ପିଲାମାନେ ସ୍ୱିମିଙ୍ଗ ପୁଲରେ ପହଁରୁଥିବା ସମୟରେ ପୁଲ ଭିତରକୁ ଚାଲି ଆସିଲା ବିଶାଳ ଅଜଗର,ଆଉ ତା ପରେ ଯାହାହେଲା,ଆପଣ ନ ଦେଖିଲେ ବିଶ୍ୱାସ କରିବେନି,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ସାପ ଏହି ନାମ ଶୁଣି ପ୍ରତ୍ୟେକ ଭୟ କରିଥାଆନ୍ତି କାରଣ ସାପ ଏମିତି ଏକ ସରୀସୃପ ଯାହାର ଟିକେ ମାତ୍ର ବିଷ ମଣିଷ ଶରୀରରେ ଚାଲି ଯିବାପରେ ଖେଳ ଖତମ କରି ଦେଇଥାଏ। ଏମିତିରେ ମଣିଷ ସର୍ବଦା ସରୀସୃପ ପାଖରୁ ଦୂରେଇ ହୋଇ ରହିବାକୁ ଚାହୁଁଥାଏ। କିନ୍ତୁ ସାପ ମାନଙ୍କ ପ୍ରଜାତି ମାନଙ୍କ ମଧ୍ୟରୁ ସବୁ ସାପ ବିଷାକ୍ତ ହୋଇନଥାନ୍ତି ଏମାନଙ୍କ ମଧ୍ୟରୁ କିଛି ପ୍ରଜାତି ବିଷାକ୍ତ ହୋଇଥାନ୍ତି।

ସାପ ମାନଙ୍କ ପ୍ରଜାତି ମାନଙ୍କ ମଧ୍ୟରୁ ଗୋଟିଏ ଅଜଗର (Python) ପ୍ରଜାତି ରହିଛି ଯିଏକି ବିଷାକ୍ତ ନହୋଇଥିଲେ ବି ଖତରନାକ ଅଟେ। ନିଜ ବିଶାଳକାୟ ଶରୀର ଯୋଗୁଁ କୌଣସିବି ପ୍ରାଣୀକୁ ଦଳି ମାରି ଦେଇଥାଏ ଓ ମଣିଷ ଛୁଆ ମଧ୍ୟ ତା’ ଆଗରେ କିଛି ନୁହେଁ। ଏମିତିରେ ଏହି ବିଶାଳ ଅଜଗରକୁ ପିଲାଙ୍କ ଠାରୁ ଦୂରେଇ ରଖିବା ହିଁ ଉଚିତ ହୋଇଥାଏ।

ବିଶାଳକାୟ ଅଜଗର ସହିତ ପହଁରିଲେ ଛୋଟ ପିଲା:-

ଆଜି ଆମେ ଆପଣଙ୍କୁ ଏଭଳି ଏକ ଭିଡ଼ିଓ ଦେଖାଇବୁ ଯେଉଁ ଭିଡ଼ିଓରେ ଛୋଟ ପିଲାମାନେ ସ୍ୱିମିଙ୍ଗ ପୁଲ ଭିତରେ ଏକ ଅଜଗର ସାପ ସହିତ ଖେଳୁଛନ୍ତି ଓ ତାକୁ ଛୁଇଁବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ଏଥିରେ ସାପଟି ପିଲାମାନଙ୍କର କିଛି କରୁନାହିଁ। ପାଣିରେ ବହୁତ ସାରା ପିଲା ପହଁରୁଥିବାର ନଜର ଆସୁଛନ୍ତି ଓ ସାପଟି ସହିତ ମଧ୍ୟ ଲାଗୁଛନ୍ତି।

ସାପଟି ମଧ୍ୟ ପିଲାମାନଙ୍କର କିଛି କରୁନାହିଁ, ଲାଗୁଛି ଯେମିତି ସାପଟି କାହାର ପାଳିତ ଅଟେ। ହେଲେ ସାପ ଯେତେ ପାଳିତ ହେଲେ ମଧ୍ୟ କଣ ହେଲା, ଛୋଟ ପିଲାଙ୍କୁ ସେମାନଙ୍କ ପାଖକୁ ଛାଡ଼ିବା ଉଚିତ ନୁହେଁ। ଏହି ଭିଡ଼ିଓ ଦେଖି ସୋସିଆଲ ମିଡ଼ିଆରେ କେତେକ ୟୁଜର୍ସ ଏହାକୁ ନିନ୍ଦା କରିଛନ୍ତି।

ସିକ୍ୟୁରିଟିକୁ ନେଇ ପ୍ରଶ୍ନ ଉଠାଇଲେ ଲୋକେ:-

ଲୋକଙ୍କ କହିବା ହେଲା ଅଜଗରଟି ବହୁତ ବଡ଼ ଅଟେ ଓ ସେ ଯଦି ଭୋକିଲା ଥାଏ ତାହେଲେ କୌଣସି ବି ମଣିଷ ପିଲାଙ୍କୁ ଗିଳି ଦେଇପାରେ। ଆଉଜଣେ ୟୁଜର୍ସ ଲେଖିଥିଲେ, ଏହିପରି ଭାବରେ ପିଲାମାନେ ସାପଟି ସହିତ ଖେଳିବା ଉଚିତ ନୁହେଁ। ପିଲାମାନେ ସାପକୁ ଭୟ କରୁନାହାଁନ୍ତି ଏମିତିରେ ଯଦି କୌଣସି ବିଷାକ୍ତ ସାପ ତାଙ୍କ ସାମ୍ନାକୁ ଚାଲିଆସେ ତାହେଲେ ସେ ଭୟ ନକରି ତାକୁ ଛୁଇଁବାକୁ ଚେଷ୍ଟା କରିବେ ଓ ସେତେବେଳେ କଣ ହେବ ?

Leave A Reply

Your email address will not be published.