ଗୋଟିଏ ଟୋଲ ପାଇଁ ଡ଼୍ରାଇଭରଙ୍କ ଠାରୁ ଆଦାୟ ହେଲା ୪୩ ଲକ୍ଷ ଟଙ୍କା,ଅଭିଯୋଗ କଲା ପରେ କମ୍ପାନୀ ଫେରାଇବାକୁ ମନାକଲେ ! ଜାଣନ୍ତୁ ପୁରା ମାମଲା

0

Get real time updates directly on you device, subscribe now.

ସବୁ ଦେଶର ସଡକରେ ଗାଡି ଚଲାଇବା ପାଇଁ ଟୋଲ ଦେବାକୁ ପଡିଥାଏ|ଏହା କିଛି ଟଙ୍କା ବା କିଛି ଶହ ପଡ଼ିଥାଏ|କିନ୍ତୁ କ’ଣ ଆପଣ କେବେ ଭାବିଛନ୍ତି ଏହି ଟୋଲ କେବେ ଲକ୍ଷାଧିକ ଟଙ୍କା ହୋଇପାରେ|ଯଦି ନାହିଁ ଆପଣଙ୍କୁ କହିରଖେ ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତିଙ୍କ ସହ ଏଭଳି ଘଟିଛି|

ଅଷ୍ଟ୍ରେଲିଆର ଜଣେ ଟ୍ରକ ଡ୍ରାଇଭର ଏକାଉଣ୍ଟରୁ ଟୋଲ ନାମରେ ପାଖାପାଖି ୪୩ ଲକ୍ଷ ଟଙ୍କା ମାନେ ୫୭ ହଜାର ଡଲାର ଟଙ୍କା କଟିଛି|ସୂଚନାଯୋଗ୍ୟ ଏହି ଅଷ୍ଟ୍ରେଲିଆର ଟ୍ରକ ଡ୍ରାଇଭର ନ୍ୟୁ ସାଉଥ୍ ୱଲ୍ସର ଗୋଟିଏ ଟୋଲ ରୋଡ ଦେଇ ଯାଉଥିଲା|ଯେଉଁଠି ଟ୍ରାନ୍ସପୋର୍ଟ ଏଜନ୍ସି ବ୍ୟକ୍ତି ଠାରୁ ପାଖାପାଖି ୪୩ ଲକ୍ଷ ଟଙ୍କା ଟୋଲ ଆଦାୟ କରିଥିଲେ|

ବିଦେଶୀ ମିଡ଼ିଆ ଅନୁସାରେ ଏହି ଟ୍ରକ ଡ୍ରାଇଭର ନାଁ ଜେସେନ କ୍ଲେଣ୍ଟନ ଅଟେ|ସେ କହିଛନ୍ତି ଯେ ପ୍ରତିଥର ଏଜେନ୍ସି ଏକାଉଣ୍ଟରୁ ପାଖାପାଖି ୭୫ ହଜାର ଟଙ୍କା କାଟି ନେଇଛନ୍ତି|ଫଳରେ ତାଙ୍କୁ ଏପର୍ଯ୍ୟନ୍ତ ୪୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟୋଲ ଦେବାକୁ ପଡ଼ିଥିଲା|ଫଳରେ ଯେତେବେଳେ କମ୍ପାନୀ ଠାରେ ଅଭିଯୋଗ କରି ରିଫଣ୍ଡ ପାଇଁ କହିଲେ କମ୍ପାନୀ ନରମି ଯାଇଥିଲା|

ଟ୍ରାନ୍ସପୋର୍ଟ ଏଜେନ୍ସି ଜେସନ ଏକାଉଣ୍ଟକୁ ରିଫଣ୍ଡ ଦେବାପାଇଁ ମନା କରିଥିଲେ|ଯଦିଓ କମ୍ପାନୀ କହିଲା ଯେ ଜେସନଙ୍କ ଟଙ୍କା କ୍ରେଡିଟ ନୋଟ ଜରିଆରେ ଫେରାଯିବ|ବିଦେଶୀ ମିଡିଆ ରିପୋର୍ଟ ଅନୁସାରେ ଜେସନ ମଧ୍ୟ ସେହି ଲୋକଙ୍କ ମଧ୍ୟରେ ଅନ୍ୟତମ ଯିଏ ଇ ଟୋଲ ବ୍ୟବହାର କରନ୍ତି|ଫଳରେ ଟଙ୍କା ବ୍ୟାଙ୍କରୁ ଡାଇରେକ୍ଟ କଟିଯାଏ|

ଜେସନ ଭଳି ପାଖାପାଖି ୪୫ ହଜାର ୟୁଜର ଏପରି ଯାହା ସହ ଏଭଳି ଭୁଲ ଫଳରେ ରେଗୁଲାର ଚାର୍ଜ ଠାରୁ ଅଧିକ ଟଙ୍କା ଆଦାୟ କରୁଛନ୍ତି|ଯେତେବେଳେ ତାଙ୍କୁ ଏଭଳି ଲାଗିଲା ତାଙ୍କ ଏକାଉଣ୍ଟରୁ ଅଧିକ ଟଙ୍କା କଟିଛି ସେ ତୁରନ୍ତ ଟୋଲ ଏକାଉଣ୍ଟ୍ ବନ୍ଦ କରିଥିଲେ|ଯଦିଓ କମ୍ପାନୀ ଏପର୍ଯ୍ୟନ୍ତ ତାଙ୍କ ଠାରୁ ୪୩ ଲକ୍ଷ ଟଙ୍କା ଆଦାୟ କରିଥିଲା|

Leave A Reply

Your email address will not be published.