ଫ୍ୟାକ୍ଟ୍ରି, ଇଣ୍ଡଷ୍ଟ୍ରୀ ଏବଂ କମ୍ପାନୀ ଭିତରେ କଣ ପାର୍ଥକ୍ୟ ?

0

Get real time updates directly on you device, subscribe now.

ଆପଣ କିଛି ଶବ୍ଦକୁ ଭଲ ଭାବରେ ଜାଣିଥାନ୍ତି। କିନ୍ତୁ ଯଦି ଆପଣଙ୍କୁ ସେ ବିଷୟରେ ପଚରାଯାଏ ତେବେ ହୁଏତ ଗୋଟିଏ ଧାଡ଼ି ମଧ୍ୟ କହିବା ବହୁତ କଷ୍ଟ ହୋଇଯାଏ। ଯେମିତିକି ଆପଣଙ୍କୁ ଯଦି ପଚରାଯିବ ଇଣ୍ଡଷ୍ଟ୍ରୀ ଏବଂ କମ୍ପାନୀ ମଧ୍ୟରେ ଫରକ କ’ଣ। ବହୁତ କମ ଲୋକ ଅଛନ୍ତି ଯେଉଁମାନେ ସହଜରେ ଅନ୍ୟମାନଙ୍କୁ ବୁଝାଇ ପାରିବେ ଏହା ଭିତରେ ଥିବା ପାର୍ଥକ୍ୟ କଣ। ତେବେ ଆପଣମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ ଫ୍ୟାକ୍ଟ୍ରି, ଇଣ୍ଡଷ୍ଟ୍ରୀ ଏବଂ କମ୍ପାନୀ ମଧ୍ୟରେ କ’ଣ ଫରକ୍ ଅଛି ଜଣାଇବୁ।

ଫ୍ୟାକ୍ଟ୍ରିର ଅର୍ଥ କ’ଣ:-

ଫ୍ୟାକ୍ଟ୍ରିକୁ ମାନ୍ୟୁଫାକଚରିଂ ପ୍ଲାଣ୍ଟ ବା ପ୍ରଡକ୍ସନ ପ୍ଲାଣ୍ଟ ମଧ୍ୟ କୁହାଯାଏ। ଏହା ଏକ ବହୁ ମହଲା ବିଶିଷ୍ଟ କୋଠା ହୋଇଥାଏ। ସେହି କୋଠା ଭିତରେ ଅନେକ ବଡ ବଡ ଘର ସବୁ ଥାଏ ଯାହାରି ଭିତରେ ଭିନ୍ନ ଭିନ୍ନ ପ୍ରକାରର ମେସିନ ସବୁ ଖଞ୍ଜା ଯାଇଥାଏ। ଏହି ସବୁ ମେସିନ ଦ୍ଵାରା ଅନେକ ଗୁଡ଼ିଏ ଜିନିଷକୁ ପ୍ରସ୍ତୁତ କରାଯାଏ। ନୂଆ ନୂଆ ପ୍ରଡକ୍ଟସ୍ ତିଆରି କରିବା ପାଇଁ ଫ୍ୟାକ୍ଟ୍ରିର ଆବଶ୍ୟକତା ହୋଇଥାଏ। କାରଣ ଫ୍ୟାକ୍ଟ୍ରିରେ ହିଁ ଭେରାଇଟି ଜିନିଷ ତିଆରି ଏବଂ ବ୍ୟବହାର ଉପଯୋଗୀ କରାଯାଏ। ଫ୍ୟାକ୍ଟ୍ରି ଏଭଳି ଏକ ବିଲଡିଂ, ଯାହା ଭିତରେ ଅତ୍ୟାଧୁନିକ ମେସିନକୁ ବ୍ୟବହାର କରାଯାଇ ଏଭଳି ଜିନିଷ ନିର୍ମାଣ କରାଯାଏ ଯାହା ବଜାରରେ ସହଜରେ ବିକ୍ରି କରାଯାଇ ପାରିବ। ଫ୍ୟାକ୍ଟ୍ରି ଭିନ୍ନ ଭିନ୍ନ ଜାଗାର ସପ୍ଲାଏ ନିଏ, କୌଣସି ଏକ ମାଟେରିଆଲରୁ ନୂଆ ଜିନିଷ ବା ପ୍ରଡକ୍ଟ ତିଆରି କରିଦିଏ। ନୂଆ ନୂଆ ପ୍ରଡକ୍ଟକୁ ତିଆରି କରିବା ପାଇଁ ଅନେକ ପ୍ରକାରର ଫ୍ୟାକ୍ଟ୍ରି ଅଛି, ଯେମିତିକି

