ବାସନ ଧୋଇବା ବାଲା ‘ସ୍ପଞ୍ଜ’ କୁ କାହିଁକି ଖାଆନ୍ତି ଏଠାକାର ଲୋକମାନେ ! ଜାଣନ୍ତୁ କଣ ରହିଛି ଏହାର ସତ୍ୟାସତ୍ୟ !

0

Get real time updates directly on you device, subscribe now.

ସେହି ଆଡକୁ ଆକର୍ଷିତ ହୋଇଯାଆନ୍ତି | ବଜାରରେ କ୍ରିଏଟିଭୀଟି ବହୁତ ବେଶୀ ଗୁରୁତ୍ୱ ରଖେ | ଯଦି କୌଣସି ବ୍ୟକ୍ତି ବେକେରୀ ଦୁନିଆରେ ଏଣ୍ଟ୍ରି ନିଏ ତେବେ ତାଙ୍କ ପାଖରେ କ୍ରିଏଟିବ ମୁଣ୍ଡ ରହିବା ନିହାତି ଆବଶ୍ୟକ ଅଟେ | ଗତ କିଛି ବର୍ଷ ମଧ୍ୟରେ ଆମେ ରିୟାଲାଷ୍ଟିକ୍ କେକ୍ କୁ ଅଧିକ ଗୁରୁତ୍ୱ ଦେବାରେ ଲାଗିଛେ | ଯାହାର ବି ଜନ୍ମଦିନ ହୋଇଥାଏ, ତାହା ସହିତ ଜଡିତ କିଛିନା କିଛି କ୍ରିଏଟିଭ ଜିନଷକୁ ଯୋଡି କରି କେକ୍ ତିଆରି କରାଯାଏ | ତେବେ ଚାଲନ୍ତୁ କିଛି ଏହିପରି ହିଁ ଏକ ଉଦାହରଣ ତାଇବାନ୍ ର ଏକ ରେଷ୍ଟୁରାଣ୍ଟରୁ ନେଇଯିବା |

କାହିଁକି ଏଠାର ଲୋକମାନେ ଖାଆନ୍ତି ସ୍ପଞ୍ଜ:-

ତାଇବାନରେ ସ୍ପଞ୍ଜ କେକ୍ ବହୁତ ଲୋକପ୍ରିୟ ହେଉଛି | ହଁ ଆଜ୍ଞା, ଏହା ଏଥିପାଇଁ ଯେ ସ୍ପଞ୍ଜ କେକ୍ ଠିକ୍ ସେମିତି ଦେଖା ଯାଏ, ଯେମିତି ଘରେ ବାସନ ମାଜିବା ଵାଲା ସ୍ପଞ୍ଜ | ପ୍ରଥମ ଦେଖାରେ ଆପଣଙ୍କୁ ଏମିତି ଅନୁଭବ ହେବ ଯେ ଆପଣ କୌଣସି ଏକ ବାସନ ଧୋଇବା ଵାଲା ସ୍ପଞ୍ଜ ଖାଉଛନ୍ତି | ଯେତେବେଳେ ଆପଣ ରେଷ୍ଟୁରାଣ୍ଟରେ ସ୍ପଞ୍ଜ କେକ୍ ଅର୍ଡର କରିବେ ସେତେବେଳେ ବାସନ ମାଜିବା ଵାଲା ସ୍ପଞ୍ଜ ବୋଲି ହିଁ ଭାବିବେ | ଏହି କେକ୍ ସାଧାରଣ ପେଷ୍ଟ୍ରି କିମ୍ବା କେକ୍ ଅପେକ୍ଷା ମହଙ୍ଗା ଅଟେ | ଯଦିଓ, ଯେତେବେଳେ ଆପଣ ଏହାର ରିୟାଲିସ୍ଟିକ୍ ଲୁକ୍ କୁ ଦେଖିବେ ଏବଂ ଟେଷ୍ଟ କରିବେ ସେତେବେଳେ ଆପଣ ହୃଦୟ ଖୋଲିକି ପଇସା ଦେବାକୁ ପସନ୍ଦ କରିବେ | କହିରଖୁଛୁ ଯେ ରେଷ୍ଟୁରାଣ୍ଟରେ ଏହି କେକ୍ ପାଇଁ ବହୁତ ଚାହିଦା ଅଛି |

ସୋସିଆଲ ମେଡ଼ିଆରେ ଭାଇରାଲ୍ ହେଲା କେକ୍ ର ଫୋଟୋ :-

ଏହି ସ୍ପଞ୍ଜ କେକ୍ ର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ | କେକ୍ କୁ ତିନିଟି ଲେୟାରରେ ପ୍ରସ୍ତୁତ କରାଯାଇଛି | ଗ୍ରୀନ ଲେୟାରକୁ ପ୍ରସ୍ତୁତ କରିବା ପାଇଁ ମିଠା ଆଳୁ ପତ୍ର ବ୍ୟବହାର କରାଯାଇଛି, ଯାହାଦ୍ୱାରା ଏହା ହେଲଦି ଏବଂ ଅତିଫିସିଆଲ ରଙ୍ଗର ଲାଗିବ | ସେହିଠାରେ ବାକିରେ ଅଣ୍ଡା ଏବଂ କ୍ଷୀର ବ୍ୟବହାର କରାଯାଇଛି | ଏହି ଫୋଟୋ ଫେସବୁକରେ ପୋଷ୍ଟ କରାଯାଇଛି | କେକ୍ ତିଆରି ହେବା ପରେ ମାତ୍ରେ ବିକ୍ରି ହୋଇଯାଏ | କେବଳ ଗୋଟିଏ କେକ୍ ର ମୂଲ୍ୟ ପ୍ରାୟ 300 ଟଙ୍କା, ଯେତେବେଳେ କି 6ଟି କେକ୍ ର ପ୍ୟାକ୍ କିଣିବାକୁ ହେଲେ ଏକ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ |

Leave A Reply

Your email address will not be published.