ଘରେ ପଶିଥିବା 3ଜଣ ଚୋରଙ୍କ ସହିତ ଏକୁଟିଆ ଲଢେଇ କଲେ 20 ବର୍ଷର ଛାତ୍ରୀ, ସାହାସ ଦେଖି ପଳାଇଗଲେ ଚୋରମାନେ

0

Get real time updates directly on you device, subscribe now.

ଝିଅମାନଙ୍କୁ ଶିକ୍ଷା ଦିଆଯାଉଥିବା ଆତ୍ମରକ୍ଷାର ଟେକନିକ କେତେ କାମରେ ଆସିପାରେ, ଏହାର ବଡ ଉଦାହରଣ ଗୁଜୁରାଟର ସୁରଟରୁ ସାମ୍ନାକୁ ଆସିଛି । ସୁରଟର ପଲସାନା ଗାଁରେ ଗୋଟିଏ ଘରେ ଚୋରି କରିବା ଉଦ୍ଦେଶ୍ୟରେ ପଶିଥିବା ତିନିଜଣ ଚୋରଙ୍କର ପାଠ ପଢୁଥିବା ଛାତ୍ରୀ ସହିତ ସାମ୍ନାସାମ୍ନୀ ହୋଇଗଲା । ଛାତ୍ରୀ ନିଜ ଜୀବନକୁ ଖାତିର ନ କରି ଚୋରମାନଙ୍କୁ ସାମ୍ନା କଲେ । ସେ ଆହତ ମଧ୍ୟ ହୋଇଗଲେ, ଏହା ସତ୍ତ୍ବେ ମଧ୍ୟ ସାହାସ ଦେଖାଇ ଚୋରମାନଙ୍କୁ ପଳାଇ ଯିବାପାଇଁ ବାଧ୍ୟ କରିଦେଲେ ।

ସୂଚନା ଅନୁଯାୟୀ, ସୁରଟର ପଲସାନା ଥାନା ଅଞ୍ଚଳର ଚଲଥାନ ଅଞ୍ଚଳରେ ରାତି ସାଢେ଼ ଗୋଟେ ସମୟରେ ଚୋରମାନେ ଛୁରୀ ଧରି ଘରେ ପଶିଗଲେ । ଘରେ ପଶିବାପାଇଁ ଚୋରମାନେ ପ୍ରଥମେ ମୁଖ୍ୟ କବାଟର ଶିକୁଳିକୁ ଭାଙ୍ଗିଦେଲେ । ଚୋରମାନଙ୍କୁ ଘରେ ପଶିବାର ଶବ୍ଦ ଘରେ ପାଠ ପଢୁଥିବା 20 ବର୍ଷୀୟ ଛାତ୍ରୀ ରିୟା ଜାଣିବାପରେ ସେ ସତର୍କ ହୋଇଗଲେ ।

3ଜଣ ଚୋରଙ୍କ ସାମ୍ନାରେ ଛାତ୍ରୀ ହରାଇଲେ ନାହିଁ ସାହାସ :-

ଚୋରି କରିବା ଉଦ୍ଦେଶ୍ୟରେ ଘରେ ପଶିଥିବା ଚୋର ଛୁରୀ ନେଇ ରିୟାଙ୍କ ଆଡ଼କୁ ବଢିବାରୁ ସେ ନିଜକୁ ରକ୍ଷା କରିବାପାଇଁ ଚୋରମାନଙ୍କ ସହିତ ଲଢେଇ କଲେ । 3ଜଣ ଚୋରଙ୍କ ସାମ୍ନାରେ ଏକୁଟିଆ ଛାତ୍ରୀ ସାହାସ ହରାଇଲେ ନାହିଁ । ଚୋରମାନେ ତାଙ୍କ ଉପରେ ଛୁରୀ ଦ୍ଵାରା ଆକ୍ରମଣ କଲେ । ହାତରୁ ରକ୍ତ ବାହାରୁଥିଲା, ତଥାପି ସେ ସାମ୍ନା କଲେ । ଶବ୍ଦ ଶୁଣି ତାଙ୍କ ବାପାମାଆ ଏବଂ ସାନ ଭଉଣୀ ମଧ୍ୟ ଉଠିପଡିଲେ ।

ପରୀକ୍ଷା କାରଣରୁ ରାତିରେ ପାଠ ପଢୁଥିଲେ ଛାତ୍ରୀ :-

ଛାତ୍ରୀଙ୍କ ସାହାସ ଦେଖି ଚୋରମାନେ ବାଧ୍ୟ ହୋଇ ପଳାଇଗଲେ । ଚୋରମାନଙ୍କ ଆକ୍ରମଣରେ ଆହତ ରିୟା ପରୀକ୍ଷା କାରଣରୁ ରାତିରେ ପାଠ ପଢୁଥିଲେ । ସେହି ସମୟରେ ଘରର ପଛ ପଟେ ଚୋରମାନେ ପଶି ଆସିଥିଲେ । ତେବେ କଲେଜରେ ଶିଖା ଯାଇଥିବା ଆତ୍ମରକ୍ଷା ଟେକନିକର କିଛି ଷ୍ଟେପ କୁ ମନେ ପକାଇ ନିର୍ଭୟ ହୋଇ ରିୟା ଚୋରମାନଙ୍କର ସାମ୍ନା କଲେ ।

ଚୋରମାନେ ଘରକୁ ଲୁଟିବା ଉଦ୍ଦେଶ୍ୟରେ ଆସିଥିଲେ । ଜଣେ ଚୋର ଛାତ୍ରୀଙ୍କ ଭଉଣୀ ଉପରେ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କଲା । କିନ୍ତୁ ଛାତ୍ରୀ ତୁରନ୍ତ ଚୋର ଆଡ଼କୁ ଦୌଡିଲେ ଏବଂ ତାକୁ ଠେଲିଦେଲେ । ବର୍ତ୍ତମାନ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ବର୍ତ୍ତମାନ ଯାଞ୍ଚ କରିବା ଆରମ୍ଭ କରିଦେଇଛି ।

Leave A Reply

Your email address will not be published.