୧. clothing and Textile

୨. Electronics, computer and Transportation

୩. food product

୪. metal Manufacturing

ଫ୍ୟାକ୍ଟ୍ରି ଆରମ୍ଭ ହେବା ପୂର୍ବରୁ ଏହି ସବୁ କାମକୁ ଘରେ କରାଯାଉଥିଲା। ଯାହାକୁ କରିବା ପାଇଁ ବହୁତ ସମୟ ନେଉଥିଲା, ଏହା ସହ ଅଳ୍ପ ଜିନିଷ ମଧ୍ୟ ବାହାରି ପାରୁଥିଲା। ହେଲେ ଫ୍ୟାକ୍ଟ୍ରି ଆରମ୍ଭ ହେବା ପରେ ବହୁତ ପ୍ରଡକ୍ଟ ତିଆରି କରିବା ପାଇଁ ପାୱାର ମେସିନ ଲାଗିଲା, ବହୁତ ବଡ ଜାଗାରେ ମେସିନ ବସିଲା। ବେକାର ଯୁବକ ଯୁବତୀଙ୍କୁ କାମ ମଧ୍ୟ ମିଳିଲା। ତେଣୁ ଫ୍ୟାକ୍ଟ୍ରିର ଲାଭ ହେଲା, ଯାହାକୁ ଦେଖି ପଛକୁ ପଛ ନୂଆ ନୂଆ ଫ୍ୟାକ୍ଟ୍ରି ସବୁ ଖୋଲି ଚାଲିଲା।

ଇଣ୍ଡଷ୍ଟ୍ରୀ କ’ଣ ଓ ଏହାର କାମ କ’ଣ:-

ଇଣ୍ଡଷ୍ଟ୍ରୀ ଅନେକ କମ୍ପାନୀର ଏକ ଗ୍ରୁପ ଅଛି। ଅନେକ କମ୍ପାନୀର ଜିନିଷ ତିଆରି କରିବା ପାଖରୁ ଆରମ୍ଭ କରି ବିକ୍ରି କରିବା ପାଇଁ ସମସ୍ତ ସାଧନ ଯୋଗାଇବାରେ ମଧ୍ୟ କାମ କରେ। ବିଭିନ୍ନ କମ୍ପାନୀର ପ୍ରଥମ ପର୍ଯ୍ୟାୟ କାମ ଗୋଟିଏ ଜଗାରେ କରାଯାଏ, ସେହି ଜାଗାକୁ ଇଣ୍ଡଷ୍ଟ୍ରୀ କୁହାଯାଏ। ଯେମିତିକି…

