Nostradamus Prediction : ନାସ୍ତ୍ରେଦମସ ରୁଷ – ଚୀନ ବିଷୟରେ କରିଥିଲେ ଏହି ଭୟଙ୍କର ଭବିଷ୍ୟବାଣୀ

0

Get real time updates directly on you device, subscribe now.

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବର୍ତ୍ତମାନ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଆଶଙ୍କା କରାଯାଉଛି । ଫ୍ରାନ୍ସର ପ୍ରସିଦ୍ଧ ଭବିଷ୍ୟବକ୍ତା ‘ ମାଇକେଲ ଦି ନାସ୍ତ୍ରେଦମସ ‘ ଙ୍କ ଦ୍ଵାରା ବହୁ ବର୍ଷ ପୂର୍ବେ କରାଯାଇଥିବା ଭବିଷ୍ୟବାଣୀ ମଧ୍ୟ ଲୋକଙ୍କୁ ଡରାଉଛି । 2020 ବର୍ଷ ପରଠାରୁ ଦୁନିଆର ଦେଶଗୁଡିକରେ ବିପଦ ଜାରି ରହିଛି । ଜ୍ୟୋତିଷ ନାସ୍ତ୍ରେଦମସ ପୂର୍ବରୁ ହିଁ ଏହି ଭବିଷ୍ୟବାଣୀ କରିଦେଇଥିଲେ । ତାଙ୍କର ଭବିଷ୍ୟବାଣୀ ଅନୁଯାୟୀ, 2023 ମସିହାରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇପାରେ ।

ଭବିଷ୍ୟବକ୍ତା ନାସ୍ତ୍ରେଦମସ ଦୁନିଆରେ ଆସୁଥିବା ବିପଦ ବିଷୟରେ ପୂର୍ବରୁ ହିଁ କହି ଦେଇଥିଲେ । ତାଙ୍କ ଭବିଷ୍ୟବାଣୀକୁ ସାରା ଦୁନିଆର ଲୋକ ବିଶ୍ୱାସ କରନ୍ତି, କାରଣ ତାଙ୍କର ବର୍ତ୍ତମାନ ସୁଦ୍ଧା କରାଯାଇଥିବା 70 ପ୍ରତିଶତ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି । ନାସ୍ତ୍ରେଦମସ ତୃତୀୟ ବିଶ୍ୱଯୁଦ୍ଧ ବ୍ୟତୀତ 2022 ପାଇଁ ମଧ୍ୟ ବହୁତ୍ ଭୟଙ୍କର ଭବିଷ୍ୟବାଣୀ କରିଥିଲେ ।

ଆମେରିକା ଆରମ୍ଭ କରିବ ବଡ ସୈନ୍ୟ ଅଭ୍ୟାସ :-

ନାସ୍ତ୍ରେଦମସ ନିଜ ଭବିଷ୍ୟବାଣୀରେ କହିଥିଲେ ଯେ ଆମେରିକା ଏସିଆରେ ସବୁଠାରୁ ବଡ଼ ସୈନ୍ୟ ଅଭ୍ୟାସର ଆରମ୍ଭ କରିବ । ଭବିଷ୍ୟବକ୍ତା ନାସ୍ତ୍ରେଦମସଙ୍କ ଭବିଷ୍ୟତ ବିଷୟରେ କରାଯାଇଥିବା ଭବିଷ୍ୟବାଣୀ ଦ୍ଵାରା ଲୋକମାନେ ଡରିଯାନ୍ତି ।

ଚୀନ ଏବଂ ରୁଷ ହେବେ ମହାଶକ୍ତି :-

ଚୀନ, ରୁଷ, ଫ୍ରାନ୍ସ ଏବଂ ଜର୍ମାନୀ ଭଳି ଦେଶଗୁଡ଼ିକ ଦ୍ଵାରା ଯୁଦ୍ଧର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ । ସେ ନିଜ ଭବିଷ୍ୟବାଣୀରେ କହିଥିଲେ ଯେ ଭବିଷ୍ୟତରେ ରୁଷ ଏବଂ ଚିନ ଗୋଟିଏ ମହାଶକ୍ତି ଭାବରେ ସାମ୍ନାକୁ ଆସିବେ ।

ଦୁନିଆରେ ହେବ ବଡ ପରିବର୍ତ୍ତନ :-

ଯଦି ଆଗାମୀ ବର୍ଷରେ ଏପରି ହୁଏ, ତେବେ ଦୁନିଆରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଏହି ଦୁଇ ଦେଶ ମହାଶକ୍ତି ହେଲେ ଦୁନିଆର ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ସେମାନଙ୍କର ପ୍ରଭାବ ଦେଖାଯାଇପାରେ ।

କେବେ ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ :-

ନାସ୍ତ୍ରେଦମସ ଭବିଷ୍ୟବାଣୀ କରିଥିଲେ ଯେ ରୁଷ- ୟୁକ୍ରେନରେ ହେଉଥିବା ଯୁଦ୍ଧ ଶେଷ ହୋଇଯିବ । ତେବେ ଦୁନିଆର ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ମତଭେଦ ଭିତରେ ଭିତରେ ଜାଗ୍ରତ ରହିବେ । ଏହାର ପରିଣାମ ଏହା ହେବ ଯେ ଆସନ୍ତା ବର୍ଷ ଅର୍ଥାତ୍ 2023ରେ ୟୁରୋପରେ ଯୁଦ୍ଧର ଆରମ୍ଭ ହେବ, ଯାହାକି ତୃତୀୟ ବିଶ୍ୱଯୁଦ୍ଧ ହେବ ।

Leave A Reply

Your email address will not be published.