ଏହି ପୋର୍ଟେବଲ AC କୁ କୈାଣସି ବି କୋଠରୀରେ ସେଟ୍ କରି ପାରିବେ,ସହଜରେ ହୋଇଯାଉଛି ଇନଷ୍ଟଲ,ଜାଣନ୍ତୁ ଏହି AC ବିଷୟରେ

0

Get real time updates directly on you device, subscribe now.

ଭାରତରେ ଗରମ ସମୟ ପୂର୍ବରୁ ଆସି ଯାଇଛି ଓ ଏହା ଏବେ ଠାରୁ ପ୍ରକୋପ ଦେଖାଇବା ଆରମ୍ଭ କରି ଦେଇଛି|ଯଦି ଆପଣ କମ୍ ବଜେଟରେ ଗୋଟିଏ ଭଲ ବିକଳ୍ପ ଖୋଜୁଛନ୍ତି ତେବେ ଆପଣଙ୍କୁ କମ୍ ଟଙ୍କାରେ କୁଲର ଓ ଏସି ମିଳିଯାଏ|କିନ୍ତୁ ଯଦି ଆପଣ ଆପଣଙ୍କ ଘରେ ରହୁ ନାହାନ୍ତି ବା ଆପଣ ଘରକୁ ଭଡ଼ାରେ ନେଇଛନ୍ତି ତେବେ ଆପଣ ଏସି ଲଗାଇବାରୁ ବଞ୍ଚିତ ହୋଇଥାନ୍ତି|

ଏହାର କାରଣ ଏହା ଯେ ଏସି ଲଗାଇବା ଝଞ୍ଝଟ କାମ ଅଟେ|ଏଭଳି ସ୍ଥିତିରେ ଆପଣ ଉପଯୋଗ କରି ପାରିବେ ପୋର୍ଟବଲ ଏସିର |ଏହାକୁ ଆପଣ ସହଜରେ କୈାଣସି କୋଠରୀରେ ଫିଟ କରିପାରିବେ ଓ ଏହାକୁ ଗୋଟିଏ କୋଠରୀରୁ ଅନ୍ୟକୁ ନେଇପାରିବେ|

ଏହା କୁଲର ଭଳି ସହଜରେ ସ୍ଥାନାନ୍ତରିତ ହୋଇପାରିବ|ଏହିଭଳି ବ୍ଲୁ ଷ୍ଟାରର ଏକଟନ୍ ପୋର୍ଟେବଲ ଏସି ଉପଲବ୍ଧ|ଏହାକୁ ଅନଲାଇନରେ ଆମାଜନ ବା ଫ୍ଲିପକାର୍ଟରୁ କିଣା ଯାଇ ପାରିବ|ଏହାର ମୂଲ୍ୟ ଆମାଜନରେ ୨୯୯୮୦ ଟଙ୍କାରେ ମିଳିବ|

କମ୍ପାନୀ ଏହି କଥାକୁ ନେଇ ଦାବି କରେ ଯେ ଏହା ଉପରେ ଆଣ୍ଟି ବ୍ୟାକ୍ଟେରିଆଲ ସିଲ୍ଭର କୋଟିଙ୍ଗ ବ୍ୟବହାର କରାଯାଏ|ଏଥିରେ ଅଟୋମେଟିକ ଓ କୁଇକ୍ କୁଲିଙ୍ଗ ସୁବିଧା ରହିଛି|ଏହାକୁ ସାଧାରଣ ରିମୋଟ କଣ୍ଟ୍ରୋଲ ଏସି ଭଳି ନିୟନ୍ତ୍ରଣ କରାଯାଇଥାଏ|ଏହା ୫୨ ଡିବି ପର୍ଯ୍ୟନ୍ତ ନାଇସ ମୋଡ ସହ ଆସେ|

ଏହି ଆପଣ ଏହାର ଅନ୍ୟ ସେଗମେଣ୍ଟ ଚାହୁଁଛନ୍ତି ତେଵେ Haier Verticool 2 Ton 3 Star Inverter Tower AC ନେଇ ପାରିବେ|କିନ୍ତୁ ଏହା ଟିକେ ମହଙ୍ଗା କିନ୍ତୁ ଏହାସହ ବହୁ ଫିଚର୍ସ ମଧ୍ୟ ରହିଛି|ଏହି ପୋର୍ଟେବଲ ଏସି ୨ ଟନର ଅଟେ ଓ ଏଥିରେ ଆପଣ ୧୮୦ ବର୍ଗଫୁଟ ଅଞ୍ଚଳର କୋଠରୀ ଥଣ୍ଡା ରଖିପାରିବେ|ଏହା ବ୍ୟତୀତ ମାର୍କେଟରେ ଅନ୍ୟାନ୍ୟ ବିକଳ୍ପ ମଧ୍ୟ ରହିଛି|

Leave A Reply

Your email address will not be published.