ଆପଣଙ୍କ ଘର ଦୁଇ ଦିନ ପର୍ଯ୍ୟନ୍ତ ରହିପାରେ ଅନ୍ଧାର, ବିଦ୍ୟୁତ କର୍ମଚାରୀ କଲେ ହରତାଳ ଘୋଷଣା

0

Get real time updates directly on you device, subscribe now.

କେନ୍ଦ୍ର ସରକାରଙ୍କର ବ୍ୟକ୍ତିଗତ ନୀତି ବିରୁଦ୍ଧରେ ସାରା ଦେଶର ବିଦ୍ୟୁତ କର୍ମଚାରୀ ସ୍ୱର ଉତ୍ତୋଳନ କରି ହରତାଳ ପାଇଁ ଘୋଷଣା କରିଛନ୍ତି। ଅନେକ ସଂଖ୍ୟାରେ ବିଦ୍ୟୁତ କର୍ମଚାରୀ ୨୮ ଏବଂ ୨୯ ମାର୍ଚ୍ଚରେ ହରତାଳ କରିବେ। ନ୍ୟାସନାଲ କୋଅର୍ଡିନେସନ କମିଟି ଅଫ୍‌ ଇଲେକଟ୍ରିସିଟୀ ଆମ୍ପାଲାଇଜ୍‌ ଆଣ୍ଡ ଇଞ୍ଜିନିୟର୍ସ ବୁଧବାର ଦିନ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ନେଇଛନ୍ତି।

ସାରା ଦେଶର ଶ୍ରମ ସଂଗଠନର ଆହ୍ଵାନ ପରେ ସମସ୍ତ ରାଜ୍ୟର ବିଜୁଳି କର୍ମଚାରୀ ମଧ୍ୟ ଏହି ୨ ଦିନ ଦେଶବ୍ୟାପୀ ହରତାଳରେ ଭାଗ ନେବେ। ଅଲ୍‌ ଇଣ୍ଡିଆ ପାଓ୍ଵାର ଇଞ୍ଜିନିୟର୍ସ ଫେଡେରେସନର ସଭାପତି ଶୈଳେନ୍ଦ୍ର ଦୁବେ କହିଛନ୍ତିକି ସମସ୍ତ ରାଜ୍ୟର ବିଦ୍ୟୁତ୍‌ କର୍ମଚାରୀ ମଧ୍ୟ କେନ୍ଦ୍ର ସରକାରଙ୍କର ବ୍ୟକ୍ତିଗତ ନୀତି ବିରୁଦ୍ଧରେ ହରତାଳରେ ସାମିଲ ହେବେ। ସେ ଏହା ମଧ୍ୟ କହିଛନ୍ତିକି ବିଦ୍ୟୁତ କର୍ମଚାରୀ ଏବଂ ଇଞ୍ଜିନିୟର୍ସଙ୍କ ମୁଖ୍ୟ ଦାବି କରିଛନ୍ତିକି ବିଜୁଳି ସଂଶୋଧନ ବିଧେୟକ ୨୦୨୧କୁ ଫେରେଇ ନିଆଯାଉ, ଓ ସମସ୍ତ ପ୍ରକାର ବ୍ୟକ୍ତିଗତ ପ୍ରକ୍ରୀୟାକୁ ବନ୍ଦ କରିଦିଆଯାଉ।

ଏହାସହ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକରେ ଖାସ ଭାବରେ ମୁନାଫା ହେଉଥିବା ଚଣ୍ଡିଗଡ, ଦାଦରାନଗର ହାବେଳୀ, ଦାମନ ଦିଉ ତଥା ପୁଡୁଚେରରୀରେ ବ୍ୟକ୍ତିଗତ ନିଷ୍ପତ୍ତିକୁ ରଦ୍ଦ କରାଯାଉ ଏବଂ ବିଜୁଳି ବୋର୍ଡର ବିଘଟନ ହେବା ପରେ ନିଯୁକ୍ତ କରାଯାଇଥିବା ସମସ୍ତ ବିଜୁଳି କର୍ମଚାରୀମାନଙ୍କୁ ପୁରୁଣା ପେନସନ ଯୋଜନା ଅନ୍ତର୍ଗତରେ ନିଆଯାଉ। ଏହାସହ ଆହୁରି ଅନେକ ପ୍ରକାରର ଦାବିକୁ ନେଇ ବିଦ୍ୟୁତ କର୍ମଚାରୀମାନେ ଦେଶବ୍ୟାପୀ ହରତାଳ ଘୋଷଣା କରିଛନ୍ତି।

Leave A Reply

Your email address will not be published.