ମାନସ ମର୍ଡର ମିଷ୍ଟ୍ରି : ମେମୋରୀ ଚିପ୍‌ ଫେରାଇବା ପାଇଁ ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ଓ କ୍ୟାମେରା ମାଗିଥିଲେ ମାନସ

0

Get real time updates directly on you device, subscribe now.

ଦୁଇଟି ପର୍ଯ୍ୟାୟର ରିମାଣ୍ଡ ପରେ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟାରେ କ୍ରାଇମବ୍ରାଞ୍ଚ ଅନେକ ତଥ୍ୟ ପ୍ରମାଣ ପାଇଛି। ମର୍ଡର ପ୍ଲଟର ଖୁଲାସା ହୋଇଛି। କିନ୍ତୁ ପଦାକୁ ମେମୋରୀ ଚିପ୍‌ ସତ ଆସିଲାନି। ମିଳିଲାନି ସେହି ରହସ୍ୟମୟ ମେମୋରୀ ଚିପ। ଯେଉଁଥିପାଇଁ ମାନସଙ୍କୁ ହତ୍ୟା କରା ଯାଇଥିଲା। ନୟାଗଡ଼ ଜିଲ୍ଲାର ରଣପୁରରେ ମାନସଙ୍କ ଘରେ ବହୁ ଖୋଜାଖୋଜି କରିବା ପରେ ତଦନ୍ତକାରୀ ଦଳ ଖାଲି ହାତିରେ ଫେରିଥିଲା। ପରେ ଭୁବନେଶ୍ୱରରେ ରହୁଥିବା ଦୁଇଟି ସ୍ଥାନରେ ଖୋଳତାଡ ହୋଇଥିଲା। କିନ୍ତୁ ଚିପ ମିଳିଲା ନାହିଁ। ମାନସ କେଉଁଠି ରଖି ଦେଇଛନ୍ତି ବୋଲି ସନ୍ଦେହ କରାଯାଉଛି। ଯାହା ବାବଦରେ ବୋଧେ କାହାକୁ ସେ କହିନଥିଲେ।

ମାନସଙ୍କୁ କେମିତି ଓ କିଭଳି ହତ୍ୟା କରିଥିଲେ ରିମାଣ୍ଡରେ ଅଭିଯୁକ୍ତ ଗୋଟି ଗୋଟି ସତ ବଖାଣିଛନ୍ତି। ପ୍ରଥମ ପର୍ଯ୍ୟାୟ ରିମାଣ୍ଡରେ ଡେମୋ ଦେଖାଇଥିଲେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକ। ଶର୍ମିଷ୍ଠା ଓ ଝୁନା ଭୋଇ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ କ୍ରାଇଣବ୍ରାଞ୍ଚକୁ ଅନେକ ତଥ୍ୟ ଦେଇଛନ୍ତି। ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛିକି, ଜାନୁଆରୀ ମାସ ୧୦ ତାରିଖ ପରେ ଶର୍ମିଷ୍ଠାଙ୍କ ଦୟାଲ ଆଶ୍ରମରେ ମାନସ ରହୁଥିଲେ। ଜାନୁଆରୀ ୩୦ ତାରିଖରେ ତାଙ୍କୁ ସମ୍ପୂର୍ଣ୍ଣ ଅଫିସ ଡାକିଥିଲେ ଶର୍ମିଷ୍ଠା ଓ ନିରଞ୍ଜନ।

ଭିଡିଓ ରେକର୍ଡିଂ କରିଥିବା ଚିପକୁ ଦେବାକୁ କହିଥିଲେ। ସେଠାରେ ମାନସଙ୍କୁ ମାଡ଼ ମାରିବା ପରେ ଦୟାଲ ଆଶ୍ରମ ଆଣିଥିଲେ ଶର୍ମିଷ୍ଠା ଓ ନିରଞ୍ଜନ। ଆଶ୍ରମରୁ ମାନସଙ୍କର କ୍ୟାମେରା ନେଇଯାଇଥିଲେ । ପରଦିନ ଆଶ୍ରମ ଛାଡ଼ି ଭୁବନେଶ୍ୱରରେ ମାନସ ଅନ୍ୟ ସ୍ଥାନରେ ରହିଥିଲେ। ମେମୋରୀ ଚିପ ଫେରାଇବା ପାଇଁ ଶର୍ମିଷ୍ଠାଙ୍କ ପାଖରୁ ୧୦ ହଜାର ଟଙ୍କା ଓ କ୍ୟାମେରା ମଧ୍ୟ ମାଗିଥିଲେ। ଫେବ୍ରୁଆରୀ ୫ ତାରିଖରେ ଚାନ୍ଦବାଲି ବାହାଘର ସୁଟିଂ ପାଇଁ ମାନସ ଯାଇଥିଲେ। ଏହି ଖବର ପାଇ ଶର୍ମିଷ୍ଠା ଓ ସହଯୋଗୀ ଚାନ୍ଦବାଲିରୁ ତାଙ୍କୁ ଅପହରଣ କରି ଆଣିଥିଲେ।

ମାନସଙ୍କୁ କେମିତି ଓ କେଉଁ ପରିସ୍ଥିତିରେ ହତ୍ୟା କରାଗଲା ଅଭିଯୁକ୍ତଙ୍କ ପାଖରୁ କ୍ରାଇମବ୍ରାଞ୍ଚ ତଥ୍ୟ ବାହାର କରିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଜଣା ପଡିଲା ନାହିଁ। ମେମୋରୀ ଚିପ ରହସ୍ୟର ପର୍ଦ୍ଦାଫାସ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇ ପାରିନି। ମେମୋରୀ ଚିପ୍‌ ନ ମିଳିଲେ ମାନସ ମର୍ଡର ମିଷ୍ଟ୍ରିର ଅନେକ ଗୁମର ଲୁଚିଯିବ।

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ନୂଆ ତଥ୍ୟ ସମ୍ନାକୁ ଆସିଲା। ମେମୋରୀ ଚିପକୁ ଫେରାଇବା ପାଇଁ ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ଓ ମାନସ କ୍ୟାମେରା ମାଗିଥିଲେ। ସେହିପରି ସମ୍ପୂର୍ଣ୍ଣ ଅଫିସରେ ମେମୋରୀ ଚିପ୍‌ ମାଗିବା ସହିତ ତାଙ୍କୁ ମାଡ଼ ମାରିଥିଲେ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀ।

ଦ୍ୱିତୀୟ ପର୍ଯ୍ୟାୟରେ ତିନି ଦିନିଆ ରିମାଣ୍ଡରେ କ୍ରାଇମବ୍ରାଞ୍ଚକୁ ବହୁ ତଥ୍ୟ ଦେଇଛନ୍ତି ଶର୍ମିଷ୍ଠା ଓ ଝୁନା ଭୋଇ। ମାନସଙ୍କର ରଣପୁର ଘରେ ଓ ଭୁବନେଶ୍ୱରରେ ସେ ବହୁ ସ୍ଥାନରେ ଖୋଜାଖୋଜି ପରେ ମଧ୍ୟ ରହସ୍ୟମୟ ମେମୋରୀ ଚିପ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଲା ନାହିଁ।

Leave A Reply

Your email address will not be published.