ଗରିବ ବ୍ୟକ୍ତି ଜଣକ ରାସ୍ତାରୁ ପାଇଲେ 38 ଲକ୍ଷ ଟଙ୍କା, ଆଉ ମାଲିକକୁ ଫେରାଇ ଦେଲେ ସବୁ ଟଙ୍କା,ଆଉ ଫେରାଇବାରୁ ମାଲିକ ପୁରସ୍କାର ଆକାରରେ ଦେଲେ ଏମିତି କିଛି

0

Get real time updates directly on you device, subscribe now.

ରାସ୍ତା ଉପରେ ଚାଲି ଚାଲି ଗଲାବେଳେ ଯଦି କାହାକୁ 38 ଲକ୍ଷ ଟଙ୍କା ପଡିଥିବାର ମିଳିଯାଏ, ତେବେ ବୋଧହୁଏ ଅନେକ ଲୋକ ମାଲାମାଲ ହେବାକୁ ଚିନ୍ତା କରିବେ ଏବଂ ମାନବିକତାକୁ ହରାଇ ବସିବେ, କିନ୍ତୁ ଦୁନିଆରେ ଏପରି କିଛି ଲୋକ ମଧ୍ୟ ଅଛନ୍ତି ସେମାନଙ୍କ ପାଇଁ ମାନବିକତା ଠାରୁ ଆଉ କୌଣସି ଜିନିଷ ବଡ ନୁହେଁ । ଆଜିର ସମୟ ହିଁ ଏମିତି ଯେଉଁଠାରେ ଲୋକମାନେ ନିଜ ଲୋକ ଉପରେ ମଧ୍ୟ ବିଶ୍ଵାସ କରନ୍ତି ନାହିଁ, କିନ୍ତୁ ଆଫ୍ରିକୀୟ ଦେଶର ଜଣେ ଯୁବକ ମାନବିକତାର ଉଦାହରଣ ରଖିଦେଇଛନ୍ତି ।

ନିଜ ପାଖରେ ଖାଇବା ପିଇବା ପାଇଁ ମଧ୍ୟ ପଇସା ନାହିଁ, ତଥାପି ଫେରାଇବାକୁ ଆସିଲେ 38 ଲକ୍ଷ ଟଙ୍କା :-

ବିବିସିର ଗୋଟିଏ ରିପୋର୍ଟ ଅନୁଯାୟୀ, 19 ବର୍ଷୀୟ ଇମ୍ୟାନୁଏଲ୍ ଟୁଲୋ ପଶ୍ଚିମ ଆଫ୍ରିକାର ଦେଶ ଲାଇବେରିଆର ଅଟନ୍ତି । ସେ ଟ୍ୟାକ୍ସି ଡ଼୍ରାଇଭର ଭାବେ କାମ କରନ୍ତି ଏବଂ ତାଙ୍କର ରୋଜଗାର ଏତେ କମ୍ ଯେ ସେ ଠିକରେ ନିଜର ପ୍ରତିଦିନର ଖର୍ଚ୍ଚ ମଧ୍ୟ ବାହାର କରିପାରୁ ନଥିଲେ । ଦିନେ ସେ ରାସ୍ତାରେ ଯାଉଥିଲେ, ଠିକ୍ ସେତିକିବେଳେ ତାଙ୍କୁ ଗୋଟିଏ ଟଙ୍କାଭରା ବ୍ୟାଗ ମିଳିଲା ।

ଏହି ବ୍ୟାଗରେ ପ୍ରାୟ 38 ଲକ୍ଷ ଟଙ୍କା ଥିଲା । ଯଦି ବ୍ୟକ୍ତିଙ୍କ ବଦଳରେ ଆଉ କେହି ଥାଆନ୍ତେ, ତେବେ ବୋଧହୁଏ ତାର ଲୋଭ ଆସି ଯାଇଥାନ୍ତା ଏବଂ ସେ ଏହି ପଇସାକୁ ନିଜ ପାଖରେ ରଖିଥାନ୍ତା । କିନ୍ତୁ ଗରିବ ହେଲେ ମଧ୍ୟ ଏହି ବ୍ୟକ୍ତି ଏହି ପଇସାକୁ ତାର ମାଲିକ ପାଖରେ ପହଞ୍ଚାଇ ଦେଲେ ।

ରେଡିଓରେ କରାଗଲା ପ୍ରଚାର :-

ଏଥିପାଇଁ ଇମ୍ୟାନୁଏଲ୍ ଟୁଲୋ ସର୍ବପ୍ରଥମେ ନିଜ ଖୁଡି ସହିତ କଥା ହେଲେ । ତେବେ ଏହି ସମୟରେ ଲୋକମାନେ ତାଙ୍କର ଏପରି କାମକୁ ଥଟ୍ଟା ମଧ୍ୟ କଲେ ଏବଂ ତାଙ୍କୁ ବୋକା ବୋଲି କହିଲେ । କିନ୍ତୁ ଇମ୍ୟାନୁଏଲ୍ ଟୁଲୋଙ୍କ ଆଗରେ ତାଙ୍କର ମାନବିକତା ବ୍ୟତୀତ ଆଉ କିଛି ଦେଖାଯାଉ ନଥିଲା ।

ଧିରେ ଧିରେ ଇମ୍ୟାନୁଏଲ୍ ଟୁଲୋଙ୍କ ମାନବିକତା ବିଷୟରେ ସବୁଆଡେ ଚର୍ଚ୍ଚା ହେବାକୁ ଲାଗିଲା ଏବଂ ଦେଶର ରାଷ୍ଟ୍ରପତି ଜର୍ଜ ବିୟୋ ମଧ୍ୟ ଏ ଖବର ଶୁଣି ଖୁସି ହେଲେ ଏବଂ ସେ ସେୟା କରିଦେଲେ ଯାହା ଇମ୍ୟାନୁଏଲ୍ ଟୁଲୋ କେବେ ନିଜ ସ୍ୱପ୍ନରେ ମଧ୍ୟ ଭାବିନଥିଲେ ।

ରାଷ୍ଟ୍ରପତି ପୁରସ୍କାର ରୂପରେ ଦେଲେ 8ଲକ୍ଷ ଟଙ୍କା :-

ବାସ୍ତବରେ ଇମ୍ୟାନୁଏଲ୍ ଟୁଲୋଙ୍କୁ ତାଙ୍କର ମାନବିକତା ପାଇଁ ରାଷ୍ଟ୍ରପତି 8 ଲକ୍ଷ ଟଙ୍କା ପୁରସ୍କାରରେ ଦେଲେ । ଏହାସହିତ ଦେଶର ସବୁଠାରୁ ଭଲ ସ୍କୁଲରେ ତାଙ୍କର ଆଡ଼ମିଶନ କରାଇଲେ । କେବଳ ଏତିକି ନୁହେଁ, ପରବର୍ତ୍ତୀ ପାଠ ପଢା ପାଇଁ ଇମ୍ୟାନୁଏଲ୍ ଟୁଲୋଙ୍କୁ ଗୋଟିଏ ଆମେରିକୀୟ କଲେଜ ଫୁଲ ସ୍କୋଲାରସିପ ମଧ୍ୟ ଅଫର୍ କଲା ।

Leave A Reply

Your email address will not be published.