ପେଟରେ ଚାରି ମାସର ଛୁଆ, କିନ୍ତୁ ଆସିଲା ଝିଅର ମୃତ୍ୟୁ ଖବର,ଜାଣନ୍ତୁ ପୁରା ଖବର

0

Get real time updates directly on you device, subscribe now.

ବାହାଘରକୁ କେବଳ ବର୍ଷେ ପୂରିଥିଲା, ଝିଅ ମାତ୍ର ୭ ମାସର ଗର୍ଭବତୀ ଥିଲା। ତେଣୁ, ଖୁସିରେ ତାର ବାପଘର ଲୋକେ ଫାଟି ପଡୁଥିଲେ। କିନ୍ତୁ, ଏହିବୁ ଖୁସି ଭିତରେ ସତେ ଯେମିତି କାହାର ନଜ଼ର ତାଙ୍କୁ ଲାଗିଗଲା। ସଦଭାର ନେଇ ଝିଅ ଘରକୁ ଯିବା ବେଳକୁ ଝିଅର ମୃତ୍ୟୁ ହୋଇ ଯାଇଥିବାର ଜଣାପଡିଥିଲା। ବଲାଙ୍ଗୀରର ସଦର ଥାନା ମାଗୁରବେଡା ଫାଣ୍ଡି ତଲିଉଡାର ଗାଁରେ ଏହିଭଳି ଏକ ଦୁଃଖଦ ଘଟଣା ଘଟିଥିବା ଜଣାପଡିଛି।

ଅନ୍ୟପକ୍ଷରେ ତାଙ୍କର ଝିଅ ପୁଷ୍ପାଞ୍ଜଳି ପ୍ରଧାନଙ୍କୁ ସ୍ୱାମୀ ଓ ଶାଶୂଘର ଲୋକମାନେ ମିଶି ମାରି ଦେଇଥିବାର ଅଭିଯୋଗ ମଧ୍ୟ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ୨୦୨୧ ମାର୍ଚ୍ଚ ୨୧ ତାରିଖରେ ତଲିଉଡାର ବିପିନ ପ୍ରଧାନଙ୍କୁ ପୁଷ୍ପାଞ୍ଜଳି ବିବାହ କରିଥିଲେ। ପୁଷ୍ପାଞ୍ଜଳିଙ୍କର ଶରୀରର ରଙ୍ଗ କଳା ହୋଇଥିବା କାରଣରୁ ଶାଶୂଘର ଲୋକେ ତାଙ୍କୁ ପସନ୍ଦ କରୁନଥିଲେ ଏବଂ ଯୌତୁକ ପାଇଁ ବିଭିନ୍ନ ସମୟରେ ନିର୍ଯାତନା ମଧ୍ୟ ଦେଇ ଆସୁଥିଲେ ବୋଲି ଅଭିଯୋଗ ମଧ୍ୟ ହୋଇଛି।

ରବିବାର ଦିନ ପୁଷ୍ପାଞ୍ଜଳିଙ୍କର ବାପଘର ଲୋକ ସଦଭାର ନେଇ ଆସୁଥିଲେ। କିନ୍ତୁ, ତାଙ୍କର ଝିଅର ଦେହ ଖରାପ ଏବଂ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବୋଲି ହଠାତଖବର ଆସିଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ପରିବାର ଲୋକ ଝିଅର ମୃତ୍ୟୁ ଖବର ପାଇଥିଲେ। ଗୋଟିଏ ପଟେ ପୀଡିତାଙ୍କ ଶାଶୂଘର ଲୋକ ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ସମୟରେ ବାପଘର ଲୋକ ଝିଅର ହତ୍ୟା ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପିଡ଼ିତାଙ୍କ ସ୍ୱାମୀ ଏବଂ ଶାଶୂ ଫେରାର ରହିଛନ୍ତି।.

Leave A Reply

Your email address will not be published.