ଦଶମ ପରୀକ୍ଷାରେ ପିଲାଟି ଲେଖିଦେଲା ପୁଷ୍ପା ଫିଲ୍ମର ଡାଇଲଗ, ସୋସିଆଲ ମିଡିଆରେ ଭାଇରାଲ ହେଉଛି Answer Sheet

0

Get real time updates directly on you device, subscribe now.

ସାଉଥର ଫିଲ୍ମ ପୁଷ୍ପା କେବଳ ସାଉଥରେ ନାହିଁ ବରଂ ସାରା ଦେଶରେ ଭାଇରାଲ ହେଉଛି । ଏହି ଫିଲ୍ମର କେବଳ ଗୀତ ନୁହେଁ, ବରଂ ଫିଲ୍ମର ଡାଇଲଗ ମଧ୍ୟ ବହୁତ୍ ଚାଲିଥିଲା । ଲୋକମାନେ ସୋସିଆଲ ମିଡିଆରେ ଏହି ଫିଲ୍ମର ଡାଇଲଗ ଏବଂ ଗୀତରେ ବହୁତ୍ ଗୁଡାଏ ଭିଡିଓ କରିଛନ୍ତି । ଏପରି ପରିସ୍ଥିତିରେ ଆଜିକାଲି ଏହି ଡ଼ାଇଲଗକୁ ନେଇ ଏମିତି ଗୋଟିଏ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଆଜି ପର୍ଯ୍ୟନ୍ତ କେହି ବି ଭାବି ପାରିନଥିବେ ।

ପ୍ରକୃତରେ ଜଣେ ଛାତ୍ର ନିଜ ବୋର୍ଡ ପରୀକ୍ଷାରେ ଏହି ଡ଼ାଇଲଗକୁ ଏମିତି କିଛି ଶୈଳୀରେ ଲେଖିଛନ୍ତି, ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ପୁଷ୍ପାର ଡ଼ାଇଲଗ ଅପୁନ ଝୁକେଗା ନେହିଁ କୁ ତ ଆପଣ ମଧ୍ୟ କହିଥିବେ । କିନ୍ତୁ ଆଜି ଗୋଟିଏ ପିଲା ଏହି ଡ଼ାଇଲଗକୁ ଏମିତି ଶୈଳୀରେ ରିପିଟ କରିଛି, ଯାହାକୁ ଦେଖିବାପରେ ଆପଣଙ୍କର ମଧ୍ୟ ହସ ଅଟକିବ ନାହିଁ ।

ଆନ୍ସାର ସିଟରେ ଲେଖିଲା ପୁଷ୍ପା ଫିଲ୍ମର ଡ଼ାଇଲଗ :-

ଖବର ଅନୁଯାୟୀ ଜଣେ ଦଶମ ଶ୍ରେଣୀର ପିଲା ଏହି ଡ଼ାଇଲଗକୁ ଏମିତି ଶୈଳୀରେ ରିପିଟ କରିଛି ଯାହାକୁ ଦେଖି ବର୍ତ୍ତମାନ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଆପଣ ମଧ୍ୟ ଜାଣିଥିବେ ଯେ ଦଶମ ପରୀକ୍ଷା ହେଉଛି ବୋର୍ଡ ପରୀକ୍ଷା ଏବଂ ସବୁ ପିଲାଙ୍କ ଉପରେ ଏହି ପରୀକ୍ଷାକୁ ନେଇ ପ୍ରେସର୍ ଥାଏ ।

ପିଲା ଭଲ ପାଠ ପଢୁଥିଲେ ମଧ୍ୟ ତା ଉପରକୁ ପ୍ରେସର୍ ଆସିଥାଏ । କିନ୍ତୁ ଏହି ପିଲା ନିଜ ଆନ୍ସାର ସିଟରେ ଏମିତି କିଛି ଲେଖିଦେଇଛି, ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଏହାସହିତ ଏହି ଡ଼ାଇଲଗ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି ।

ଆପଣ ମଧ୍ୟ ଯଦି ଏହି ପିଲାର ଆନ୍ସାର ସିଟ ଦେଖିବେ, ତେବେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ପିଲା ନିଜର ଦଶମ ଆନ୍ସାର ସିଟରେ ଲେଖିଦେଇଛି ଯେ ପୁଷ୍ପା, ପୁଷ୍ପା ରାଜ! ଅପୁନ ଲିଖେଗା ନେହିଁ । ପିଲାଟିର ଆନ୍ସାର ସିଟରେ ଏସବୁ ଦେଖିବାପରେ ବର୍ତ୍ତମାନ ଯେକୌଣସି ଟିଚରର ତ ମୁଣ୍ଡ ଖରାପ ହିଁ ହେଇଯିବ ଏବଂ ଯେତେବେଳେ ଆଉ କେହି ଏହାକୁ ପଢ଼ିବ ସେ ନିଶ୍ଚିତ ଭାବେ ହସିବ । ତେବେ ବର୍ତ୍ତମାନ ସୁଦ୍ଧା ଏହି କଥା ଉପରେ କୌଣସି ଖାସ ସୂଚନା ମିଳିନାହିଁ ।

Leave A Reply

Your email address will not be published.