ଆଇପିଏଲ 2022: ସିଏସକେ କି ମୁମ୍ବାଇ ନୁହେଁ ଏହି ଟିମ ଜିତିପାରେ ଏହିବର୍ଷର ଆଇପିଏଲ। ପ୍ରଥମ ମ୍ୟାଚରୁ ହୋଇଗଲା ଖୁଲାସା

0

Get real time updates directly on you device, subscribe now.

କ୍ରିକେଟର ମହାକୁମ୍ଭ ଆଇପିଏଲରେ ପ୍ରତିଦିନ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳୁଛି। ଦୁନିଆର ସବୁଠାରୁ ଅଧିକ ଦେଖାଯାଉଥିବା ଏହି ଲିଗରେ କ୍ରିକେଟର ମାନେ ନିଜର କ୍ୟାରିଅର ବନାଉଛନ୍ତି। ଆଇପିଏଲ 2022 ରେ ଏବେପର୍ଯ୍ୟନ୍ତ 10ଟି ମ୍ୟାଚ ହୋଇସାରିଛି। ଏଥିରେ ଚେନ୍ନାଇ ଓ ମୁମ୍ବାଇ ନିଜର ପ୍ରଥମ ଦୁଇଟି ମ୍ୟାଚ ହାରି ସାରିଛନ୍ତି। ସେହିପରି ଗୋଟିଏ ଟିମ ଏମିତି ରହିଛି ଯିଏକି ଟ୍ରଫି ଜିତିବା ପାଇଁ ପ୍ରବଳ ଦାବିଦାର ରହିଛି।

ଆଇପିଏଲ ଟ୍ରଫି ଜିତିପାରେ ଏହି ଟିମ:-

ଆଇପିଏଲ 2022 ରେ ରାଜସ୍ଥାନ ରୟାଲସ ବହୁତ ଶାନଦାର ପ୍ରଦର୍ଶନ କରୁଛି। ଦଳ ନିଜର ପ୍ରଥମ ଦୁଇଟି ମ୍ୟାଚ ଜିତିନେଇଛି। ପ୍ରଥମ ମ୍ୟାଚରେ ହାଇଦ୍ରାବାଦକୁ 61 ରନରେ ହରାଇଥିବା ବେଳେ ଦ୍ଵିତୀୟ ମ୍ୟାଚରେ ମୁମ୍ବାଇକୁ 23 ରନରେ ହରାଇଛି। ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନ ବହୁତ ଭଲ ଅଧିନାୟକତା କରୁଛନ୍ତି ଓ ବୋଲିଂକୁ ଭଲ ଭାବରେ ଲଗାଉଛନ୍ତି। ଦଳ 2008 ରେ ଶେନ ୱାର୍ଣ୍ଣଙ୍କ ଅଧିନାୟକତାରେ ଚମ୍ପିୟାନ ହୋଇଥିଲା ଓ ଏଥର ମଧ୍ୟ ଦଳ ପାଖରେ ବହୁତ ମ୍ୟାଚ ବିଜେତା ଖେଳାଳି ରହିଛନ୍ତି। ଯେଉଁମାନେ ଦଳକୁ ଚମ୍ପିୟାନ କରାଇ ପାରନ୍ତି।

ବୋଲିଂ ହେଉଛି ବହୁତ ଦୃଢ଼:-

ରାଜସ୍ଥାନ ରୟାଲସର ସବୁଠାରୁ ମଜବୁତ ସ୍ତର ହେଉଛି ବୋଲିଂ। ତାଙ୍କ ପାଖରେ ବହୁତ ଖତରନାକ ବୋଲିଂ ମହଜୁଦ ରହିଛି ଯିଏକି ପାଳି ଆରମ୍ଭରୁ ଉଇକେଟ ନେଇଯାଉଛନ୍ତି। ତାଙ୍କ ସାଥ ଦେବାକୁ ପ୍ରସିଧ କୃଷ୍ନା ଓ ନବଦୀପ ସୈନି ରହିଛନ୍ତି। ବିଗତ କିଛି ସମୟ ହେବ ପ୍ରସିଧ କୃଷ୍ନା ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଛନ୍ତି। ସେହିପରି ସ୍ପିନ ବୋଲିଂରେ ଯୁଜବେନ୍ଦ୍ର ଚହଲ ଓ ଆର ଅଶ୍ୱିନ ରହିଛନ୍ତି ଯିଏକି ଭାରତୀୟ କଣ୍ଡିସନରେ ସବୁଠାରୁ ଅଧିକ ଅନୁଭବ ରଖିଛନ୍ତି। ଚହଲ ଓ ଅଶ୍ଵିନଙ୍କ ପାଖରେ ଉଇକେଟ ନେବାର କଳା ଭରପୂର ଭରି ରହିଛି।

ଟିମ ପାଖରେ ରହିଛନ୍ତି ଧାକଡ଼ ଓପନର:-

ରାଜସ୍ଥାନ ରୟାଲସ ପାଖରେ ଜୋଶ ବଟଲରଙ୍କ ପରି ବିଧ୍ଵଂସକାରୀ ଓପନର ରହିଛନ୍ତି ଯିଏକି କୌଣସି ସ୍ଥିତିରେ ମ୍ୟାଚ ବଦଳାଇ ଦେଇପାରନ୍ତି। ମିଡ଼ିଲ ଅର୍ଡରରେ ଦଳ ପାଖରେ ସଞ୍ଜୁ ସାମସନ, ଦେବଦତ ପାଡ଼ିକଲ ଓ ଶିମରନ ହେଟମାୟାର ରହିଛନ୍ତି। ହେଟମାୟର ଫିନିସିଂ ବହୁତ ଭଲ ଭାବରେ କରିଥାନ୍ତି ଓ ତାଙ୍କର ବ୍ୟାଟିଂରେ ମଧ୍ୟ ଗଭୀରତା ରହିଛି। ଦଳ ଏହିଥର ଚମ୍ପିୟାନ ହେବାରେ ପ୍ରବଳ ଦାବିଦାର ରହିଛି।

Leave A Reply

Your email address will not be published.