କାହିଁକି ଜଳି ଯାଉଛି ଇଲେକ୍ଟ୍ରିକ ସ୍କୁଟର ? ଏହାର ସ୍ମାର୍ଟଫୋନରେ ନିଆଁ ଲାଗିବା ସହିତ କଣ୍ ସମ୍ପର୍କ ରହିଛି ?

0

Get real time updates directly on you device, subscribe now.

ଗୋଟେପଟେ EV ଅର୍ଥାତ୍ ଇଲେକ୍ଟ୍ରିକ ହ୍ୱିକିଲକୁ ଉତ୍ସାହିତ କରାଯାଉଛି ତ ଆଉ ଗୋଟେପଟେ ଇଲେକ୍ଟ୍ରିକ ହ୍ୱିକିଲରେ ନିଆଁ ଲାଗିବାର ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତ କିଛି ସମୟ ଧରି ଭାରତରେ ଲଗାତାର EV ସ୍କୁଟର ଜଳିବାର ଖବର ଆସୁଛି । ଚିନ୍ତାର ବିଷୟ ଏହା ଯେ ଦୁଇଜଣ ଲୋକଙ୍କର ଏହାଦ୍ବାରା ମୃତ୍ୟୁ ମଧ୍ୟ ହୋଇଯାଇଛି ।

EV ସ୍କୁଟରରେ ନିଆଁ ଲାଗିବାର କାରଣ କଣ୍ ହୋଇପାରେ ଏବଂ ଏହାର ସ୍ମାର୍ଟଫୋନରେ ନିଆଁ ଲାଗିବା ସହିତ କଣ୍ ସମ୍ପର୍କ ରହିଛି ?

ସ୍ମାର୍ଟଫୋନ ଫାଟିବାର ଘଟଣା ବହୁତ୍ ସମୟରୁ ଦେଖିବାକୁ ମିଳୁଛି । ତେବେ କଣ୍ ସ୍ମାର୍ଟଫୋନ ଫାଟିବା ଏବଂ EV ସ୍କୁଟର ଜଳିବାରେ କୌଣସି କନେକ୍ସନ୍ ରହିଛି ?

କନେକ୍ସନ ଏହା ଯେ EV ଏଵଂ ସ୍ମାର୍ଟ୍ ଫୋନ୍ ଉଭୟରେ ହିଁ Lithium-ion ବ୍ୟାଟେରୀ ବ୍ୟବହାର କରାଯାଏ । ସାଧାରଣତଃ Lithium-ion ବ୍ୟାଟେରୀ ଦୁଇଟି କାରଣରୁ ଫାଟିଥାଏ କିମ୍ବା ଜଳିଥାଏ । ଲିଥିୟମ ଆୟନ ବ୍ୟାଟେରୀର କାମ କରିବାର ଯେଉଁ ଶୈଳୀ ରହିଛି, ତା ଦ୍ଵାରା ଫାଟିବା କିମ୍ବା ଜଳିବାର ବିପଦ ରହିଥାଏ ।

ପ୍ରଥମ କାରଣ ଏହା ଯେ ବ୍ୟାଟେରୀ ତିଆରି କରିବାରେ ହିଁ ସମସ୍ୟା ରହିଛି, ଯାହାକୁ ମ୍ୟାନ୍ୟୁଫ୍ୟାକଚରିଂ ଡିଫେକ୍ଟ କୁହାଯାଇପାରେ କିମ୍ବା ବ୍ୟାଟେରୀ ଜଳିବା ପଛରେ କୌଣସି ଏକ୍ସଟରନାଲ କାରଣ ରହିଛି, ଅର୍ଥାତ୍ କୌଣସି ପ୍ରକାରର ବ୍ୟାଟେରୀକୁ ମିସହ୍ୟାଣ୍ଡେଲ କରାଯାଇଥିବ ।

ଇଲେକ୍ଟ୍ରିକ ହ୍ୱିକିଲରେ ଯେଉଁ ଲିଥିୟମ୍ ଆୟନ ବ୍ୟାଟେରୀ ୟୂଜ୍ କରାଯାଏ, ସେଥିରେ ଅର୍ଗନିକ ଲିକ୍ୱିଡ ଇଲେକ୍ଟ୍ରୋଲାଇଟସ ବ୍ୟବହାର କରାଯାଏ । ଏହାର ଦୁର୍ବଳତା ଏହା ଯେ ହାଇ ଟେମ୍ପ୍ରେଚରରେ ଏଥିରେ ଜଳିବାର ବିପଦ ରହେ ।

କେବଳ ଭାରତ ନୁହେଁ, ବରଂ ଅନ୍ୟ ଦେଶଗୁଡ଼ିକରେ ମଧ୍ୟ EV ରେ ନୂଆଁ ଲାଗିବାର ଘଟଣା ଘଟିଛି । ଅନେକ ବଡ ବ୍ୟାଟେରୀ ମ୍ୟାନ୍ୟୁଫ୍ୟାକଚରିଂ କମ୍ପାନୀ ଉପରେ ମଧ୍ୟ ଏହି ଅଭିଯୋଗ କରାଯାଇଛି ଯେ ସେମାନେ ଖରାପ ବ୍ୟାଟେରୀ ସପ୍ଲାଇ କରିଛନ୍ତି, ଯେଉଁ କାରଣରୁ EV ରେ ନିଆଁ ଲାଗିପାରେ ।

ତେବେ ଅନେକ ଏକ୍ସପର୍ଟସ ବର୍ତ୍ତମାନ ମଧ୍ୟ ଏହା ବିଶ୍ୱାସ କରନ୍ତି ଯେ EV ରେ ନିଆଁ ଲାଗିବାର ଗୋଟିଏ ଖାସ କାରଣ କହିବା ବହୁତ୍ କଷ୍ଟକର ଅଟେ । ଏହା ଜାଣିହେବ ଯେ EV ରେ ବ୍ୟାଟେରୀ ଜଳିବାରୁ ନିଆଁ ଲାଗିଛି, କିନ୍ତୁ ସଠିକ୍ କାରଣ କହିବା ବର୍ତ୍ତମାନ ମଧ୍ୟ ଟିକେ କଷ୍ଟକର ଅଟେ ।

Leave A Reply

Your email address will not be published.