ଆମେରିକାର ବଡ ପ୍ରଶ୍ନ : ଚାଇନା ଆକ୍ରମଣ କଲେ କ’ଣ ଭାରତକୁ ରୁଷ ସାହାଯ୍ୟ କରିବ ?

0

Get real time updates directly on you device, subscribe now.

ଗୁରୁବାର ଦିନ ରାତିରେ ରୁଷର ବିଦେଶ ମନ୍ତ୍ରୀ ସର୍ଗେଇ ଇଭାନୋଭ ଭାରତ ଗସ୍ତରେ ଆସିବାକୁ ଥିବା ପୂର୍ବରୁ ଆମେରିକା ନିଜର ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ଦଲିପ୍ ସିଂଙ୍କୁ ଭାରତ ପଠାଇଛି। ରୁଷ ଉପରେ ନିର୍ଭର ରହିବା ଭାରତର ସୁରକ୍ଷା ପାଇଁ ବହୁତ ବିପଜ୍ଜନକ ହୋଇପାରେ ବୋଲି ସେ କହିଛନ୍ତି।

ସେ କହିଛନ୍ତିକି ୟୁକ୍ରେନର ଯୁଦ୍ଧ ପରେ ରୁଷର ଅର୍ଥନୀତି ଧୀମା ହୋଇଯିବ। ଫଳରେ ଏହି ଦେଶ ଚୀନ ଉପରେ ମଧ୍ୟ ଅଧିକ ନିର୍ଭରଶୀଳ ହୋଇଯିବ। ଏହା ଭାରତର ସୁରକ୍ଷା ପାଇଁ ବହୁତ ବିପଜ୍ଜନକ ହୋଇପାରେ। ଯଦି ଚୀନ ଭବିଷ୍ୟତରେ ଭାରତ ଉପରେ କୌଣସି ପ୍ରକାର ଆକ୍ରମଣ କରେ ରୁଷ କଣ ଭାରତ ପଛରେ ଛିଡ଼ା ହେବ? ଏହାକୁ ନେଇ ବର୍ତ୍ତମାନ ଏକ ପ୍ରଶ୍ନ ଉଠୁଛି।

ରୁଷ ଉପରେ ଭାରତର ନିର୍ଭରଶୀଳତା ହ୍ରାସ କରିବା ପାଇଁ ଆମେରିକା ସହାୟତା କରିବ ବୋଲି ସେ କହିଛନ୍ତି। ୟୁକ୍ରେନ ଉପରେ ରୁଷର ଆକ୍ରମଣ କରିବା ପରେ ସମଗ୍ର ବିଶ୍ବ ବର୍ତ୍ତମାନ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଗୋଟିଏ ପଟେ ଆମେରିକା ଓ ପାଶ୍ଚାତ୍ୟ ଦେଶ ଥିବା ସମୟରେ ଅନ୍ୟପଟେ ରୁଷ, ଚୀନ, ଇରାନ ଆଦି ଦେଶ ରହିଛନ୍ତି। ତେବେ ଉଭୟ ରୁଷ ଓ ଆମେରିକା ସହିତ ସମ୍ପର୍କ ଦୃଷ୍ଟିରୁ ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ନିରପେକ୍ଷ ରହିଆସିଛି। ତେବେ ଭାରତକୁ ନିଜ ପଟକୁ ଆଣିବା ପାଇଁ ଆମେରିକା ସମସ୍ତ ପ୍ରକାରର କଳବଳ କୌଶଳ ଗ୍ରହଣ କରିବାରେ ଲାଗିଛି। ଭାରତ ଯେପରି ରୁଷ ଶିବିରକୁ ନ ଯାଏ, ସେଥିପାଇଁ ଆମେରିକା ଓ ଏହାର ମିତ୍ର ଦେଶମାନେ ଭାରତ ଉପରେ ବର୍ତ୍ତମାନ ଚାପ ପକାଇବାରେ ଲାଗିଛନ୍ତି।

Leave A Reply

Your email address will not be published.