LSG Vs CSK: ଚେନ୍ନାଇକୁ 6 ଉଇକେଟରେ ହରାଇଲା ସୁପର ଜାଏଣ୍ଟ, ଏରଭିନ ଲୁଇସଙ୍କ ଶାନଦାର ପାଳି ଦଳକୁ ଦେଲା ବିଜୟ

0

Get real time updates directly on you device, subscribe now.

ଲକ୍ନୌ ସୁପର ଜାଏଣ୍ଟ ଚେନ୍ନାଇ ସୁପର କିଙ୍ଗସକୁ ଗତକାଲିର ମ୍ୟାଚରେ 6 ଉଇକେଟରେ ହରାଇ ଦେଇଛି। ଦଳକୁ ବିଜୟ ଦେବାରେ କ୍ୱିଣ୍ଟନ ଡ଼ି କକ ଓ ଏରଭିନ ଲୁଇସ ଅର୍ଧଶତକୀୟ ପାଳି ଖେଳିଥିଲେ। ଲୁଇସ ଶେଷକୁ 55 ରନର ତାବଡ଼ ତୋଡ଼ ପାଳି ଖେଳି ଦଳକୁ ବିଜୟୀ କରାଇ ଥିଲେ।

ଲକ୍ନୌ ସୁପର ଜାଏଣ୍ଟ ଏକ ଭଲ ପାଳିର ଆରମ୍ଭ କରିଥିଲା। ଦଳ ପକ୍ଷରୁ ଅଧିନାୟକ କେଏଲ ରାହୁଲ ଓ କ୍ୱିଣ୍ଟନ ଡ଼ି କକ ଭଲ ଆରମ୍ଭ କରିଥିଲେ। ରାହୁଲ 26 ବଲରୁ 3 ଚୌକା 2ଟି ଛକା ସହାୟତାରେ 40 ରନ କରିଥିଲେ। ଡ଼ି କକ 45 ବଲର ସାମ୍ନା କରି 61 ରନ ବନାଇଥିଲେ। ସେ ନିଜ ପାଳିରେ 9ଟି ଚୌକା ମାରିଥିଲେ। ମନୀଷ ପାଣ୍ଡେ 5 ରନ କରି ଆଉଟ ହୋଇଥିବା ବେଳେ ଦୀପକ ହୁଡ଼ା 13 ରନ କରି ଆଉଟ ହୋଇଥିଲେ।

ଶେଷରେ ଏରଭିନ ଲୁଇସ 55 ରନ ବନାଇ ନଟ ଆଉଟ ରହିଥିଲେ, ସେ ନିଜ ପାଳିରେ 3ଛକା ଓ 6 ଚୌକା ମାରିଥିଲେ। ଆୟୁଷ ବଦୋନୀ ମଧ୍ୟ ଦମଦାର ପାଳି ଖେଳିଥିଲେ, ସେ 9ଟି ବଲରେ 2 ଟି ଛକା ସହାୟତାରେ 19 ରନ କରିଥିଲେ।

ଚେନ୍ନାଇ ସୁପର କିଙ୍ଗସ ପାଇଁ ତୁଷାର ଦେଶପାଣ୍ଡେ ଗୋଟିଏ ଉଇକେଟ ନେଇ 40 ରନ ବ୍ୟୟ କରିଥିଲେ। ପ୍ରିଟୋରିୟସ 4 ଓଭରରେ 31 ରନ ଦେଇ 2ଟି ଉଇକେଟ ନେଇଥିଲେ। ବ୍ରାଭୋ 4 ଓଭରରେ 35 ରନ ଦେଇ ଗୋଟିଏ ଉଇକେଟ ହାସଲ କରିଥିଲେ।

ଏହାପୂର୍ବରୁ ସିଏସକେ 20 ଓଭରରେ 7 ଉଇକେଟ ବିନିମୟରେ 210 ରନ ବନାଇଥିଲା। ଚେନ୍ନାଇ ପାଇଁ ରବିନ ଉଥପା ଅର୍ଧଶତକୀୟ ପାଳି ଖେଳିଥିଲେ। ସେ 27 ଟି ବଲର ସାମ୍ନା କରି 50 ରନ ବନାଇଥିଲେ। ସେ ନିଜ ପାଳିରେ 8ଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ଶିବମ ଦୁବେ 30 ବଲର ସାମ୍ନା କରି 49 ରନ ବନାଇଥିଲେ। ସେ ନିଜ ପାଳିରେ 5ଟି ଚୌକା ଓ 2ଟି ଛକା ମାରିଥିଲେ। ମୋଇନ ଅଲ୍ଲୀ ମଧ୍ୟ 35 ରନ ବନାଇଥିଲେ। ଆମ୍ବାତି ରାୟୁଡୁ 27 ଓ ଜାଡେଜା 17 ରନ ବନାଇ ଆଉଟ ହୋଇଥିଲେ। ଧୋନୀ 16 ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ।

Leave A Reply

Your email address will not be published.