ଅଭିନେତ୍ରୀ ମଲାଇକା ଆରୋରାଙ୍କ ଆକ୍ସିଡେଣ୍ଟ : କେମିତି ଅଛି ବର୍ତମାନ ସ୍ୱାସ୍ଥ୍ୟ ଅବସ୍ଥା ?

0

Get real time updates directly on you device, subscribe now.

ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋଡାଙ୍କ କାର ଶନିବାର ସନ୍ଧ୍ୟାରେ ଆକ୍ସିଡେଣ୍ଟ ହୋଇଗଲା । ତାଙ୍କୁ ଚିକିତ୍ସା ପାଇଁ ପାଖ ହସ୍ପିଟାଲକୁ ନିଆଗଲା । ଯେଉଁଠାରେ ତାଙ୍କ ଅବସ୍ଥା ସ୍ଥିର ବୋଲି କୁହାଯାଉଛି ।

ଖୋପୋଲିରେ ହେଲା କାର ଆକ୍ସିଡେଣ୍ଟ :-

ସୂଚନା ଅନୁଯାୟୀ ମହାରାଷ୍ଟ୍ରର ଖୋପୋଲିରେ ଏକ୍ସପ୍ରେସ – ୱେରେ ଅଭିନେତ୍ରୀଙ୍କ କାରର ଆକ୍ସିଡେଣ୍ଟ ହୋଇଗଲା । ଏହି ଘଟଣାରେ ମଲାଇକା ଆହତ ହୋଇଗଲେ । ତାଙ୍କୁ ଚିକିତ୍ସା ପାଇଁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୁମ୍ବାଇ – ପୁନେ ଏକ୍ସପ୍ରେସୱେରେ ହେଲା ଆକ୍ସିଡେଣ୍ଟ :-

ଖୋପୋଲି ଥାନାର ପୋଲିସ କହିଛି ଯେ ଏହି ଆକ୍ସିଡେଣ୍ଟ ମୁମ୍ବାଇ – ପୁନେ ଏକ୍ସପ୍ରେସୱେରେ 38 କିଲୋମିଟର୍ ପଏଣ୍ଟରେ ହେଲା । ସେହି ସମୟରେ ମଲାଇକା ଅରୋଡ଼ା ପୁନେରେ ଗୋଟିଏ ଫ୍ୟାସନ ଇଭେଣ୍ଟରୁ ଭାଗ ନେଇ ଫେରୁଥିଲେ । ସେହି ସମୟରେ ମଲାଇକା ଅରୋଡାଙ୍କ ଡ଼୍ରାଇଭର ନିଜ କାରର କଣ୍ଟ୍ରୋଲ ହରାଇ ବସିଲା । ତାଙ୍କ କାର ରାଜ ଠାକରେର ବୈଠକ ପାଇଁ ପୁନେରୁ ଯାଉଥିବା ପଦାଧିକାରୀଙ୍କ ତିନି କିମ୍ବା ଚାରି ଗାଡ଼ି ସହିତ ଯାଇ ଧକ୍କା ହେଲା ।

ମହାରାଷ୍ଟ୍ର ନିର୍ମାଣ ସେନାର ଜଣେ ପଦାଧିକାରୀ କହିଛନ୍ତି ଯେ ଏହି ଘଟଣାରେ ଅଭିନେତ୍ରୀ ମଲାଇକା ଅରୋଡାଙ୍କ ମୁଣ୍ଡ ଏବଂ ଆଖିରେ ଆଘାତ ଲାଗିଛି । ମନସେ କୋଲହାପୁରର ସମ୍ପର୍କ ଅଧ୍ୟକ୍ଷ ଜୟରାଜ ଲାଣ୍ଡଗେ ତାଙ୍କୁ ନିଜ କାରରେ ନଭି ମୁମ୍ବାଇର ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଇଲେ ।

MNS ର କାଫିଲେରେ ଧକ୍କା ହେଲା :-

ପଦାଧିକାରୀ କହିଛନ୍ତି, ‘ ଯେତେବେଳେ ଆମେ ରାଜ ଠାକରେର ବୈଠକ ପାଇଁ ପୂନେରୁ ମୁମ୍ବାଇ ଯାଉଥିଲୁ, ସେତେବେଳେ ମଲାଇକା ଅରୋଡାଙ୍କ କାରର ଡ଼୍ରାଇଭର ପନବେଲ ପାଖରେ କଣ୍ଟ୍ରୋଲ ହରାଇଦେଲେ ଏବଂ MNS ର ଗାଡିଗୁଡିକୁ ଧକ୍କା ମାରିଦେଲେ । ଏହି ଘଟଣାରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଲା ଏବଂ ବହୁତ୍ ରକ୍ତ ବହିଗଲା । ତାଙ୍କୁ ନଭୀ ମୁମ୍ବାଇର ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଗଲା । ଚିକିତ୍ସାର ବ୍ୟବସ୍ଥା କରିବାପରେ ସେ ମୁମ୍ବାଇ ଚାଲିଗଲେ ।’

ଅମୃତା ଅରୋଡା ଘଟଣାକୁ ନିଶ୍ଚିତ କଲେ :-

ମଲାଇକା ଅରୋଡାଙ୍କ ଭଉଣୀ ଅମୃତା ଅରୋଡା ଘଟଣାକୁ ନିଶ୍ଚିତ କରିଛନ୍ତି । ରିପୋର୍ଟ ଅନୁଯାୟୀ, ସେ ମିଡିଆକୁ କହିଛନ୍ତି ଯେ ମଲାଇକା ଅରୋଡା ବର୍ତ୍ତମାନ ପୂର୍ବ ଅପେକ୍ଷା ଭଲ ଅଛନ୍ତି ଏବଂ ଟ୍ରିଟମେଣ୍ଟ ଚାଲିଛି ।

Leave A Reply

Your email address will not be published.