ଆଧାର କାର୍ଡରେ ଝିଅର ନାମ ରହିଛି “ମଧୁଙ୍କ ପଞ୍ଚମ ପିଲା” , ନାଁ ଦେଖି ଶିକ୍ଷୟତ୍ରୀ ଆଶ୍ଚର୍ଯ୍ୟ !

0

Get real time updates directly on you device, subscribe now.

ୟୁପିର ବନ୍ଦାୟୁ ଜିଲ୍ଲାରୁ ଏମିତି ଗୋଟିଏ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣଙ୍କ ଓଠରେ ହସ ଆସିଯିବ । ଏଠାରେ ସରକାରୀ ମେଶିନାରିର ଅବହେଳିତର ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ସରକାର ହୁଏତ ଅନେକ ଅଭିଯାନ ଚଳାଉଛନ୍ତି, କିନ୍ତୁ ସରକାରୀ କର୍ମଚାରୀମାନେ ଏହି ଅଭିଯାନ ଉପରେ ଠିକ୍ ଭାବେ ଚାଲୁ ନାହାନ୍ତି । ସେମାନଙ୍କ ଭୁଲଗୁଡ଼ିକର ଦଣ୍ଡ କିମ୍ବା ଅସୁବିଧା ପିଲାମାନଙ୍କୁ ଭୋଗିବାକୁ ପଡୁଛି ।

ବନ୍ଦାୟୁର ବିଲ୍ସି ତହସିଲରେ ଏହି ମାମଲା ଦେଖିବାକୁ ମିଳିଛି । ଏଠାରେ ରାୟପୁର ବୃଦ୍ଧ ଗାଁ ରହିଛି । ଏହି ଗାଁରେ ରହୁଥିବା ମଧୁ ନିଜ ଝିଅକୁ ସରକାରୀ ସ୍କୁଲରେ ପଢ଼ାଇବା ପାଇଁ ଚାହୁଁଥିଲେ । ଏହି କାରଣରୁ ସେ ନିଜ ସ୍ବାମୀ ଦିନେଶ ସହିତ ଝିଅକୁ ନେଇ ସରକାରୀ ସ୍କୁଲରେ ପହଞ୍ଚିଥିଲେ । ଏଠାରେ ସେ ଶିକ୍ଷୟତ୍ରୀଙ୍କୁ ଝିଅର ଆଧାର କାର୍ଡ ଦେବାରୁ ସେ ଆଶ୍ଚର୍ଯ୍ୟ ହୋଇଗଲେ ।

ହୋଇଗଲା ଏମିତି ଭୁଲ, ସୋସିଆଲ ମିଡିଆରେ ହେଲେ ଥଟ୍ଟାର ପାତ୍ର :-

ଶିକ୍ଷୟତ୍ରୀ ଯେତେବେଳେ ଆଧାର କାର୍ଡ ଦେଖିଲେ, ସେତେବେଳେ ସେଥିରେ ଝିଅର ନାମ ବଦଳରେ ‘ ମଧୁଙ୍କ ପଞ୍ଚମ ପିଲା ‘ ଲେଖା ହୋଇଥିଲା । ଏହିପରି ଅବହେଳା ଦେଖି ଶିକ୍ଷୟିତ୍ରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଏହାପରେ ସେ କହିଲେ ଯେ ଏଥିରେ ଝିଅର ନାମ ନାହିଁ । ଏପରି ପରିସ୍ଥିତିରେ ସେ ଝିଅର ଆଡ଼ମିଶନ ସ୍କୁଲରେ କରିପାରିବେ ନାହିଁ । ସେମାନଙ୍କୁ ଏହାକୁ ଠିକ୍ କରି ଆଣିବାକୁ ପଡ଼ିବ ।

ଏହାପରେ ଆଧାର କାର୍ଡ ଭାଇରାଲ ହୋଇଗଲା । ସେହିପରି ମଧୁ କହିଛନ୍ତି ଯେ ସେ ନିଜ ଝିଅର ଆଡ଼ମିଶନ କରାଇବା ପାଇଁ ଯାଇଥିଲେ । ସେଠାରେ ସରକାରୀ ସ୍କୁଲରେ ମ୍ୟାଡାମ ବସିଥିଲେ । ଯେତେବେଳେ ତାଙ୍କୁ ଝିଅର ଆଧାର କାର୍ଡ ଦେଲି, ସେତେବେଳେ ସେ ହସିବାକୁ ଲାଗିଲେ । ଏହାପରେ ସେ କହିଲେ ଯେ ଆଧାର କାର୍ଡରେ ଭୁଲ ରହିଛି । ଏହାକୁ ସଂଶୋଧନ କରି ଆଣ, ତାପରେ ଯାଇ ଆଡ଼ମିଶନ ହୋଇପାରିବ

ମଧୁ କହିଛନ୍ତି ଯେ ସେ ଗରିବ ପରିବାରର ଅଟନ୍ତି । ସେମାନେ ଝୁମ୍ପୁଡ଼ି ଘରେ ରହି ନିଜ ଜୀବନ ବିତାଉଛନ୍ତି । ତେବେ ସେ କହିଛନ୍ତି ଯେ ସେ ନିଜ ଝିଅ ବିଷୟରେ ଭାବୁଛନ୍ତି ଯେ ସେ ପାଠ ପଢି ଆଗକୁ ବଢ଼ୁ । ସେହିପରି ତାଙ୍କ ସ୍ଵାମୀ ଦିନେଶ ମଧ୍ୟ ଏହା ଚାହୁଁଛନ୍ତି ଯେ ଝିଅ ବହୁତ୍ ପାଠ ପଢ଼ୁ ଏବଂ ନାଁ ରଖୁ ।

Leave A Reply

Your email address will not be published.