୨ ତାରିଖରୁ ଠାରୁ ଆଉ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ ନୁହେଁ

0

Get real time updates directly on you device, subscribe now.

ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ହୋଇଗଲାଣି କରୋନା ମହାମାରୀ ବର୍ତ୍ତମାନ ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସମସ୍ତ ପ୍ରକାରର କରୋନାର କଟକଣାକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨ ତାରିଖ ଠାରୁ ମହାରାଷ୍ଟ୍ରର କୌଣସି ସ୍ଥାନରେ ଆଉ କୌଣସି ପ୍ରକାରର କରୋନାର କଟକଣା ଲାଗୁ ହେବନାହିଁ।

ଏପ୍ରିଲ ୨ ତାରିଖରୁ ରାଜ୍ୟ ସରକାର ମହାମାରୀ କରୋନା ପାଇଁ ଲାଗୁ କରିଥିବା ସମସ୍ତ ସଂକ୍ରାମକ ଆଇନ ଓ ବିପର୍ଯ୍ୟୟ ପ୍ରଶମନ ଆଇନ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସ୍ତାବ ଉପରେ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ବିସିଥିବା ଏହି କ୍ୟାବିନେଟରେ ଅନୁମୋଦନ ଲାଭ କରିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ଏହି ବିଷୟରେ ସୂଚନା ଦେଇଛନ୍ତି।

କଟକଣା ହଟାଇବା ସହିତ ମହାରାଷ୍ଟ୍ର ସରକାର ମାସ୍କ ପିନ୍ଧିବା ନିୟମରେ ମଧ୍ୟ ପରିବର୍ତ୍ତନ କରିବେ। ଆସନ୍ତା ଶନିବାର ଠାରୁ ଆଉ ରାଜ୍ୟରେ ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ ହେବନାହିଁ। ସେହିପରି ଲୋକାଲ ଟ୍ରେନରେ ଯାତ୍ରା କରିବା ପାଇଁ ଡବଲ ଡୋଜ ଟିକା ଜରୁରୀ ନିୟମକୁ ମଧ୍ୟ ସରକାର ଶନିବାର ଠାରୁ ପ୍ରତ୍ୟାହାର କରିନେବ। ମନ୍ତ୍ରୀ ଟୋପେ କହିଛନ୍ତିକି, ମହାମାରୀ ଆଇନକୁ ପ୍ରତ୍ୟାହାର କରାଯାଇଛି। କିନ୍ତୁ ଏହାର ଅର୍ଥ ନୁହେଁକି ଲୋକମାନେ ଅବହେଳା କରିବେ ଓ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରିବେନାହିଁ। ସମସ୍ତଙ୍କୁ ସବୁବେଳେ ସତର୍କ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏହାପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ଦେଶରେ ଲାଗୁ ହୋଇଥିବା ସମସ୍ତ ମହାମାରୀ ଆଇନକୁ ପ୍ରତ୍ୟାହାର କରିଥିଲେ।

ଆଜି ମଧ୍ୟ ଓଡ଼ିଶା ସରକାର ସମସ୍ତ ପ୍ରକାରର କୋଭିଡ କଟକଣାକୁ ହଟାଇ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ କୋଭିଡ ପରିଚାଳନା କରାଯାଉଥିବା ସମୟରେ ଏହି ମହାମାରୀ ସଂକ୍ରାନ୍ତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି। ଦେଶରେ କୋଭିଡ ସଂକ୍ରମଣ ମାମଲା ଚିହ୍ନଟ ହେବା ପରେ ଓଡ଼ିଶା ସରକାର ୨୦୨୦ ମାର୍ଚ୍ଚ ୧୩ ତାରିଖରେ ଏହାକୁ ମହାମାରୀ ଘୋଷଣା କରିବା ସହିତ ବିପର୍ଯ୍ୟୟ ଆଇନ-୨୦୦୫ ଅନ୍ତର୍ଗତ ଏହାକୁ ପରିଚାଳନା କରିଥିଲେ। ଆଜି ସେସବୁ ଉପରୁ କଟକଣା ଉଠାଇ ଦିଆଯାଇଛି।

Leave A Reply

Your email address will not be published.