ସାମ୍ନାକୁ ଆସିଲା ବଡ ଅପଡେଟ : କ’ଣ ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ପୁଟିନଙ୍କୁ କରାଯିବ ଗିରଫ ?

0

Get real time updates directly on you device, subscribe now.

କ’ଣ ୟୁକ୍ରେନ ବିରୋଧରେ ସ୍ପେସାଲ ମିଲେଟ୍ରି ଅପରେସନ ଚଳାଉଥିବା ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗିରଫ କରାଯାଇପାରେ । ଏହି ପ୍ରଶ୍ନକୁ ଜିନେଭା ସ୍ଥିତ ଇଣ୍ଟରନେସନାଲ କ୍ରାଇମ୍ କୋର୍ଟରେ ପଚରା ଯାଉଛି ।

ପୁଟିନଙ୍କ ବିରୋଧରେ ୱାରେଣ୍ଟି ଜାରି କରିବାକୁ ଦାବି :-

କୋର୍ଟର ପୂର୍ବ ଚିଫ ପ୍ରୋଷିକ୍ୟୁଟର କାର୍ଲା ଡେଲ ପୋଣ୍ଟେ ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଅନ୍ତରାଷ୍ଟ୍ରୀୟ ଗିରଫ ୱାରେଣ୍ଟି ଜାରି କରିବାକୁ ଦାବି କରିଛନ୍ତି । କାର୍ଲା ଡେଲ ପୋଣ୍ଟେ ଶନିବାର ଦିନ ସ୍ଵିସ ଖବର ଲେ ଟେମ୍ପସରେ ପ୍ରକାଶିତ ଗୋଟିଏ ଇଣ୍ଟରଭିୟୁରେ କହିଛନ୍ତି ଯେ ପୁଟିନ ଜଣେ ଯୁଦ୍ଧ ଅପରାଧୀ ଅଟନ୍ତି ।

ୟୁକ୍ରେନରେ ହେଉଛି ଯୁଦ୍ଧ ଅପରାଧ :-

ପୋଣ୍ଟେ ନିଜର ନୂତନ ପୁସ୍ତକର ବିମୋଚନରେ କହିଛନ୍ତି, ‘ ୟୁକ୍ରେନରେ ସ୍ପଷ୍ଟ ଭାବରେ ଯୁଦ୍ଧ ଅପରାଧ ହେଉଛି । ୟୁକ୍ରେନ ବିରୋଧରେ ରୁଷର ଯୁଦ୍ଧରେ ସାମୁହିକ କବ୍ର ଦେଖି ମୁଁ ଆଶ୍ଚର୍ଯ୍ୟ । ଏହାକୁ ଦେଖି ମୋ ମୁଣ୍ଡରେ ୟୁଗୋସ୍ଲୋବିୟାରେ ଯୁଦ୍ଧର ଭିଷଣତମ ରୂପ ବାହାରିବାକୁ ଲାଗେ ।’

ପୋଣ୍ଟେ ଇଣ୍ଟରଭିୟୁରେ କହିଛନ୍ତି ଯେ, ‘ ମୁଁ ଆଶା କରୁଛି ଯେ ସାମୁହିକ କବ୍ର ପୁଣି ଆଉ କେବେ ଦେଖିବି ନାହିଁ । ଏହି ମୃତ ଲୋକଙ୍କ ପ୍ରିୟଜନ ଏହା ମଧ୍ୟ ଜାଣନ୍ତି ନାହିଁ ଯେ ସେମାନଙ୍କୁ କଣ୍ ହୋଇଯାଇଛି । ଏହା ଅସ୍ୱିକାର୍ଯ୍ୟ ଅଟେ ।’

ଚିଫ୍ ପ୍ରୋଷିକ୍ୟୁଟର କରିଥିଲେ ୟୁକ୍ରେନ ଯାତ୍ରା :-

ସେ କହିଛନ୍ତି ଯେ ୟୁକ୍ରେନରେ ଯାଞ୍ଚ ୟୁଗୋସ୍ଲୋବିୟାର ତୁଳନାରେ ସହଜ ହେବ, କାରଣ ଦେଶ ନିଜେ ଅନ୍ତର୍ଜାତୀୟ ଯାଞ୍ଚ ପାଇଁ ଅନୁରୋଧ କରିଛି । ଆଇସିସିର ବର୍ତ୍ତମାନର ଚିଫ ପ୍ରୋଷିକ୍ୟୁଟର କରିମ୍ ଖାନ ଗତ ମାସରେ ୟୁକ୍ରେନ ଯାତ୍ରା କରିଥିଲେ ।

ପୁଟିନଙ୍କୁ ନ୍ୟାୟର କାଠଗଡାକୁ ଆଣିବା ଜରୁରୀ :-

ସେ କହିଛନ୍ତି ଯେ ଯଦି ଆଇସିସିକୁ ଯୁଦ୍ଧ ଅପରାଧର ପ୍ରମାଣ ମିଳେ, ତେବେ ସେପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିବା ଉଚିତ୍ । ଯେପର୍ଯ୍ୟନ୍ତ ଏହାର ଆଦେଶ ଦେବା ଲୋକଙ୍କ ପର୍ଯ୍ୟନ୍ତ ନ ପହଞ୍ଚିଛି । ପୋଣ୍ଟେ କହିଛନ୍ତି ଯେ ଏହାଦ୍ବାରା ପୁଟିନଙ୍କୁ ମଧ୍ୟ ନ୍ୟାୟର କାଠଗଡାକୁ ଆଣିବା ସମ୍ଭବ ହେବ ।

Leave A Reply

Your email address will not be published.