ପ୍ରତି ମାସରେ ହେବ ୧ ଲକ୍ଷ ଟଙ୍କା ରୋଜଗାର, ତାହା ପୁଣି YouTube ରେ ମାତ୍ର 1 ଘଣ୍ଟା ସମୟ ବିତାଇ,ଜାଣନ୍ତୁ କିପରି ?

0

Get real time updates directly on you device, subscribe now.

ଯଦି ଆପଣ ୟୁଟ୍ୟୁବରେ ଭିଡିଓ ତିଆରି କରିବାକୁ ଭଲ ପାଆନ୍ତି ଏବଂ ଆଜିକାଲି ନିଜ ଚ୍ୟାନେଲରେ ଭିଡିଓ ଅପଲୋଡ଼ କରନ୍ତି, ତେବେ ଏହାଦ୍ବାରା ଆପଣ ନିଜର ପ୍ରଫେସନ ମଧ୍ୟ କରିପାରିବେ । ଏହା ଆପଣଙ୍କ ଉପରେ ନିର୍ଭର କରେ ଯେ ଆପଣଙ୍କୁ ଏହାକୁ ପାର୍ଟ ଟାଇମ୍ ପାଇଁ ରଖିବାର ଅଛି କିମ୍ବା ଫୁଲ ଟାଇମ୍ । କିନ୍ତୁ ଆପଣ ଯଦି କିଛି ଟିପ୍ସ ଫୋଲୋ କରିବେ, ତେବେ ଏହି ପ୍ଲାଟଫର୍ମ ମାଧ୍ୟମରେ ପ୍ରତିମାସରେ 100000 ଟଙ୍କାରୁ ଅଧିକ ରୋଜଗାର କରିପାରିବେ, ତାହା ପୁଣି ଘରେ ରହି ପ୍ରାୟ 1 ଘଣ୍ଟା ପାଇଁ ୟୁଟ୍ୟୁବ ବ୍ଯବହାର କରି । ଯଦି ଆପଣଙ୍କୁ ଆମ କଥା ମଜାକ ଲାଗୁଛି, ତେବେ ଏପରି ନୁହେଁ, କାରଣ ଏହା ସତ କଥା ଅଟେ ଏବଂ ଆପଣ ମଧ୍ୟ ଚାହିଁଲେ ୟୁଟ୍ୟୁବରୁ ଏତେ ଟଙ୍କା ରୋଜଗାର କରିପାରିବେ ।

କିପରି ରୋଜଗାର କରିପାରିବେ :-

ବର୍ତ୍ତମାନ ସୁଦ୍ଧା ଆପଣ ଏହା ବୁଝିସାରିଥିବେ ଯେ ୟୁଟ୍ୟୁବରେ ରୋଜଗାର କରିବାପାଇଁ ଆପଣଙ୍କୁ କଣ୍ କରିବାକୁ ପଡ଼ିବ । ଆଜ୍ଞା ହଁ, ଆପଣକୁ ୟୁଟ୍ୟୁବରେ ଭିଡିଓ ତିଆରି କରି ପୋଷ୍ଟ କରିବାକୁ ପଡ଼ିବ, କିନ୍ତୁ ଏହା କୌଣସି ସାଧାରଣ ଭିଡିଓ ହେବନାହିଁ ବରଂ ଏଥିରେ ଆପଣଙ୍କର ବୁଦ୍ଧି ଏବଂ କୌତୁହଳ ଦେଖାଯିବା ଉଚିତ୍ ଏବଂ ସେତେବେଳେ ଯାଇ ଆପଣ ଏଥିରୁ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଯଦି ଆପଣ ଏପରି କରିବାର ସଠିକ୍ ଉପାୟ ଜାଣିନଥିବେ, ତେବେ ଆଜି ଆମେ ଆପଣଙ୍କୁ ୟୁଟ୍ୟୁବରେ ଭିଡିଓ ତିଆରି କରିବାର ସବୁଠାରୁ ସଠିକ୍ ଉପାୟ କହିବାକୁ ଯାଉଛୁ ।

