ମଦ୍ୟପାନ କରୁଥିଲେ ହୋଇଯାନ୍ତୁ ସାବଧାନ ! ଆପଣ ଯଦି ଧରାପଡିଲେ ତେବେ ମିଳିବ ତଣ୍ଡ ଓ ଦଣ୍ଡ ! ସରକାର ଆଣିଲେ କଠୋର ନିୟମ

0

Get real time updates directly on you device, subscribe now.

ମଦ୍ୟପମାନଙ୍କ ପାଇଁ ସତର୍କ ଘଣ୍ଟି ବାଜିବାକୁ ଲାଗିଲା। ଆଗକୁ ମଦ୍ୟପାନ କରିବାକୁ ଚାହୁଁଥିଲେ ଆପଣମାନେ ସାବଧାନ ହୋଇଯାଆନ୍ତୁ। କାରଣ ଯଦି ଆପଣ ଧରାପଡିଲେ ତେବେ ଆପଣଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ମଧ୍ୟ ପଡିପାରେ। ଏପରିକି ଆପଣ ଜେଲ ମଧ୍ୟ ଯାଇପାରନ୍ତି। ମଦ୍ୟପାନକୁ ନେଇ ବିହାର ସରକାର ଏଭଳି ଏକ ନିୟମ ଆଣିଛନ୍ତି। ବିହାର ଡ୍ରାଏ ରାଜ୍ୟ ଭାବରେ ଜଣାଶୁଣା। ମଦମୃତ୍ୟୁ ମାମଲାକୁ ହ୍ରାସ କରିବା ପାଇଁ ନୀତିଶ କୁମାରଙ୍କ ସରକାର ଏହିପରି କଠୋର ପଦକ୍ଷେପ ନେଇଛନ୍ତି।

ସୋମବାର ଦିନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏକ ନୂଆ ଅବକାରୀ ପଲିସି (ସଂଶୋଧନ) ୨୦୨୨ ସହ ୧୪ଟି ପ୍ରସ୍ତାବକୁ ଏଥିରେ ଅନୁମୋଦନ କରାଯାଇଛି। ମାର୍ଚ୍ଚ ୨୮ ତାରିଖରେ ବିହାରର ବିଧାନସଭା ମଦ ନିଷେଧାଦେଶର ଉଲ୍ଲଂଘନ ପାଇଁ ଦଣ୍ଡବିଧାନକୁ ହ୍ରାସ କରିବା ପାଇଁ କଠୋର ମଦ୍ୟପାନ ନିଷେଧ ଆଇନରେ ଏକ ସଂଶୋଧନ ଆଣିଥିଲା। ବର୍ତ୍ତମାନ ପ୍ରଥମ ଥର ଉଲ୍ଲଂଘନକାରୀଙ୍କୁ ଏକ ମାସର ଦଣ୍ଡ ଭୋଗିବାକୁ ପଡିବ କିମ୍ବା ଜୋରିମାନା ସହ ତାଙ୍କୁ ଛାଡି ଦିଆଯିବ। ତେବେ ମଦ ଉତ୍ପାଦନ, ବିକ୍ରୟ, କ୍ରୟ, ବଣ୍ଟନ ଏବଂ ପରିବହନ ବନ୍ଦ କରିବାରେ ବିହାର ସରକାର ବିଫଳ ହୋଇଛନ୍ତି ସେଥିପାଇଁ ସେ ଏପରି ନିୟମ ଆଣୁଛନ୍ତି ବୋଲି ବିରୋଧମାନେ ଅଭିଯୋଗ କରିଛନ୍ତି।

କ୍ୟାବିନେଟ ବୈଠକ ବସିବା ପରେ ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୟ କୁମାର କହିଛନ୍ତିଯେ, ନୂଆ ଅବକାରୀ ପଲିସିରେ ଯଦି ଆପଣ ମଦ୍ୟପାନ କରି ପ୍ରଥମ ଥର ଧରାପଡନ୍ତି, ତେବେ ୨୦୦୦ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ। ଯଦି ସେହି ବ୍ୟକ୍ତି ଜରିମାନା ଦେବାକୁ ବିଫଳ ହୁଅନ୍ତି, ତେବେ ତାଙ୍କୁ ୩୦ ଦିନର କାରାଗାରରେ ରଖାଯିବ। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଜରିମାନା ବିନା ୩୦ ଦିନ କାରାଦଣ୍ଡାଦେଶ ଦେଇପାରିବେ। ମଦ୍ୟପାନ କରି ଯଦି ଆପଣ ଦ୍ୱିତୀୟ ଥର ଧରା ପଡିଲେ ତେବେ ଅଭିଯୁକ୍ତଙ୍କୁ ଜରିମାନାକୁ ଆଦାୟ ନ କରି ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବ।

ସୂଚନା ଅନୁସାରେ, ଦୀର୍ଘ ୯ ବର୍ଷର ଆନ୍ଦୋଳନ କରିବା ପରେ ନୀତିଶ କୁମାର ସରକାର ଆନ୍ତରିକତାର ସହ ୧ ଏପ୍ରିଲ ୨୦୧୬ ମସିହାରେ ମଦ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଥିଲେ। ନିଷେଧାଦେଶକୁ ଛଅ ବର୍ଷ ପୁରିଲାଣି, କିନ୍ତୁ ରାଜ୍ୟରେ ମଦମୃତ୍ୟୁ ମାମଲା କମିବାର ନାମ ନେଉନାହିଁ। ଗତ ହୋଲିରେ ବିହାରର ତିନୋଟି ଜିଲ୍ଲାରେ ସମୁଦାୟ ତିରିଶ ଜଣ ଲୋକ ମୃତ୍ୟୁବରଣ କରିଥିଲେ। ଗତବର୍ଷ ଦୀପାବଳିରେ ଆଉ ଚାଳିଶ ଜଣଙ୍କର ମୃତ୍ୟୁ ହୋଇଥିଲା। ଚଳିତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀଙ୍କର ଗୃହ ଜିଲ୍ଲା ନାଲନ୍ଦାରେରେ ୧୩ ଜଣ ମୃତ୍ୟୁ ବରଣ କରିଥିଲେ। କିନ୍ତୁ ପ୍ରଶାସନ ଏହି ମୃତ୍ୟୁକୁ ମଦମୃତ୍ୟୁ ନୁହେଁ ବୋଲି କହିଛନ୍ତି।

Leave A Reply

Your email address will not be published.