ହତିଆର ନେଇ ସ୍ବାମୀ ଜବରଦସ୍ତ ଶ୍ଵଶୁର ଘରେ ପଶିଲା ଏବଂ ସ୍ତ୍ରୀକୁ ଫିଲ୍ମ ଷ୍ଟାଇଲରେ କଲା କିଡନାପ, ଆଉ ଏବେ …ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଏମପିର ଉଜେଇନରୁ ବହୁତ୍ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ଦିନ ଏଠାରେ ସେହି ସମୟରେ କୋଳାହଳ ଶୁଭିଲା, ଯେତେବେଳେ ଜିବାଜୀଗଞ୍ଜ ଥାନା ଅଂଚଳରେ 8ରୁ 9ଜଣ ଯୁବକ ତୀକ୍ଷ୍ଣ ହତିଆର ଧରି ଫିଲ୍ମ ଷ୍ଟାଇଲରେ ଗୋଟିଏ ଘରେ ପଶିଲେ ଏବଂ ସେଠାରୁ ଯୁବତୀଙ୍କୁ ଉଠାଇ ନେଇଗଲେ । ଏହି ସମୟରେ ଘରାଲୋକ ଏବଂ ବଦମାସମାନଙ୍କ ମଧ୍ୟରେ ଖୁବ୍ ମାରପିଟ ମଧ୍ୟ ହେଲା । ଏଥିରେ ଜଣେ ମହିଳାଙ୍କୁ ଆଘାତ ମଧ୍ୟ ଲାଗିଛି ।

ସ୍ବାମୀ ସାଙ୍ଗମାନଙ୍କ ସହିତ କଲା ଆକ୍ରମଣ :-

ବାସ୍ତବରେ ହତିଆର ଧରି ଘରେ ପଶିଥିବା 8-9 ଜଣ ବଦମାସଙ୍କ ଲିଡର ଯୁବତୀଙ୍କ ସ୍ବାମୀ ଥିଲା, ଯିଏ ନିଜ ସ୍ୱାମୀକୁ ଶାଶୂ ଶ୍ଵଶୁର କବଳରୁ ମୁକ୍ତି ଦେବାପାଇଁ ତାଙ୍କ ଘରେ ପହଞ୍ଚିଥିଲେ । କିନ୍ତୁ ସ୍ୱାମୀର ଏହି ଫିଲ୍ମ ଷ୍ଟାଇଲ ବାଲା ଦୁଃସାହସ ବର୍ତ୍ତମାନ ତା ପାଇଁ ସମସ୍ୟା ଠିଆ କରିଦେଇଛି । ସ୍ବାମୀ ସାଙ୍ଗମାନଙ୍କ ସହିତ ହତିଆର ବଳରେ ସ୍ତ୍ରୀକୁ ନେଇଯିବାରେ ସଫଳ ତ ହେଲା, କିନ୍ତୁ ଘଟଣାର ଭିଡିଓ ପୋଲିସ ପର୍ଯ୍ୟନ୍ତ ପହଞ୍ଚିଗଲା ।

ପୋଲିସ ଏହି ମାମଲାକୁ ଗଭୀର ଭାବେ ନେଇ ଶାଶୁ ଏବଂ ଶ୍ଵସୁରଙ୍କ ଅଭିଯୋଗ ଉପରେ ଅଧ ଘଣ୍ଟାରେ ଦୁଇ ସ୍ବାମୀ ସ୍ତ୍ରୀଙ୍କୁ ଖୋଜି ବାହାର କଲା । ବର୍ତ୍ତମାନ ପୋଲିସ ପୁରା ମାମଲାକୁ ଯାଞ୍ଚ କରୁଛି ଏବଂ ଲଗାତାର ଅଲଗା ଅଲଗା ପକ୍ଷ ଠାରୁ ବୟାନ ନେଉଛି । ପୋଲିସ ହତିଆର ଧରି ଘରେ ପଶିଥିବା ବଦମାସମାନଙ୍କ ଉପରେ ଧାରା , 323, 294, 452, 454, 506 ରେ ମାମଲା ରୁଜ୍ଜୁ କରିଛି ।

କଣ୍ ରହିଛି ପୁରା ମାମଲା ?

ବାସ୍ତବରେ ଏହି ପୁରା ମାମଲା ଗୋଟିଏ ଲଭ୍ ମ୍ୟାରେଜର ଅଟେ । ଦେବାସ ଜିଲ୍ଲାର ବାସିନ୍ଦା ଆକାଶ ସଙ୍ଗତେ ଫେବୃଆରୀ 11 ତାରିଖରେ ଉଜେଇନ ବାସିନ୍ଦା ନିଜ ପ୍ରେମିକା ରିତିକାଙ୍କ ସହିତ ବିବାହ କରିଥିଲେ । ବିବାହ ପରେ ଯୁବତୀଙ୍କ ବାପାମାଆ ଆକାସଙ୍କ ବିରୋଧରେ ଝିଅର ଅପହରଣକୁ ନେଇ ଅଭିଯୋଗ କରିଥିଲେ ।

ତାଙ୍କ ଅଭିଯୋଗ ଉପରେ ପୋଲିସ ଦୁହିଁଙ୍କୁ ଇନ୍ଦୋରରେ ଧରିଲା ଏବଂ ଯୁବତୀଙ୍କୁ ତାଙ୍କ ଘରଲୋକଙ୍କୁ ଦେଇଦେଲା ଏବଂ ଆକାଶକୁ ଛାଡିଦେଲା । ଏହାପରଠାରୁ ଆକାଶ ଲଗାତାର ସ୍ତ୍ରୀକୁ ଫେରାଇ ଆଣିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଯୁବତୀଙ୍କ ପରିବାର ଲୋକେ ଏଥିପାଇଁ ପ୍ରସ୍ତୁତ ନଥିଲେ ।

କିନ୍ତୁ ଯେତେବେଳେ ଆକାଶକୁ ପୋଲିସର ସାହାଯ୍ୟ ମଧ୍ୟ ମିଳିଲା ନାହିଁ, ସେତେବେଳେ ଆକାଶ ଶେଷରେ ପ୍ରେସ କନଫରେନ୍ସ କରି ବିବାହର ସାର୍ଟିଫିକେଟ ଏବଂ ବିବାହର ଫଟୋ, ଭିଡିଓ ସହିତ ଅନେକ ଡକ୍ୟୁମେଣ୍ଟ ସାର୍ବଜନୀକ କଲେ । ସ୍ତ୍ରୀର ଅପହରଣର ଭିଡିଓ ଭାଇରାଲ ହେବାପରେ ପୋଲିସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କରିବାରେ ଲାଗିପଡିଛି ।

Leave A Reply

Your email address will not be published.