ଭାରତରେ ଚାଲିବ ପବନରେ ଉଡୁଥିବା ବସ : ଏରୀୟଲ ଟ୍ରାମ- ୱେ ଚଳାଇବା ଉପରେ କାମ କରୁଛନ୍ତି ନୀତିନ ଗଡକରି

0

Get real time updates directly on you device, subscribe now.

ଭାରତରେ ମେଟ୍ରୋ, ମୋନୋରେଲ ପରେ ବର୍ତ୍ତମାନ ପବନରେ ଉଡୁଥିବା ବସ ଅର୍ଥାତ୍ ଏରୀୟଲ ଟ୍ରାମ- ୱେ ଚାଲିବାକୁ ଯାଉଛି । ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରି ନିକଟରେ ଅଧିକାରୀମାନଙ୍କ ସହିତ ଏହି ବିଷୟରେ କଥାବାର୍ତ୍ତା କରିଛନ୍ତି । ସରକାର ଏହା ଉପରେ ଆଗକୁ ବଢ଼ୁଛନ୍ତି, ଏହି ସୂଚନା ନୀତିନ ଗଡକରି ନିଜେ ନିଜର ଗୋଟିଏ ଟୁଇଟରେ ଦେଇଛନ୍ତି ।

ଏରୀୟଲ ଟ୍ରାମ- ୱେ :-

ଏରୀୟଲ ଟ୍ରାମ- ୱେ ଗୋଟିଏ ଅତ୍ୟାଧୁନିକ ଟ୍ରାନ୍ସପୋର୍ଟ ଫ୍ୟାସିଲିଟି ଅଟେ । ରାସ୍ତାରେ ବଢୁଥିବା ଟ୍ରାଫିକର ଚାପ, ମେଟ୍ରୋ ଅଥବା ମୋନୋରେଲରେ ବଢୁଥିବା ଭିଡ କାରଣରୁ ବର୍ତ୍ତମାନ ଏହି ଟ୍ରାନ୍ସପୋର୍ଟ ଶିଷ୍ଟମକୁ ଭାରତରେ ମଧ୍ୟ ଆପଣାଇବା ପାଇଁ କଥାବାର୍ତ୍ତା ଚାଲିଛି । ପାହାଡି ଅଞ୍ଚଳରେ ଯାତାୟାତକୁ ସୁବିଧା କରିବାପାଇଁ ଏହାର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ହୋଇପାରେ ।

କିପରି କାମ କରିଥାଏ ଏରୀୟଲ ଟ୍ରାମ- ୱେ ?

ଯଦି ଆପଣ କେବେ ପାହାଡ଼ ଗୁଡିକରେ ଯାତ୍ରା କରିଥିବେ, ତେବେ ରାସ୍ତାରେ କୌଣସି ଗାଁ ଆଖପାଖ ନଦୀ କିମ୍ବା ଖାଇ ପାର କରିବାପାଇଁ ଲୋକଙ୍କୁ ରସି ସାହାଯ୍ୟରେ ନିଜକୁ କିମ୍ବା ଜିନିଷକୁ ଟାଣି ଟାଣି ଆଣୁଥିବାର ଦେଖିଥିବେ । ଏଥିରେ ଦୁଇ ପଟରେ ଗୋଟିଏ ରସିକୁ ସ୍ଥାୟୀ ଭାବରେ ବାନ୍ଧି ଦିଆଯାଏ ଏବଂ ଗୋଟିଏ ରସି ସାହାଯ୍ୟରେ ମଣିଷ ନିଜ ଓଜନ ସହିତ ସମାନ ଶକ୍ତି ବ୍ୟବହାର କରି ନିଜକୁ କିମ୍ବା ଜିନିଷକୁ ଟାଣିଥାଏ ।

ବର୍ତ୍ତମାନ ଯଦି ଆପଣ ଏହି ଟେକନିକକୁ ଇଲେକ୍ଟ୍ରିକ ମୋଟର ଟ୍ରାକସନ୍ କଣ୍ଟ୍ରୋଲ ୟୁନିଟ ସହିତ ଯୋଡ଼ିଦେବେ, ତେବେ ପ୍ରସ୍ତୁତ ହୋଇଯାଏ ଆଜିର ଜମାନାର ଏରୀୟଲ ଟ୍ରାମ- ୱେ ।

ଏରୀୟଲ ଟ୍ରାମ- ୱେର ଲାଭ :-

ପାହାଡ଼ କିମ୍ବା ଦୁର୍ଗମ ଅଞ୍ଚଳରେ ରାସ୍ତା ତିଆରି କରିବା ବହୁତ୍ କଷ୍ଟକର କିମ୍ବା ବହୁତ୍ ମହଙ୍ଗା ହୋଇଥାଏ, ତେଣୁ ସେହିପରି ସ୍ଥାନରେ ଏରୀୟଲ ଟ୍ରାମ- ୱେ ଯାତାୟାତକୁ ସୁଗମ କରିବାରେ ବଡ ସାହାଯ୍ୟକାରୀ ହୋଇଥାଏ । ଏଥିରେ ଥରକୁ 25 ରୁ 230ଜଣ ଯାତ୍ରୀ ଯାତ୍ରା କରିପାରିବେ । ଏହାସହିତ ଜିନିଷକୁ ମଧ୍ୟ ନେବା ଆଣିବା କରାଯାଇପାରେ ।

ଏହାର ଗତି ମଧ୍ୟ ଘଣ୍ଟା ପ୍ରତି 45 କିଲୋମିଟର୍ ପର୍ଯ୍ୟନ୍ତ ହୋଇପାରେ । ଏପରି ପରିସ୍ଥିତିରେ ଏହା ବଡ ସହରରେ ମଧ୍ୟ ଟ୍ରାନ୍ସପୋର୍ଟ ପାଇଁ ବ୍ୟବହାର ହୋଇପାରେ, କାରଣ ମେଟ୍ରୋ କିମ୍ବା ମୋନୋରାଲ ଇତ୍ୟାଦିର ତୁଳନାରେ ଏହାକୁ ତିଆରି କରିବାର ଖର୍ଚ୍ଚ ବହୁତ୍ କମ ଅଟେ । ଏହାସହିତ ଏହା ଜାଗା ମଧ୍ୟ କମ ନେଇଥାଏ ।

Leave A Reply

Your email address will not be published.