ଭିଡିଓର କ୍ୱାଲିଟି ରଖନ୍ତୁ ବେଷ୍ଟ :-

ଯଦି ଆପଣ ୟୁଟ୍ୟୁବ ଭିଡିଓର କ୍ୱାଲିଟି ଭଲ ରଖିବେ ତେବେ ନିଶ୍ଚିତ ଭାବେ ଅଧିକରୁ ଅଧିକ ଲୋକ ଆପଣଙ୍କ ଭିଡିଓ ଦେଖିବେ ଏବଂ ଆପଣଙ୍କର ଇଙ୍ଗେଞ୍ଜମେଣ୍ଟ ମଧ୍ୟ ପଡ଼ିବ । ଏଥିରୁ ଆପଣ ବହୁତ୍ ରୋଜଗାର କରିପାରିବେ, କିନ୍ତୁ ଯଦି ଭିଡ଼ିଓର କ୍ୱାଲିଟି ବେକାର ରହିବ ତେବେ ଭିଡ଼ିଓରୁ ରୋଜଗାର କରିବାର ଅବସର ମଧ୍ୟ କମିଯିବ ।

କଣ୍ଟେଣ୍ଟ ରଖନ୍ତୁ ଶକ୍ତିଶାଳୀ :-

ଆପଣଙ୍କୁ ସବୁବେଳେ ଭଲ କଣ୍ଟେଣ୍ଟ ଏବଂ ସବଜେକ୍ଟ ଉପରେ ହିଁ କାମ କରିବାକୁ ପଡ଼ିବ, କାରଣ ଭଲ କଣ୍ଟେଣ୍ଟ ହିଁ ଅଧିକରୁ ଅଧିକ ଲୋକଙ୍କୁ ଆପଣଙ୍କ ସହିତ ଇଙ୍ଗେଜ କରିବାରେ ସାହାଯ୍ୟ କରିବ ଏବଂ ଆପଣଙ୍କ ୟୁଜର ବଢି ଚାଲିବେ ଏବଂ ଭ୍ୟୁ ମଧ୍ୟ ବଢିବ ।

ଭିଡିଓ 3 ମିନିଟରୁ କମ କରନ୍ତୁ ନାହିଁ :-

ଯଦି ଆପଣ ୟୁଟ୍ୟୁବରେ ଭିଡିଓ ତିଆରି କରୁଛନ୍ତି ଏବଂ ଆପଣଙ୍କର ଉଦ୍ଦେଶ୍ୟ ରୋଜଗାର କରିବା ଅଟେ, ତେବେ ସର୍ବପ୍ରଥମେ ଚେଷ୍ଟା କରନ୍ତୁ ଯେ ଭିଡ଼ିଓର ଟାଇମିଙ୍ଗ 3 ମିନିଟରୁ କମ ନ ହେବ । ଯଦି ଆପଣ ଏପରି ନ କରିବେ ତେବେ ଏଥିରୁ ରୋଜଗାର କରିପାରିବେ ନାହିଁ ଏବଂ ସବୁବେଳେ ଆପଣଙ୍କୁ 3 ମିନିଟରୁ ଅଧିକ ଥିବା ଭିଡିଓ କରିବାକୁ ପଡିବ ।

ଲଗାତାର ଭିଡିଓ ପୋଷ୍ଟ କରନ୍ତୁ :-

ଆରମ୍ଭରେ ଆପଣ ଦିନକୁ ଗୋଟିଏ ଭିଡିଓ ପୋଷ୍ଟ କରିପାରିବେ । ଯଦି ଆପଣ ଅଧିକ ଇଙ୍ଗେଜମେଣ୍ଟ ଚାହୁଁଛନ୍ତି ତେବେ ଦିନକୁ ଦୁଇଟି ଭିଡିଓ ପୋଷ୍ଟ କରିପାରିବେ । କିନ୍ତୁ ମନେରଖିବେ ଯେ ଏଥିରେ ଯେମିତି କୌଣସି ଅବହେଳା ନ ହୁଏ, ନଚେତ୍ ଇଙ୍ଗେଜମେଣ୍ଟ କମ୍ ହୋଇଯିବ ।

Leave A Reply

Your email address will not be published.