୧୧ ବର୍ଷର ଏହି ଝିଅଟି କ୍ଷୀରଖାଉଥିବା ଭାଇକୁ କୋଳରେ ଧରି ଯାଉଛି ସ୍କୁଲ,ଏମାନଙ୍କର ପୁରା କାହାଣୀ ଶୁଣିଲେ ଆପଣ ମଧ୍ୟ ହୋଇଯିବେ ଭାବୁକ !

0

Get real time updates directly on you device, subscribe now.

ଆଜିକାଲି ସୋସିଆଲ ମିଡିଆରେ ଆପଣମାନେ ମଧ୍ୟ ଗୋଟେ ଫୋଟୋ ଭାଇରାଲ୍ ହେବାର ହେଉଥିବା ଦେଖିଥିବେ ଯାହାକି ବର୍ତ୍ତମାନ ସମସ୍ତଙ୍କୁ ଭାବପ୍ରବଣ କରେଇଦେଉଛି | ଏହି ଫୋଟୋ ପଛରେ ଥିବା ବାସ୍ତବତା ଜାଣିବା ପରେ ଲୋକମାନେ ଏହି ଝିଅଟିକୁ ପ୍ରଶଂସା କରିବାରେ ଜମା ବି ଥକୁନାହାନ୍ତି | ଏହା ସହିତ ଏହି ଫୋଟୋକୁ ଦେଖିକରି ଲୋକମାନେ ନିଜ ଲୁହକୁ ମଧ୍ୟ ରୋକି ପାରୁନାହାନ୍ତି | ପ୍ରକୃତରେ ସୋସିଆଲ ମେଡ଼ିଆରେ ଭାଇରାଲ୍ ହେଉଥିବା ଏହି ଫୋଟୋ ଗୋଟେ 11 ବର୍ଷର ଝିଅର ଅଟେ ଯିଏ କି ନିଜର କ୍ଷୀରପିଉଥିବା ଭାଇକୁ ନେଇକରି ସ୍କୁଲକୁ ପଢିବାକୁ ଆସିଛି |

ଏହି ପିଲା ଉପରେ ନିଜ ଛୋଟ ଭାଇର ଦାୟିତ୍ୱ ଥିବା ସହିତ ନିଜକୁ ଶିକ୍ଷିତ କରିବାର ଇଛା ମଧ୍ୟ ଅଛି | ଏହି ଫୋଟୋରେ ଆପଣ ମଧ୍ୟ ଦେଖି ପାରିବେ ଯେ ଏହି ପିଲା ନିଜ ଭାଇକୁ କୋଳରେ ଧରି ସ୍କୁଲରେ ପଢୁଛି | ଫୋଟୋରେ ଦେଖା ଯାଉଥୁବା ଏହି ପିଲାର ନାମ ହେଉଛି ମାନିଙ୍ଗସିଲିଉ ପାମେଇ ବୋଲି କୁହାଯାଉଛି | ଏହି ପିଲା ମଣିପୁରର ବୋଲି ମଧ୍ୟ କୁହାଯାଉଛି |

ସୋସିଆଲ ମେଡ଼ିଆରେ ଭାଇରାଲ୍ ହେଉଥିବା ଏହି ଫୋଟୋରେ ଆପଣ ମଧ୍ୟ ଦେଖିପାରୁଥିବେ ଯେ ପମେଇ ଚୌକିରେ ବସିଛି ଏବଂ ଡେ଼କ୍ସ ଉପରେ ରଖା ଯାଇଥିବା କପିରେ କିଛି ଲେଖୁଛି | ଯେତେବେଳେ କି ତା କୋଳରେ ଥିବା ତା ଭାଇ ସୋଇଛି |

ସୂଚନା ଅନୁଯାୟୀ ଏହି ପିଲା ମଣିପୁର ର ସୁଦୂର ଜେଲିଆଙ୍ଗ୍ରୋଙ୍ଗ ନାଗା ପ୍ରାଧାନ୍ୟରେ ଥିବା ତାମେଙ୍ଗଲଙ୍ଗ ଜିଲ୍ଲାର ବାସନ୍ଦା ଅଟନ୍ତି | ଏହି ପିଲାର ମା-ବାପା ପରିବାରକୁ ପାଳିବା ପାଇଁ ବିଲରେ କାମ କରିବାକୁ ଯାଆନ୍ତି | ଆଉ ଏବେ ଏହି ପିଲା ଡେଲୋଙ୍ଗ ଗାଁରେ ସ୍ୱୟଂଶାସିତ ଜିଲ୍ଲା ପରିଷଦ ଦ୍ୱାରା ପରିଚାଳିତ ଡେଲୋଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ 1 ରେ ପଢୁଛି |

