ୟାକୁ ହିଁ କହନ୍ତି ,”ଭଗବାନଙ୍କ କରିସ୍ମା ! ଗୁଡି ଉଠାଇବାକୁ ଆସିଥିବା ଛୁଆ ଉପରେ ଛାତ ଉପରୁ ଖସି ପଡିଲା ଆଉ ଗୋଟିଏ ଛୁଆ,ଆଉ ତା ପରେ …ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଯେତେବେଳେ ଆମ ସହ କିଛି ଖରାପ ହୋଇଥାଏ ତେଵେ ଆମେ ଭାଗ୍ୟ ଭରସାରେ ରହିଥାଉ, କିନ୍ତୁ ବେଳେବେଳେ ଏହି ଭରସାରେ ଵହୁ ଲୋକଙ୍କ ଜୀବନ ବଞ୍ଚିଯାଏ|ହଁ ଆଜ୍ଞା ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ନିଶ୍ଚୟ କହିବେ ,”ଏହା ଭଗବାନଙ୍କ କରିସ୍ମା “|ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସିସିଟିଭି ଫୁଟେଜରେ ଦେଖାଯାଏ ଯେ ଗୋଟିଏ ଛୁଆ ଛାତରୁ ପଡିବା ଉପରେ ହୋଇଥାଏ ସେତେବେଳେ ମାଟିରେ ଆଉ ଗୋଟିଏ ଛୁଆ ସେଠାକୁ ଆସିଯାଇଥାଏ|ଆଶ୍ଚର୍ଯ୍ୟର କଥା ଏହା ଯେ ତଳେ ଠିଆ ହୋଇଥିବା ଛୁଆ ବଞ୍ଚାଇବାକୁ ନାହିଁ ଛାତରୁ ଖସୁଥିବା ଗୁଡିକୁ ଲୁଟିବା ପାଇଁ ଆସିଥାଏ|ଭାଗ୍ୟ ବଶତଃ ଛାତରୁ ପଡୁଥିବା ଅନ୍ୟ ଛୁଆର ଜୀବନ ବଞ୍ଚିଯାଇଥାଏ|

ଚାଲନ୍ତୁ ସମ୍ପୁର୍ଣ୍ଣ ଭାବେ ଜାଣିବା ପ୍ରକୃତରେ କ’ଣ ଘଟଣା|ଗୋଟିଏ ଛୁଆ ଗଳି ଦେଇ ଯାଉଥାଏ ଓ ସେତେବେଳେ ଦେଖେ ଛାତରୁ ଗୁଡି ତଳେ ପଡିବାକୁ ଯାଉଛି|ସେ ଛୁଆ ଅଟକିଯାଏ ଓ ଗୁଡି ଆଡକୁ ବଢେ|ଯେତେବେଳେ ଗୁଡି ମାଟିରେ ପଡେ ଛାତରୁ ଆଉ ଗୋଟିଏ ଛୁଆ ମଧ୍ୟ ଖସିପଡେ|

ସୈଭାଗ୍ୟ ବଶତଃ ରହିଥିବା ଛୁଆ ଉପରେ ହିଁ ଆର ଛୁଆ ଖସିପଡେ|ଯଦିଓ ତଳେ ଥିବା ଛୁଆ କେବଳ ଗୁଡି ଉଠାଇବାକୁ ଚେଷ୍ଟା କରିଥାଏ|
ଏହି ଭିଡିଓ କେବଳ ୧୮ ସେକେଣ୍ଡର ଅଟେ ,ଏହାକୁ ୪୦ ହଜାରରୁ ଉର୍ଦ୍ଧ୍ବ ଥର ଦେଖାଯାଇଛି|

ଏହି ଭିଡାଓକୁ ଟୁଇଟରରେ  @Rajneeshht ନାମକ ଏକାଉଣ୍ଟ୍ ଦ୍ଵାରା ସେୟାର କରାଯାଇଛି|ଏହି ଭିଡିଓକୁ ସେୟାର କରି ସେ କ୍ୟାପ୍ସନରେ ଲେଖିଛନ୍ତି,”ଅତ୍ୟନ୍ତ ଅଦ୍ଭୁତ ଦୃଶ୍ୟ ! ଈଶ୍ୱର ଛାତରୁ ପଡୁଥିବା ଛୁଆକୁ ବଞ୍ଚାଇବା ପାଇଁ ତା ସଠିକ ତଳକୁ‌ ଆଉ ଗୋଟିଏ ଛୁଆ ପଠେଇ ଦେଲେ ! କମାଲ ଅଟେ,ଈଶ୍ୱରଙ୍କ ଇଛା ବିରୁଦ୍ଧରେ କିଛି ବି ସମ୍ଭବ ନୁହେଁ|ଏହାକୁ ଦେଖି ୟୁଜର୍ସ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|

Leave A Reply

Your email address will not be published.