ନବମ ଶ୍ରେଣୀରେ ପଢ଼ୁଥିବା ଦିଅରକୁ ଭଲପାଇ ବସିଲା ଚାରି ପିଲାର ମା, ଆଉ ପରିଣାମ ଦେଖି ଲୋକମାନଙ୍କର ଲୋମ ଟାଙ୍କୁରୀ ଉଠିଲା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ୟୂପିର ଗୋଣ୍ଡାରେ ଆଉ ଗୋଟିଏ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି । କାରଣ ଏହା ଯେ ସେମାନଙ୍କ ସମ୍ପର୍କକୁ ପରିବାର ଲୋକ ଅନୁମତି ଦେଲେନାହିଁ । ଦୁହେଁ ପରସ୍ପର ମଧ୍ୟରେ ଦିଅର- ଭାଉଜ ଥିଲେ । ଭାଉଜ ଦିଅର ଠାରୁ ବୟସରେ ବହୁତ୍ ବଡ ବୋଲି କୁହାଯାଉଛି । ଏହା ମଧ୍ୟ କୁହାଯାଉଛି ଯେ ମହିଳାଙ୍କର ଚାରିଜଣ ପିଲା ମଧ୍ୟ ଅଛନ୍ତି । ଦିଅର-ଭାଉଜଙ୍କ ଥଟ୍ଟାମଜାର ସମ୍ପର୍କ କେତେବେଳେ ଯେ ପ୍ରେମରେ ବଦଳି ଯାଇଥିଲା, ଏହି ବିଷୟରେ ପରିବାର ଲୋକେ କିଛି ବି ଜାଣିପାରିଲେ ନାହିଁ । ଦୁହେଁ ପରସ୍ପର ସହିତ ଲୁଚି ଛପି ଦେଖା କରୁଥିଲେ । ଗୋଟିଏ ଛାତ ତଳେ ରହି ଭାଉଜ ଦିଅର ସହିତ ଅଧିକ ଭାବ ବଢ଼ିଯାଇଥିଲା ।

ସନ୍ଦେହ ହେବାରୁ ଯେତେବେଳେ ପରିବାର ଲୋକେ ପ୍ରକୃତ କଥା ଜାଣିବାକୁ ଚେଷ୍ଟା କଲେ, ସେତେବେଳେ ଏହାର ଖୁଲାସା ହୋଇଗଲା । ପରିବାର ଲୋକେ ଦୁହିଁଙ୍କ ମଧ୍ୟରେ ଥିବା ଏହି ସମ୍ପର୍କକୁ ନେଇ ବହୁତ୍ ଅସନ୍ତୁଷ୍ଟ ହେଲେ । ଦିଅର ନବମ ଶ୍ରେଣୀରେ ପାଠ ପଢୁଥିଲା । ଦିଅର-ଭାଉଜ ଦୁହେଁ ପରସ୍ପର ମଧ୍ୟରେ ବହୁତ୍ ପ୍ରେମ କରିବାକୁ ଲାଗିଥିଲେ । ଘରଲୋକଙ୍କୁ ଯେତେବେଳେ ଦୁହିଁଙ୍କ ସମ୍ପର୍କ ଭଲ ଲାଗିଲା ନାହିଁ, ସେତେବେଳେ ଦୁହେଁ ଜୀବନକୁ ଶେଷ କରିବାପାଇଁ ସ୍ଥିର କଲେ । ମହିଳା ପିଲାମାନଙ୍କ ବିଷୟରେ ନ ଭାବି ଘରେ ଫାଶୀ ଲଗାଇ ଜୀବନ ଦେଇଦେଲେ । ସେପଟେ ଯେତେବେଳେ ଏ ବିଷୟରେ ଦିଅର ଜାଣିଲା, ସେତେବେଳେ ସେ ମଧ୍ୟ ଘର ବାହାରକୁ ଯାଇ ଆତ୍ମହତ୍ୟା କରିଦେଲା ।

ତେବେ ଗାଁରେ ଗୁରୁବାର ଦିନ ସକାଳେ ଦୁହିଁଙ୍କ ଶବ ଫାଶୀରେ ଝୁଲୁଥିବା ଅବସ୍ଥାରେ ମିଳିଲା । ପୋଲିସ କହିଛି ଯେ ଦୁହିଙ୍କ ଘର ଶହେ ମିଟର ଦୂରରେ ଅବସ୍ଥିତ । ଦିଅର-ଭାଉଜଙ୍କ ସମ୍ପର୍କ କାରଣରୁ ଥଟ୍ଟା ମଜା ପ୍ରେମରେ ବଦଳି ଯାଇଥିଲା । କୁହାଯାଉଛି ଯେ ଦୁହିଙ୍କ ପ୍ରେମ ସମ୍ପର୍କ ବିଷୟରେ ବୁଧବାର ରାତିରେ ପରିବାର ଲୋକ ଜାଣି ଯାଇଥିଲେ । ଏହାପରେ ଗୁରୁବାର ଦିନ ସକାଳ ହେବା ପୂର୍ବରୁ ଭାଉଜ ଘରେ ଫାଶୀ ଲଗାଇ ଦେଲେ ।

ଏହାର ସୂଚନା ମିଳିବା ପରେ ଦିଅର ମଧ୍ୟ ଘର ଛାଡ଼ି ଚାଲିଗଲା । ସକାଳେ ଲୋକମାନେ ଗାଁ ବାହାରକୁ ଶୌଚ ପାଇଁ ଯିବାରୁ ଦେଖିଲେ ଯେ ଦିଅରର ଶବ ଗୋଟିଏ ଆମ୍ବ ଗଛରେ ଝୁଲୁଛି । ସୂଚନା ମିଳିବା ପରେ ପୋଲିସ ଏବଂ ଗାଁର ଅନେକ ଲୋକ ସେଠାରେ ରୁଣ୍ଡ ହୋଇଗଲେ । ଏହି ମାମଲାକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ହେଉଛି । ଏସଓ ପ୍ରମୋଦ କୁମାର କହିଛନ୍ତି ଯେ ଦୁହିଁଙ୍କର ପୋଷ୍ଟମର୍ଟମ କରାଯାଇଛି । ପୋଲିସ ବର୍ତ୍ତମାନ ମାମଲାର ଯାଞ୍ଚ କରୁଛି

Leave A Reply

Your email address will not be published.