‘ସବୁଦିନ ସ୍କୁଲ ଯିବୁ…ଭଲ ଝିଅ ହେବୁ ‘ ଝିଅକୁ ଏହି ଶେଷ କଥା କହି ସହୀଦ ହୋଇଗଲେ ବିହାରର ଲାଲ

0

Get real time updates directly on you device, subscribe now.

ଆତଙ୍କବାଦୀ ଆକ୍ରମଣ କେତେ ଜୀବନ ଏବଂ ଘର ଉଜାଡି ଦେଇଛି ଯେ ତାର ଅନୁମାନ ମଧ୍ୟ କରାଯାଇପାରିବ ନାହିଁ । ଯଦି ଜଣେ ଯବାନ ସହୀଦ ହୁଏ, ତେବେ ତାର ପୁରା ପରିବାର ହିଁ ଉଜୁଡ଼ି ଯାଏ । ଏମିତି କିଛି ବିହାରରେ ମଧ୍ୟ ଘଟିଛି । ଏଠିକାର ଲାଲ ଦେଶସେବା ପାଇଁ କାଶ୍ମୀରରେ ନିୟୋଜିତ ଥିଲେ । ତେବେ ଆଘାତ କରି ଆତଙ୍କବାଦୀମାନେ ତାଙ୍କୁ ସହୀଦ କରିଦେଲେ ।

ତାଙ୍କର ସହୀଦ ହେବା ଖବର ଘରେ ପହଞ୍ଚିବା ମାତ୍ରେ ହିଁ ସେଠାରେ କୋଳାହଳ ଶୁଭିଲା । କେବଳ ତାଙ୍କ ନିରୀହ ଝିଅ କିଛି ବି ଜାଣି ନଥାଏ । ତାକୁ ତ ଲାଗୁଥିଲା ଯେ ବାପା ସକାଳେ ହିଁ କହିଥିଲେ ଯେ ଭଲ ଝିଅ ହେବୁ ଏବଂ ସବୁଦିନ ସ୍କୁଲ ଯିବୁ । ବର୍ତ୍ତମାନ ବାପା ସନ୍ଧ୍ୟାରେ ପୁଣି କଲ କରିବେ । ସେ ଜାଣିନଥିଲା ଯେ ତା ବାପାଙ୍କ ଫୋନ୍ ଆଉ କେବେ ବି ଆସିବ ନାହିଁ ।

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣରେ ସହୀଦ ହେଲେ ବିଶାଳ :-

ଜାମ୍ମୁ କାଶ୍ମୀରରେ ପୁଣିଥରେ ଆତଙ୍କବାଦ ମୁଣ୍ଡ ଟେକୁଛି । ସେମାନେ ଲଗାତାର ସେନାର ଯବାନ ଏବଂ କାଶ୍ମୀର ପଣ୍ଡିତଙ୍କ ଉପରେ ଆକ୍ରମଣ କରୁଛନ୍ତି । ସେମାନଙ୍କ ଆକ୍ରମଣର ଶିକାର ବିହାରର ଲାଲ ବିଶାଳ କୁମାର ମଧ୍ୟ ହୋଇଛନ୍ତି ଏବଂ ସହୀଦ ହୋଇଗଲେ । ସୋମବାର ଦିନ ଶ୍ରୀନଗରରେ ଆତଙ୍କବାଦୀମାନେ ସିଆରପିଏଫର ସ୍ଥାନରେ ଆକ୍ରମଣ କରିଦେଇଥିଲେ ।

ସେହି ସ୍ଥାନରେ ବିଶାଳ ମଧ୍ୟ ସାମିଲ ଥିଲେ । ଆତଙ୍କବାଦୀମାନେ ଲୁଚିକି ଲଗାତାର ଫାୟାରୀଙ୍ଗ କରିଦେଲେ । ଆକ୍ରମଣରେ ଦୁଇଜଣ ଯବାନ ଆହତ ହୋଇଥିଲେ, କିନ୍ତୁ ବିଶାଳ ସହୀଦ ହୋଇଯାଇଥିଲେ । ମଙ୍ଗଳବାର ଦିନ ସମ୍ମାନର ସହିତ ତାଙ୍କ ପାର୍ଥିବ ଶରୀରକୁ ପାଟଣା ଅଣା ଯାଇଥିଲା । ଏଠାରୁ ତାପରେ ଶରୀରକୁ ମୁଙ୍ଗେରକୁ ପହଞ୍ଚାଇବାର ଥିଲା । ତାଙ୍କ ଘରେ ସହୀଦ ହେବାର ଖବର ମିଳିବା ମାତ୍ରେ ମୃତ୍ୟୁର ଶୋକ ରଡ଼ି ଖେଳିଗଲା ।

ଦୁଇଟି ଝିଅର ବାପା ଥିଲେ ବିଶାଳ :-

ବିଶାଳ କୁମାର ନାକି ଗାଁର ବାସିନ୍ଦା ଥିଲେ । ତାଙ୍କ ବାପା ରେଳୱେ କର୍ମଚାରୀ ଥିଲେ । ତାଙ୍କର ଚାରିଜଣ ଭାଇ ଥିଲେ, ଯେଉଁମାନଙ୍କ ମଧ୍ୟରୁ ସେ ସବୁଠାରୁ ସାନ ଥିଲେ । 2003 ମସିହାରେ ତାଙ୍କୁ ସିଆରପିଏଫରେ ଚାକିରି ମିଳି ଯାଇଥିଲା । ଚାକିରୀର 6 ବର୍ଷ ପରେ ତାଙ୍କର ବବିତା କୁମାରୀଙ୍କ ସହିତ ବିବାହ ହୋଇଥିଲା ।

2009 ରେ ବିବାହ ହେବାପରେ ତାଙ୍କର ଦୁଇଟି ଝିଅ ହୋଇଥିଲେ । ବଡ ଝିଅ ସାତ ବର୍ଷର ଏବଂ ତାର ନାମ ବିହୁ ଅଟେ । ସେହିପରି ସାନ ଝିଅର ନାମ ସୃଷ୍ଟି କୁମାରୀ ଅଟେ ଏବଂ ତାର ବୟସ ମାତ୍ର 4 ବର୍ଷ ଅଟେ । ବିଶାଳ ଦୁଇ ଝିଅକୁ ଏକୁଟିଆ ଛାଡି ଚାଲି ଯାଇଛନ୍ତି । ସାନ ଝିଅ ବର୍ତ୍ତମାନ ସୁଦ୍ଧା ବୁଝିପାରୁ ନାହିଁ, କିନ୍ତୁ ବଡ ଝିଅ ନିଜ ବାପାଙ୍କୁ ଅପେକ୍ଷା କରିଛି ।

Leave A Reply

Your email address will not be published.