ଖରା ଯୋଗୁଁ ଶୋଷରେ ଏୟାଡେ ସେୟାଡେ ହେଉଥିଲା ମାଙ୍କଡ, ପୋଲିସ ବାଲାକୁ ଆସିଲା ଦୟା,ଆଉ କଲେ ଏମିତି କିଛି ଯେ ବନିଗଲେ ହିରୋ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଖରାଦିନ ଆରମ୍ଭ ହୋଇଗଲାଣି|ଘରୁ ବାହାରିବା ପାଇଁ ଇଚ୍ଛା ହେଉନି|ଯଦି ବାହାରନ୍ତି ଗରମ ଖରାରେ ଜଳିପୋଡି ଯାଉଛି|ଗରମରେ ବହୁ ଶୋଷ ଲାଗେ|ଏଥିପାଇଁ ରାସ୍ତାରେ ଲୋକମାନେ ଥଣ୍ଡା ପାଣି ବୋତଲ ନେଇଥାନ୍ତି|କିଛି ଜୁସ,ଲସି ପିଇ ଥଣ୍ଡା ହୋଇଥାନ୍ତି|କିନ୍ତୁ ଥରେ ଭାବନ୍ତୁ ପଶୁପକ୍ଷୀଙ୍କ ଅବସ୍ଥା କ’ଣ ହେଉଥିବ?

ଏହି ପଶୁପକ୍ଷୀ ଭୟଙ୍କର ଗରମ ଯୋଗୁଁ ଏୟାଡେ ସେୟାଡେ ବୁଲନ୍ତି|ତାଙ୍କୁ ମଧ୍ୟ ବହୁ ଶୋଷ ଲାଗେ|କିନ୍ତୁ ବେଳେବେଳେ ପାଣିର ବ୍ୟବସ୍ଥା ନଥିବାରୁ ଶୋଷିଲା ରହିଥାନ୍ତି|ଫଳରେ ମଣିଷର ଦାୟିତ୍ଵ ତାଙ୍କର ସହଯୋଗ କରିବା ଆବଶ୍ୟକ|ଏହି ଭିଡିଓରେ ଗୋଟିଏ ପୋଲିସ ବାଲା ମାଙ୍କଡକୁ ବୋତଲରେ ପାଣି ପିଆଉଥିବା ଦେଖାଯାଏ|

ଏହି ଭିଡିଓ ମୁମ୍ବାଇ ଅହମଦାବାଦ ମାର୍ଗର ମାଲଶେଜ ଘାଟର ଅଟେ|ଏଠାକୁ ଶୋଷରେ ବହୁ ମାଙ୍କଡ ଆସିଥାନ୍ତି|ଏହା ମଧ୍ୟରେ ଯେତେବେଳେ ଗୋଟିଏ ମାଙ୍କଡ ଆସିଲା ସେଠାରେ ନିୟୋଜିତ ଥିବା ପୋଲିସ ତାକୁ ବୋତଲରୁ ପାଣି ପିଆଇ ଦେଲା|ସେ ହାତରେ ପାଣି ପିଆଇ ଦେଲା|ମାଙ୍କଡ ମଧ୍ୟ ପୂରା ବୋତଲ ପାଣି ପିଇଥିଲା|ଏଥିରୁ ଅନୁମେୟ ଯେ ସେ କେତେ ତୃଷ୍ଣା ଥିଲା

ମାନବିକତାର ଉଦାହରଣ ଦେଉଥିବା ଏହି ଭିଡ଼ିଓକୁ StreetDogsofBombay ନାମକ ଇନଷ୍ଟଗ୍ରାମ ଏକାଉଣ୍ଟରୁ ସେୟାର କରାଯାଇଛି|ସେ ପଶୁପକ୍ଷୀଙ୍କ ପ୍ରତି ଦୟା ଦେଖାଇବାରୁ ମହାରାଷ୍ଟ୍ର ପୋଲିସ ନମନ କରିଛନ୍ତି|ଏହାସହ ଲୋକଙ୍କୁ ନିବେଦନ ଯେ ଗରମରେ ଆଖପାଖରେ ପାଣି ପାତ୍ର ରଖନ୍ତୁ ଫଳରେ ପଶୁପକ୍ଷୀଙ୍କୁ ଏଥିରୁ ମୁକ୍ତି ମିଳିବ|

ଭିଡିଓକୁ ପୋଷ୍ଟ କରିଥିବା ଆଡମିନ ଆଗକୁ କହିଛନ୍ତି ଯେ ଦୋକାନ ଓ ହୋଟେଲ ବାହାରେ ବହୁ ବୁଲା ଜୀବଜନ୍ତୁ ଖାଦ୍ୟ ବାହାନାରେ ଘଣ୍ଟା ଘଣ୍ଟା ଠିଆ ହୋଇଥାନ୍ତି|ତାଙ୍କୁ ଜଣାନାହିଁ ଖାଦ୍ୟ ପାଇଁ ଟଙ୍କା ପଡେ|କିଛି ଲୋକ ଗୃହପାଳିତ ଓ ବୁଲା ଜୀବଜନ୍ତୁଙ୍କ ଭିତରେ ଭେଦଭାବ କରନ୍ତି|ସେ ବୁଲା ଜୀବଜନ୍ତୁଙ୍କୁ ଅପରିଷ୍କାର ଭାବନ୍ତି କିନ୍ତୁ ଏହି ଭାବନା ବଦଳାଇବା ଆବଶ୍ୟକ|

ଭିଡିଓ ଭାଇରାଲ ହେବାପରେ ଲୋକମାନେ ପୋଲିସ ଅଧିକାରୀ ଙ୍କ ପ୍ରଶଂସା କରିଛନ୍ତି|ଜଣେ ୟୁଜର ଲେଖିଛନ୍ତି ଆପଣ ସମସ୍ତଙ୍କ ପାଇଁ ପ୍ରେରଣା|ଆଉଜଣେ ଲେଖିଛନ୍ତି ଭଗବାନ ଆପଣଙ୍କୁ ଖୁସିରେ ରଖନ୍ତୁ|ଆଉଜଣେ ଲେଖିଛନ୍ତି ହୃଦୟସ୍ପର୍ଶୀ ଭିଡିଓ|

Leave A Reply

Your email address will not be published.