୧୦ ଗ୍ରାମ ସୁନା ଓ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ରାହୁଲ ଗାନ୍ଧୀଙ୍କ ନାମରେ କରିଦେଲେ ଜଣେ ମହିଳା,ଜାଣନ୍ତୁ ଏହି ଆକର୍ଷକ କାହାଣୀ !

0

Get real time updates directly on you device, subscribe now.

କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହୁଏତ ବର୍ତ୍ତମାନ କମ ସକ୍ରିୟ ଦିଶୁଛନ୍ତି କିନ୍ତୁ ତାଙ୍କର ଲୋକପ୍ରିୟତା ଏବେବି ବହୁତ ମାତ୍ରାରେ ରହିଛି। ତାଙ୍କୁ ଚାହୁଁଥିବା ଲୋକସଂଖ୍ୟା ଏବେବି ବହୁତ ସାରା ରହିଛି। ଏହାର ଏକ ଉଦାହରଣ ଜଣେ ମହିଳା ଦେଇଛନ୍ତି। ମହିଳା ଜଣକ ନିଜର 10 ଗ୍ରାମ ସୁନା ଓ 50 ଲକ୍ଷ ଟଙ୍କାର ସମ୍ପତ୍ତି ରାହୁଲ ଗାନ୍ଧୀଙ୍କ ନାମରେ କରିଦେଇଛନ୍ତି।

ମହିଳା ଜଣକ ଉତ୍ତରାଖଣ୍ଡର ଅଟନ୍ତି ଓ ତାଙ୍କର ସୂଚନା କଂଗ୍ରେସ ଗର୍ବର ସହିତ ଦେଉଛି। ନିଜ ନେତାଙ୍କ ଏହି ଲୋକପ୍ରିୟତା ପାଇଁ କଂଗ୍ରେସ ଅଧ୍ୟକ୍ଷ ଏହି ପୁରା ଖବର ଦେଉଛନ୍ତି। ଆପଣ ମାନେ ଭାବୁଥିବେ ମହିଳା ଜଣକ ଏମିତି ପଦକ୍ଷେପ କାହିଁକି ଉଠାଇଛନ୍ତି ତ ଆସନ୍ତୁ ଜାଣିବା ଏହାର କାରଣ।

ଡେରାଡୁନରେ ରୁହନ୍ତି ମହିଳା:-

ରାହୁଲ ଗାନ୍ଧୀଙ୍କୁ ଏହି ସମ୍ପତ୍ତି ଡେରାଡୁନରେ ମିଳିଯାଇଛି। ଏହାସହ ତାଙ୍କ ନାମରେ 10 ଗ୍ରାମ ସୁନା ମଧ୍ୟ ମିଳିଯାଇଛି। ଉତ୍ତରାଖଣ୍ଡର ଡେରାଡୁନରେ ମହିଳାଙ୍କର ଏହି ସମ୍ପତ୍ତି ରାହୁଲ ଗାନ୍ଧୀଙ୍କୁ ବସି ବସି ମିଳିଯାଇଛି।

78 ବର୍ଷୀୟ ଏହି ବୟସ୍କ ମହିଳା ନିଜର ସମ୍ପତ୍ତିକୁ ରାହୁଲ ଗାନ୍ଧୀଙ୍କ ନାମରେ କରିଦେଲେ। ସେ ଏହି ସମ୍ପତ୍ତିକୁ ରାହୁଲଙ୍କ ନାମରେ କରିବାପାଇଁ କୋର୍ଟ ର ଚକ୍କର ମଧ୍ୟ କାଟିଥିଲେ। ପୁଷ୍ପା ମୁଂଜୟଲ ନାମକ ଏହି ମହିଳା ନିଜର ସାରା ସମ୍ପତ୍ତି ଓ ସୁନା ରାହୁଲଙ୍କ ନାମରେ କରିଦେଇଥିଲେ।