୧. chemicals and petrochemicals

୨. auto mobile and auto components

୩. construction and engineering

୪. financial services

୫. Food and Beverages

୬. textile Apparels and Accessories

୭. real estate

ଗୋଟିଏ ଇଣ୍ଡଷ୍ଟ୍ରୀରେ ଚାରୋଟି ସେକ୍ଟରର କାମ ଚାଲିଥାଏ। ସେକ୍ଟର ଏକରେ farming, mining and lodging କାମ ଚାଲେ, ଯେଉଁଠି କଞ୍ଚା ମାଲର ପ୍ରଡକ୍ସନ ହୋଇଥାଏ। ଦ୍ୱିତୀୟ ସେକ୍ଟରରେ factories ଆସୁଛି। ଯାହା ପ୍ରଡକ୍ଟସକୁ ପ୍ରୋସେସ କରେ। ତୃତୀୟ ସେକ୍ଟର ହେଉଛି tertiary ସେକ୍ଟର । ଏହି ସେକ୍ଟରରେ ସର୍ଭିସ୍ ଯୋଗାଇବା ଲୋକମାନେ ସାମିଲ ହୁଅନ୍ତି । ଯେମିତିକି, ଡାକ୍ତର, ଓକିଲ, ଶିକ୍ଷକ, ବୈଜ୍ଞାନିକ ଏଭଳି ଭିନ୍ନ ଭିନ୍ନ ସେବା ଯୋଗାଉଥିବା ବ୍ୟକ୍ତି।

ଫ୍ୟାକ୍ଟ୍ରିରେ ବିଭିନ୍ନ ପ୍ରକାରର କାମ ଆରମ୍ଭ ହୁଏ ଇଣ୍ଡଷ୍ଟ୍ରୀରେ ସେହି ଜିନିଷ ଏବଂ ସେବା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଏ। ଫ୍ୟାକ୍ଟ୍ରି ଛୋଟିଆ ସ୍ଥାନରେ ହେଲେ ମଧ୍ୟ ଇଣ୍ଡଷ୍ଟ୍ରୀ ବହୁତ ବଡ ଜାଗାରେ ଗଢି ଉଠିଥାଏ। ଫ୍ୟାକ୍ଟ୍ରି କୁ ବ୍ୟବହାର କରି ଇଣ୍ଡଷ୍ଟ୍ରୀ ବିଜନେସ କରେ ପଇସା କମାଇଥାଏ। ଲୋକମାନଙ୍କ ପାଖରେ ନୂଆ ନୂଆ ଜିନିଷକୁ ପହଞ୍ଚାଇବା ପାଇଁ ଜୀବନ ଶୈଳୀକୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରେ।

କମ୍ପାନୀ କ’ଣ:-

କମ୍ପାନୀ ବହୁତ ପ୍ରକାରର ଥାଏ corporation, partnership, association, private limited ଓ public limited company। କମ୍ପାନୀ ଏହି ସବୁ ଆଧାରରେ ରେଜିଷ୍ଟ୍ରେସନ୍ ହୋଇଥାଏ। ଆଇନ୍ ଅନୁସାରେ କମ୍ପାନୀକୁ ଇଣ୍ଡିଭିଜୁଆଲ ମଧ୍ୟ କୁହାଯାଏ। କମ୍ପାନୀ ଇଣ୍ଡଷ୍ଟ୍ରୀର ଏକ ଭାଗ ଅଟେ। ଗୋଟିଏ ଇଣ୍ଡଷ୍ଟ୍ରୀରେ ଅନେକ କମ୍ପାନୀ ମିଶି କାମ କରନ୍ତି। ଗୋଟିଏ ଜାଗାରେ ଅନେକ ଜିନିଷ ପ୍ରସ୍ତୁତ ହୁଏ, ହେଲେ ସେଠାରୁ ଭିନ୍ନ ଭିନ୍ନ ନାଁ ନେଇ ରଙ୍ଗ ବେରଙ୍ଗ ପ୍ୟାକେଟରେ ବାହାରକୁ ଆସି। ଇଣ୍ଡଷ୍ଟ୍ରୀ କମ୍ପାନୀଠାରୁ ବହୁତ ବଡ ଅଟେ। କମ୍ପାନୀ ଜଣେ କିମ୍ବା ଦୁଇଜଣଙ୍କୁ ନେଇ ଚାଲିଥାଏ। ଇଣ୍ଡଷ୍ଟ୍ରୀ ଅନେକ କମ୍ପାନୀକୁ ନେଇ ଚାଲିଥାଏ।

Leave A Reply

Your email address will not be published.