ରୋଗିଣା ସ୍ତ୍ରୀକୁ ଠେଲାରେ ନେଇ ହସ୍ପିଟାଲ୍ ପର୍ଯ୍ୟନ୍ତ ଦୌଡିଲେ ବୃଦ୍ଧ ବ୍ୟକ୍ତି, କିନ୍ତୁ ବଞ୍ଚାଇପାରିଲେ ନାହିଁ ଜୀବନ

0

Get real time updates directly on you device, subscribe now.

ଏହି ଯନ୍ତ୍ରଣାଦାୟକ ଘଟଣା ହେଉଛି ଜଣେ ଗରିବ ବୃଦ୍ଧ ବ୍ୟକ୍ତିଙ୍କର, ଯାହାଙ୍କର ରୋଗିଣା ସ୍ତ୍ରୀକୁ ହସ୍ପିଟାଲ୍ ନେବାପାଇଁ କୌଣସି ସୁବିଧା ନ ମିଳିବାରୁ ସେ ନିଜ ସ୍ତ୍ରୀକୁ ଠେଲାରେ ଶୁଆଇ 3 କିଲୋମିଟର୍ ଦୁର ହସ୍ପିଟାଲ୍ ନେଇଗଲେ । ଏହା ସତ୍ତ୍ବେ ମଧ୍ୟ ସେ ନିଜ ସ୍ତ୍ରୀର ଜୀବନ ବଞ୍ଚାଇବାରେ ସଫଳ ହୋଇପାରିଲେ ନାହିଁ । ସବୁଠାରୁ ଦୁଃଖର କଥା ଏହା ଯେ ବୃଦ୍ଧ ବ୍ୟକ୍ତିଙ୍କୁ ନିଜ ସ୍ତ୍ରୀର ଶବ ଜିଲ୍ଲା ହସ୍ପିଟାଲରୁ ଘରକୁ ନେଇଯିବା ପାଇଁ ମଧ୍ୟ ଆମ୍ବୁଲାନ୍ସ ବି ମିଳିଲା ନାହିଁ ।

ଏହି ମାମଲା ସହିତ ଜଡିତ ଗୋଟିଏ ଫଟୋ ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେଉଛି । ଭାଇରାଲ ହେବାପରେ ଏହି ଫଟୋ ଉପରେ ଅନେକ ପ୍ରକାରର ପ୍ରଶ୍ନ ଉଠାଯାଇଛି, ସେହିପରି ସରକାରୀ ହସ୍ପିଟାଲ୍ ଉପରେ ମଧ୍ୟ ପ୍ରଶ୍ନ ଉପରେ ପ୍ରଶ୍ନ ପଚରାଯାଉଛି ।

ଖୋଜିବାରୁ କୌଣସି ସୁବିଧା ନ ମିଳିବାରୁ ସ୍ତ୍ରୀକୁ ଠେଲାରେ ଶୁଆଇ ନେଇଗଲେ ହସ୍ପିଟାଲ୍ :-

ଚିଲକହର ବ୍ଲକର ଅନ୍ଦୋର ଗାଁର ସୁକୁଲ ପ୍ରଜାପତିଙ୍କ ସ୍ତ୍ରୀ 55 ବର୍ଷୀୟ ଯୋଗନିଙ୍କର ମାର୍ଚ୍ଚ 28 ତାରିଖରେ ବହୁତ୍ ଅଧିକ ଦେହ ଖରାପ ହୋଇଗଲା । ଏହି ସମୟରେ ହସ୍ପିଟାଲ୍ ନେଇଯିବା ପାଇଁ ସୁକୁଲ ପ୍ରଜାପତିଙ୍କୁ କୌଣସି ଗାଡ଼ିର ସୁବିଧା ମିଳିପାରିନଥିଲା । ଏପରି ପରିସ୍ଥିତିରେ ସେ ନିଜ ସ୍ତ୍ରୀକୁ ଠେଲାରେ ଶୁଆଇଦେଲେ ଏବଂ 3 କିଲୋମିଟର୍ ଦୁର ପିଏଚସି ଚିଲକହର ପହଞ୍ଚିଲେ ।

ସୁକୁଲ ପ୍ରଜାପତି କହିଛନ୍ତି ଯେ ହସ୍ପିଟାଲରେ ତାଙ୍କୁ କିଛି ଔଷଧ ଦେଇ ଡାକ୍ତର ଜିଲ୍ଲା ହସ୍ପିଟାଲ୍ ନେଇଯିବା ପାଇଁ କହିଲେ । ଏପରି ପରିସ୍ଥିତିରେ ତାପରେ ସେ ନିଜ ସ୍ତ୍ରୀକୁ ରାସ୍ତାରେ ପିପରୀୟା ପାଖେ ଛାଡି ଘରକୁ ଫେରିଲେ ଏବଂ ଏଠାରୁ ପଇସା ଏବଂ ପୋଷାକର ବ୍ୟବସ୍ଥା କରି ପୁଣି ସ୍ତ୍ରୀ ପାଖକୁ ଆସିଲେ । ଏହାପରେ ପିପରୀୟାରୁ ବୃଦ୍ଧ ବ୍ୟକ୍ତି ଟେମ୍ପୋ ଦ୍ଵାରା ନିଜ ସ୍ତ୍ରୀକୁ ଜିଲ୍ଲା ହସ୍ପିଟାଲ୍ ପହଞ୍ଚାଇଲେ, କିନ୍ତୁ ଏଠାରେ ଚିକିତ୍ସା ସମୟରେ ହିଁ ତାଙ୍କ ସ୍ତ୍ରୀର ମୃତ୍ୟୁ ହୋଇଗଲା ।

ଶବ ନେଇଯିବା ପାଇଁ ମଧ୍ୟ ଉପଲବ୍ଧ କରାଇଲେ ନାହିଁ ଆମ୍ବୁଲାନ୍ସ :-

ବୃଦ୍ଧ ବ୍ୟକ୍ତି କହିଲେ ଯେ ତାଙ୍କ ସ୍ତ୍ରୀର ମୃତ୍ୟୁ ପ୍ରାୟ ରାତି 11ଟାରୁ 12ଟା ମଧ୍ୟରେ ହେଲା । ଏହି ସମୟରେ ସେ ଯେତେବେଳେ ଶବ ନେବାପାଇଁ ହସ୍ପିଟାଲ୍ ବାଲାଙ୍କ ସହିତ ଆମ୍ବୁଲାନ୍ସ ବିଷୟରେ କଥା ହେଲେ, ସେତେବେଳେ ସେମାନେ ରାତିରେ ଗାଡ଼ି ନେବାକୁ ଅନୁମତି ନାହିଁ ବୋଲି କହିଲେ । ଏପରି ପରିସ୍ଥିତିରେ ତାପରେ ବୃଦ୍ଧ ବ୍ୟକ୍ତିଙ୍କୁ 1100 ଟଙ୍କାର ବ୍ୟକ୍ତିଗତ ଆମ୍ବୁଲାନ୍ସ ଭଡ଼ାରେ ନେବାକୁ ପଡ଼ିଲା ଏବଂ ତାପରେ ସେ ନିଜ ସ୍ତ୍ରୀଙ୍କ ଲାସ ନେଇ ଘରେ ପହଞ୍ଚିଲେ ।

Leave A Reply

Your email address will not be published.