ଥାନାକୁ ଯାଇ କାନ୍ଦିଲା ଝିଅ, କହିଲା – ବାପା କରାଇବା ପାଇଁ ଚାହୁଁଛି ଦ୍ୱିତୀୟ ବିବାହ, ସ୍ୱାମୀକୁ ଦେଉଛନ୍ତି ମାରିଦେବାର ଧମକ,ଜାଣନ୍ତୁ ପୁରା ଖବର

0

Get real time updates directly on you device, subscribe now.

ଜଣେ ବାପା ପାଇଁ ଝିଅର ଖୁସି ସବୁକିଛି ହୋଇଥାଏ । ସେ ତାର ଖୁସି ପାଇଁ ଯେକୌଣସି ସୀମାକୁ ଯାଇପାରନ୍ତି । ତାଙ୍କର କେବଳ ଏହି ସ୍ବପ୍ନ ହୋଇଥାଏ ଯେ ଝିଅର ଭଲ ଘରେ ବିବାହ ହେଉ । ଝିଅ ନିଜ ସ୍ବାମୀ ଏବଂ ଶାଶୂଘର ଲୋକଙ୍କ ସହିତ ଖୁସିରେ ରହୁ । ସେ ପୁରା ଚେଷ୍ଟା କରନ୍ତି ଯେ ଝିଅର ଘର ସୁଖ ଶାନ୍ତିରେ ରହୁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ କଳିଯୁଗର ବାପା ବିଷୟରେ କହିବାକୁ ଯାଉଛୁ, ଯିଏ ନିଜ ଝିଅର ବସିଥିବା ଘରକୁ ଉଜାଡ଼ିବାକୁ ଚାହୁଁଛି ।

ଝିଅର ଦ୍ୱିତୀୟ ବିବାହ କରାଇବା ପାଇଁ ଜିଦ୍ କରୁଛି ବାପା :-

ବାସ୍ତବରେ ଏହି ଅଜବ ମାମଲା ରାଜସ୍ଥାନର ଯୋଧପୁରର ଅଟେ । ଏଠାରେ ବସାନି ଥାନା ଅଂଚଳର ସାଙ୍ଗରୀୟାର ବାସିନ୍ଦା ଜଣେ 21 ବର୍ଷୀୟ ଝିଅ ନିଜ ବାପା ଉପରେ ବଡ ଅଭିଯୋଗ କରିଛି । ଝିଅ କହିଛି ଯେ ପଇସା ଲୋଭରେ ତାଙ୍କ ବାପା ତାଙ୍କର ଦ୍ୱିତୀୟ ବିବାହ କରାଇବା ପାଇଁ ଚାହୁଁଛନ୍ତି । ସେ ଲଗାତାର ଭାବେ ନିଜ ସ୍ବାମୀ ଏବଂ ଶାଶୂଘର ଛାଡ଼ିବାକୁ ଚାପ ପକାଉଛନ୍ତି । ଝିଅ କହିଛି ଯେ ସେ ନିଜ ସ୍ବାମୀ ସହିତ ବହୁତ୍ ଖୁସିରେ ଅଛି ଏବଂ ଦ୍ୱିତୀୟ ବିବାହ କରିବାକୁ ଚାହୁଁନାହିଁ ।

ଝିଅର ବିବାହ ଗତ ବର୍ଷ ନଭେମ୍ବର ମାସରେ ହୋଇଥିଲା । ମହିଳା କହିଛନ୍ତି ଯେ ବିବାହ ପରେ ସବୁକିଛି ଠିକ୍ ଥିଲା । କିନ୍ତୁ ତାପରେ ତାଙ୍କ ବାପା ତାଙ୍କୁ ଶାଶୂଘର ଛାଡ଼ିବାପାଇଁ ବାଧ୍ୟ କରିବାକୁ ଲାଗିଲେ । ସେ ଯୌତୁକରେ ଯେଉଁ ରୂପା ପାତ୍ର ଏବଂ ଗହଣା ଦେଇଥିଲେ, ତାକୁ ମଧ୍ୟ ମାଗି ନେଇଗଲେ । ସେ ଲଗାତାର ପ୍ରେସର୍ ପକାଇଲେ ଯେ ମୁଁ ଶାଶୂଘର ଛାଡି ବାପଘର ଆସେ । ଏଥିପାଇଁ ସେ କିଛି ଗୁଣ୍ଡା ମାନଙ୍କୁ ମଧ୍ୟ ପଠାଇଥିଲେ । ସେମାନେ ମତେ ଉଠାଇ ନେଇଯିବାକୁ ଯାଉଥିଲେ, କିନ୍ତୁ ମୁଁ ବଡ ପାଟି କରି ଚିତ୍କାର କରିବାରୁ ଆଖପାଖର ଲୋକ ଆସିଗଲେ ।

ଝିଅର ସ୍ୱାମୀକୁ ଜୀବନରୁ ମାରିଦେବା ପାଇଁ ଦେଲେ ଧମକ :-

ପୀଡ଼ିତାଙ୍କ ଏହା ମଧ୍ୟ ଅଭିଯୋଗ ରହିଛି ଯେ ତାଙ୍କ ବାପା ତାଙ୍କ ସ୍ୱାମୀକୁ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦେଉଛନ୍ତି । ସେ ଏହି ଅଭିଯୋଗକୁ ନେଇ ଫେବୃଆରୀ ମାସରେ କମିଶନରଙ୍କ ଠାରେ ମଧ୍ୟ କରିଥିଲେ, କିନ୍ତୁ ଯେତେବେଳେ କୌଣସି ଆକ୍ସନ ନିଆଗଲା ନାହିଁ, ସେତେବେଳେ ସେ ବାଧ୍ୟ ହୋଇ କୋର୍ଟର ସାହାଯ୍ୟ ଲୋଡିଲେ । ମହିଳା ନିଜ ବାପା ବିରୋଧରେ ଯେତେବେଳେ ଅଭିଯୋଗ କଲେ, ସେତେବେଳେ ଯୋଧପୁର ମହାନଗର ମାଜିଷ୍ଟ୍ରେଟ ବାସନି ଥାନା ପୋଲିସକୁ ମାମଲାର ଯାଞ୍ଚ ପାଇଁ ଆଦେଶ ଦେଇଦେଲେ । ବର୍ତ୍ତମାନ ଏହି ମାମଲା ଇନ୍ସପେକ୍ଟର ସୁନୀତା ଡୁଡ଼ିଙ୍କ ଦେଖାଶୁଣାରେ ଅଛି ।

ବର୍ତ୍ତମାନ ଝିଅ ନିଜ ବାପାଙ୍କ ଧମକ କାରଣରୁ ବହୁତ୍ ଡରି ଯାଇଛି । ସେ କୌଣସି ପରିସ୍ଥିତିରେ ନିଜ ସ୍ବାମୀ ଏବଂ ଶାଶୂଘର ଛାଡ଼ିବାକୁ ଚାହୁଁନାହାଁନ୍ତି । ସେପଟେ ତାଙ୍କ ବାପା ଲଗାତାର ଧମକ ଦେବା ଏବଂ ଚାପ ପକାଇ ତାଙ୍କୁ ହଇରାଣ କରୁଛି ।

Leave A Reply

Your email address will not be published.