ବର୍ତ୍ତମାନ ମହଙ୍ଗା ମାଡ଼ରେ ସମସ୍ତେ ଛାନିଆ; ପେଟ୍ରୋଲ ଦାମ ୧୨୦ ପାର, ଆହୁରି ଏତିକି ଟଙ୍କା ବଢ଼ିବ !

0

Get real time updates directly on you device, subscribe now.

ବର୍ତ୍ତମାନ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଅହେତୁକ ବୃଦ୍ଧି ଦେଖାଦେଇଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ବୁଧବାର ଦିନ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୮୦ ପଇସା ଲେଖାଏଁ ବୃଦ୍ଧି କରି ଦେଇଛନ୍ତି। ଗତ ୧୬ ଦିନ ମଧ୍ୟରେ ଏହା ୧୪ ଥର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟକୁ ବୃଦ୍ଧି କରାଯାଇଛି। ଏହା ସହିତ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୧୦୫.୪୧ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୯୬.୬୭ ଟଙ୍କାରେ ପହଞ୍ଚିଥିବା ସମୟରେ ମୁମ୍ବାଇରେ ୧୨୦.୫୧ ଟଙ୍କାରେ ପେଟ୍ରୋଲ ମିଳୁଛି। ଏହାପୂର୍ବରୁ ମଙ୍ଗଳବାର ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୮୦ ପଇସା ଲେଖାଏଁ ବୃଦ୍ଧି କରାଯାଇଥିଲା।

ପାଞ୍ଚଟି ରାଜ୍ୟର ବିଧାସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଅର୍ଥାତ ମାର୍ଚ୍ଚ ୨୨ ତାରିଖରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଆରମ୍ଭ ହୋଇଛି। ମାର୍ଚ୍ଚ ୨୪ ଏବଂ ଏପ୍ରିଲ ୧ ତାରିଖ ବ୍ୟତୀତ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତ୍ୟେକ ଦିନ ବୃଦ୍ଧି ହେଉଛି। ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୧୪ ଦିନରେ ଲିଟର ପିଛା ୧୦ ଟଙ୍କା ବୃଦ୍ଧି ପାଇଛି। ଏହାପୂର୍ବରୁ ଗତବର୍ଷ ନଭେମ୍ବର ୪ ତାରିଖରୁ ଚଳିତ ବର୍ଷ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନଥିଲା।

ସେହିପରି ଗତବର୍ଷ ସେପ୍ଟେମ୍ବର ପରେ ପେଟ୍ରୋଲ ଅପେକ୍ଷା ଡିଜେଲ ବଜାର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବ୍ୟବସାୟ ଦୃଷ୍ଟିକୋଣରୁ ପେଟ୍ରୋଲ ଅପେକ୍ଷା ଡିଜେଲ ଉତ୍ପାଦନ ମହଙ୍ଗା। କିନ୍ତୁ ଭାରତର ଖୋଲା ବଜାରରେ ପେଟ୍ରୋଲ ମହଙ୍ଗା ଏବଂ ଡିଜେଲ ଶସ୍ତା ବିକ୍ରି ହୁଏ। ଗତ ମାର୍ଚ୍ଚ ୨୨ ତାରିଖରୁ ପେଟ୍ରୋଲ ପରି ଡିଜେଲ ମଧ୍ୟ ୧୪ କିସ୍ତିରେ ୧୦ ଟଙ୍କା ମହଙ୍ଗା ହୋଇଛି। ମୁମ୍ବାଇରେ ଡିଜେଲର ମୂଲ୍ୟ ୧୦୪.୭୭ ଟଙ୍କା ଓ ରାଜଧାନୀ ଦିଲ୍ଲୀରେ ୯୬.୬୭ ଟଙ୍କରେ ପହଞ୍ଚିଛି। ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ତାମିଲନାଡୁରେ ମଧ୍ୟ ପେଟ୍ରୋଲ ୧୦୦ ଉପରେ ରହିଛି।