ଜାଣନ୍ତୁ କଣପାଇଁ ରାହୁଲଙ୍କୁ ଦେଲେ ନିଜର ସାରା ସମ୍ପତ୍ତି:-

ମହିଳା ଜଣକ କାହିଁକି ନିଜର ସମ୍ପତ୍ତି ରାହୁଲଙ୍କ ନାମରେ କରିଛନ୍ତି ଏହାର କାରଣ ହେଉଛି ମହିଳା ଜଣକ କୁହନ୍ତି କି, ସେ ରାହୁଲ ଗାନ୍ଧୀଙ୍କ ବିଚାରରେ ବହୁତ ପ୍ରଭାବିତ ହୋଇଛନ୍ତି ଓ ଦେଶକୁ ଏହିଭଳି ଏକ କଂଗ୍ରେସ ଆବଶ୍ୟକ ରହିଛି। ସେ ତାଙ୍କ ଉପରେ ବହୁତ ପ୍ରଭାବିତ ହୋଇଯାଇଛନ୍ତି।

ଏହାସହ ମହିଳା ଜଣକ କହିଥିଲେ, ଗାନ୍ଧୀ ପରିବାର ସ୍ବାଧୀନତା ପାଇଁ ମୁଖ୍ୟ ଭୂମିକା ନିଭାଇ ଥିଲେ ଓ ସ୍ୱାଧୀନତା ପରେ ମଧ୍ୟ ତାଙ୍କର ଭୂମିକା ସର୍ବଶ୍ରେଷ୍ଠ ଥିଲା। ତାଙ୍କର ମାନିବା ହେଲା ସ୍ୱାଧୀନତା ପାଇଁ ଗାନ୍ଧୀ ପରିବାର ବହୁତ ବଳିଦାନ ଦେଇଛି। ଇନ୍ଦିରା ଗାନ୍ଧୀ ଙ୍କ ଠାରୁ ରାହୁଲ ଗାନ୍ଧୀ ସବୁ ଦେଶ ପାଇଁ ବଳି ପଡ଼ିଛନ୍ତି।

ପୂର୍ବ ପ୍ରଦେଶ ଅଧ୍ୟକ୍ଷଙ୍କ ଘରକୁ ଯାଇ ଦେଲେ ଏହି ହାଜିର:-

ଡେରାଡୁନ ମହାନଗର ଅଧ୍ୟକ୍ଷ ଲାଲଚାନ୍ଦ ଶର୍ମା ସୂଚନା ଦେଲେ କି, ମହିଳା ଜଣକ ପୂର୍ବ ପ୍ରଦେଶ ଅଧ୍ୟକ୍ଷ ପ୍ରୀତମ ସିଂହଙ୍କ ଘରକୁ ଯାଇ ଏହି ସମ୍ପତ୍ତି ପତ୍ର ଦାଖଲ କଲେ। ମହିଳା ପ୍ରୀତମ ସିଂହଙ୍କୁ ରାହୁଲ ଗାନ୍ଧୀଙ୍କର ବହୁତ କଥା କହିଲେ। ସେ ରାହୁଲଙ୍କ ପ୍ରଶଂସା କରି ଏକ ଭଲ ନେତା କହିଥିଲେ। ଏହାସହ ଦେଶ ପାଇଁ ତାଙ୍କର ଆବଶ୍ୟକତାକୁ ବତାଇ ଥିଲେ।

ରାହୁଲ ଗାନ୍ଧୀଙ୍କ କଥା କହିବାକୁ ଗଲେ ବର୍ତ୍ତମାନ କଂଗ୍ରେସର ଭିତିରିଆ ରାଜନୀତିରେ ସେ ବହୁତ ବିଚଳିତ ହୋଇଛନ୍ତି। କେତେକ ନେତା ବର୍ତ୍ତମାନ ଗାନ୍ଧୀ ପରିବାରର ଲିଡ଼ରସିପକୁ ଚ୍ୟାଲେଞ୍ଜ ଦେବାରେ ଲାଗିଛନ୍ତି। କିଛି ନେତା ବର୍ତ୍ତମାନ ଗାନ୍ଧୀ ପରିବାରକୁ ହଟାଇ ଅନ୍ୟ ନେତାଙ୍କୁ ପାର୍ଟିର ଅଧ୍ୟକ୍ଷ ବନାଇବାକୁ ଚାହାଁନ୍ତି। ଏହି କାରଣରୁ ରହୁଲ ବର୍ତ୍ତମାନ ରାଜନୀତିରେ ନଜର ଅସୁନାହାନ୍ତି। କିନ୍ତୁ ସେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହୁଛନ୍ତି।

Leave A Reply

Your email address will not be published.