କ୍ଷୀରଖାଉଥିବା ଭାଇକୁ ସାଙ୍ଗରେ ନେଇ ଯାଆନ୍ତି ସ୍କୁଲ :-

କୁହାଯାଉଛି କି ଏହି ପିଲା ହେଉଛି ନିଜ ମା-ବାପାଙ୍କର ସବୁଠାରୁ ବଡ଼ ସନ୍ତାନ । ତାର 4ଟି ଭାଇ ଭଉଣୀ ଅଛନ୍ତି । ଏମିତିରେ ଘରେ ବଡ଼ ଭଉଣୀ ହେଇଥିବା କାରଣରୁ ଧ୍ୟାନ ରଖିବା ବି ତାର ଦାୟିତ୍ୱ ହୋଇଥାଏ । ସକାଳେ ବାପା ମା କାମକୁ ଯିବା ପରେ ଘର ଆଉ ଛୋଟ ଭାଇ ଭଉଣୀମାନଙ୍କ ଧ୍ୟାନ ଏହି ପିଲା ରଖିଥାଏ । ଏମିତିରେ ପଢିବା ପାଇଁ ଏହି ପିଲା ଛୋଟ ଭାଇ ଭଉଣୀଙ୍କ ଭରଷା ଆଉ କ୍ଷୀରଖାଉଥିବା ଭାଇ କୁ ଛାଡି ଯାଇପାରିନଥିଲା । ସେଥିପାଇଁ ସେ ତାଙ୍କୁ ସାଥିରେ ନେଇଯିବାଟା ହିଁ ଠିକ ବୁଝିଲା ।

ଏହି ଛୋଟ 11ବର୍ଷର ପିଲା ସ୍କୁଲ ୟୁନିଫର୍ମ ପିନ୍ଧି ପିଠିରେ ବ୍ୟାଗ ଟାଙ୍ଗି ତାର କ୍ଷୀର ଖାଉଥିବା ଭାଇକୁ କୋଳରେ ନେଇ ଚାଲି ଚାଲି ସ୍କୁଲ୍ ଯାଏ । ଏମିତିରେ ଏହି ପିଲାଟିର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଲା ତ ଏହା ଉପରେ ପ୍ରଦେଶ ର ସିଏମ ମଧ୍ୟ ଜ୍ଞାନ ନେଲେ ।

ପିଲାଟିର ପାଠ ପଢା ପ୍ରତି ମନବଳ ଦେଖି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଗୋଟିଏ ଚାଇଲ୍ଡ ଲାଇନ୍ ସେବା ଦଳ କୁ ପିଲାଟିର ଘରକୁ ପଠେଇଲେ । ଏହି ଟିମ ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା ରେ ପିଲାଟିକୁ ସହାୟତା ଦେଲେ । ଏବଂ ପରିବାରକୁ ତୁରନ୍ତ ରିଲିଫ୍ ଭାବରେ ରାସନ ପ୍ରଦାନ କରାଯାଇଥିଲା ।

ପାଠ ପଢ଼ାର ଖର୍ଚ୍ଚ ମଧ୍ୟ ତୁଲାଇବା ପାଇଁ ପ୍ରସ୍ତୁତ ମନ୍ତ୍ରୀ :-

କେବଳ ଏତିକି ନୁହେଁ ପିଲାକୁ ଦେଖି କ୍ୟାବିନେଟ ମନ୍ତ୍ରୀ ବିଶ୍ୱଜିତ ସଂ ପିଲାଟିକୁ ସ୍ନାତକ ପର୍ଯ୍ୟନ୍ତ ପଢ଼ିବାର ଖର୍ଚ୍ଚ ଉଠାଇବା ଦାଇତ୍ୱ ନେଇଛନ୍ତି । ଏହା ଛଡା ରୋଙ୍ଗମେଇ ନାଗା ଷ୍ଟୁଡେଣ୍ଟସ୍ ୟୁନିଅନ୍, ମଣିପୁରର ମାନିଙ୍ଗସିଲୁଙ୍କ ପରିବାରକୁ 11,000 ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି । ପିଲାଟିର ଶିକ୍ଷା ପାଇଁ ଏହି ଉତ୍ସାହ ଦେଖି ଲୋକମାନେ ସୋସିଆଲ ମିଡିଆରେ ତାଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି । ଲୋକମାନେ ଏହି ଝିଅଟିକୁ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.