ୟୁକେରେ ଚିହ୍ନଟ ହୋଇଥିଲା। କୋଭିଡର ଦ୍ୱିତୀୟ ମ୍ୟୁଟାଣ୍ଟ ଭାବରେ XE ଭାରିଆଣ୍ଟ ପରିଚିତ। ନୂଆ ମ୍ୟୁଟେଣ୍ଟ XE ଓମିକ୍ରନର ସବୁ ଭାରିଆଣ୍ଟ BA.2 ଠାରୁ ୧୦ ଗୁଣ ଅଧିକ ସଂକ୍ରାମକ ରହିଥିବା ଜଣାଯାଇଛି। ଏ ବିଷୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ସତର୍କ କରାଯାଇଛି।

ବିଶ୍ୱର ବିଭିନ୍ନ ଦେଶରେ ବର୍ତ୍ତମାନ BA.2ର ଉତ୍ପାତ ଜାରି ରହିଥିବା ସମୟରେ XE ଭାରିଆଣ୍ଟ BA.1 ଓ BA.2ର ଏକ ସବ ଭାରିଆଣ୍ଟ ବୋଲି ଚିହ୍ନଟ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଓମିକ୍ରନର ସବ ଭାରିଆଣ୍ଟ BA.2 ସବୁଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି । ବ୍ରିଟେନ ସ୍ୱାସ୍ଥ୍ୟ ନିରାପତ୍ତା ସଂସ୍ଥା ଅନୁସାରେ ବର୍ତ୍ତମାନ XE, XD ଓ XF ଭାରିଆଣ୍ଟ ବ୍ୟାପୁଛି। XD ଓ XFକୁ ଡେଲଟା ଓ ବିଏ-୧ର ହାଇବ୍ରିଡ ବୋଲି କୁହାଯାଉଛି। ଫ୍ରାନ୍ସ, ବେଲଜିୟମ ଓ ଡେନମାର୍କରେ ଏହା ବ୍ୟାପୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ସୂତ୍ରରୁ ପ୍ରକାଶିତ ହୋଇଛି।ଆହତ ମାନଙ୍କୁ ଜେଲରେ ଭର୍ତ୍ତି କରାଯାଇଛି ୨୩୦। ଏହି ୨୩୦ କେଶ ମଧ୍ୟରୁ ୨୨୮ ଜଣ ଓମିକ୍ରନ ପଜିଟିଭ। ୨୩୦ ଜଣଙ୍କ ମଧ୍ୟରୁ ସମସ୍ତଙ୍କର ସାମ୍ପଲା ପଠାଯିବା ସହ ତାଙ୍କର ଜିନାମ ସିକ୍ୟୁନ୍ସେଖ କରାଯଇଛି।

କିଛି ସମ୍ବାଦ ସଂସ୍ଥା ରିପୋର୍ଟଙ୍କ ଅନୁସାରେ ଚିହ୍ନଟ ହୋଇଥିବା ନୂଆ ଭେରିଆଣ୍ଟଟି ୧୦ ଗୁଣା ଅଧିକ ମାରାତ୍ମକ ଅଟେ। କିନ୍ତୁ ପ୍ରକୃତରେ ୧୦ ପ୍ରତିଶତ ଅଧିକ ମାରାତ୍ମକ। ଅର୍ଥାତ ୧୦ ପ୍ରତିଶତକୁ ନେଇ ହିସାବ କରିବା ତେବେ ଏହା ୧.୧ ଗୁଣା ଅଧିକ ସଂକ୍ରାମକ, ୧୦ ଗୁଣା ନୁହେଁ। ଏହି ନୂଆ XE ଭେରିଆଣ୍ଟଟି ଥାଇଲାଣ୍ଡ, ନିଉଜିଲ୍ୟାଣ୍ଡରେ ମଧ୍ୟ ଚିହ୍ନଟ ହୋଇଛି। ଏଇ ନିକଟରେ ଭାରତରେ ମଧ୍ୟ ଏହି ନୂଆ ଭେରିଆଣ୍ଟ ଚିହ୍ନଟ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଆଉ ଅଧିକ କିଛି ପ୍ରକାଶ କରିବା ପାଇଁ ତଥ୍ୟ ସବୁ ହାସଲ କରିବା ଆବଶ୍ୟକ।

Leave A Reply

Your email address will not be published.