ମୁଡିର ଏକ ରିପୋର୍ଟ ଅନୁସାରେ, ଉତ୍ତର ପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭାର ନିର୍ବାଚନକୁ ଦୃଷ୍ଟିରେ ରଖି ତୈଳ କମ୍ପାନୀ ଆଇଓସି, ଏଚପିସିଏଲ ଏବଂ ବିପିସିଏଲ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟକୁ ବୃଦ୍ଧି କରି ନଥିଲେ ଏବଂ ଏହାଦ୍ୱାରା କମ୍ପାନୀମାନଙ୍କୁ ୧୯,୦୦୦ କୋଟି ଟଙ୍କାର କ୍ଷତି ସହିବା ପାଇଁ ପଡିଛି। କ୍ରାଇସିଲ ରିସର୍ଚ୍ଚର ଏକ ରିପୋର୍ଟ ଅନୁଯାୟୀ, ତୈଳ ମାର୍କେଟିଂ କମ୍ପାନୀଗୁଡିକର କ୍ଷତିପୂରଣ ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟକୁ ୧୫ ରୁ ୨୦ ଟଙ୍କା ବୃଦ୍ଧି କରିବାକୁ ପଡିବ। ଅର୍ଥାତ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆହୁଟି ୧୦ ଟଙ୍କା ଲେଖାଏଁ ବଢିପାରେ।

ଋଷ ଓ ୟୁକ୍ରେନ ଯୁଦ୍ଧ ପରଠାରୁ ଅଶୋଧିତ ତୈଳକୁ ବଜାରରେ ଅସ୍ଥିରତା ଦେଖାଦେଇଛି। ଗୋଟିଏ ସମୟ ଥିଲା ​​ଅଶୋଧିତ ତୈଳ ବ୍ୟାରେଲ ପିଛା ୧୩୯ ଡଲାର ଅତିକ୍ରମ କରି ସାରିଥିଲା। ଏହା ୨୦୦୮ ପରଠାରୁ ସର୍ବୋଚ୍ଚ ସ୍ତର ଥିଲା। ବର୍ତ୍ତମାନ ଏହା ୧୦୦ ଡଲାରରୁ ତଳକୁ ଖସି ଆସିଛି। ମଙ୍ଗଳବାର ଦିନ ଅଶୋଧିତ ତୈଳର ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି। ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ୧୦୬.୬୬ ଡଲାରରେ ଏବଂ WTI ଅଶୋଧିତ ତୈଳର ମୂଲ୍ୟ ୧୦୧.୯୭ ଡଲାରରେ ବନ୍ଦ ହୋଇଛି। ବୁଧବାର ଦିନମଧ୍ୟ ଏଥିରେ ସାମାନ୍ୟ ହ୍ରାସ ଘଟିଛି।

ଆପଣଙ୍କ ସହରରେ ପେଟ୍ରୋଲ-ଡିଜେଲ କେତେ ଟଙ୍କା ଅଛି?

ପେଟ୍ରୋଲ-ଡିଜେଲର ମୂଲ୍ୟ ପ୍ରତ୍ୟେକ ଦିନ ବଦଳିଥାଏ ଏବଂ ସକାଳ ୬ଟାରେ ନୂଆ ଦର ଅପଡେଟ୍ ହୋଇଯାଏ। ଆପଣ ପେଟ୍ରୋଲ ଏବଂ ଡିଜେଲର ଦୈନିକ ମୂଲ୍ୟ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। IOL ଗ୍ରାହକମାନେ ୯୨୨୪୯୯୨୨୪୯ ନମ୍ବରରେ RSP ସ୍ପେସ୍ ପେଟ୍ରୋଲ୍ ପମ୍ପର କୋଡ୍ ଏବଂ BPCL ଗ୍ରାହକଙ୍କୁ ୯୨୨୩୧୧୨୨୨୨ ନମ୍ବରରେ RSP ଲେଖି ସେଣ୍ତ କରିଦିଅନ୍ତୁ। ସେହିପରି HPCL ର ଗ୍ରାହକମାନେ HPPrice ଲେଖି ଏହାକୁ ୯୨୨୨୨୦୧୧୨୨ ନମ୍ବରକୁ ପଠାଇ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବିଷୟରେ ଜାଣିପାରିବେ।

Leave A Reply

Your email address will not be published.