ଚଳନ୍ତି ସାଇକେଲରେ ମୁଣ୍ଡରେ ବୋଝ ରଖି ପେଡାଲ ମାରିମାରି ଦ୍ରୁତଗତିରେ ଆରାମସେ ଯାଉଛନ୍ତି ଯୁବକ,ଭିଡ଼ିଓ ଦେଖିଲେ ଚକିତ ହୋଇଯିବେ !

0

Get real time updates directly on you device, subscribe now.

ବିଜନେସ ମାଷ୍ଟର ଆନନ୍ଦ ମହିନ୍ଦ୍ରା ନା କେଵଳ ନିଜ ଉଦ୍ୟମ କୈଶଳ ପାଇଁ ପରିଚିତ ଏହାସହ ସୋସିଆଲ ମିଡ଼ିଆ ପୋଷ୍ଟ ପାଇଁ ମଧ୍ୟ ପରିଚିତ|ଏଥର ମଧ୍ୟ ଏକ ଭଲ ଭିଡିଓ କ୍ଲିପ ମାଧ୍ୟମରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି|ଏହି ଭିଡିଓକୁ ସେୟାର କରି ସେ “ଅସାଧାରଣ ମଣିଷ ” କହିଛନ୍ତି|ଦେଶୀ ଯୁଗାଡ ଜରିଆରେ ବ୍ୟକ୍ତି ଏକ ଅଜବ ଟେକନିକ ଲଗାଇଛନ୍ତି|ଏହା ଦେଖି ଲୋକଙ୍କ ହୋଶ ଉଡିଗଲା|ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ|

ଆନନ୍ଦ ମହିନ୍ଦ୍ରାଙ୍କ ଦ୍ଵାରା ପୋଷ୍ଟ କରାଯାଇଥିବା କ୍ଲିପରେ ଜଣେ ବ୍ୟକ୍ତି ସାଇକେଲରେ ଯାଉଥିବା ଦେଖାଯାଏ|ଆପଣ କହିବେ ସାଇକେଲ ଚଳାଇବାରେ କ’ଣ ଏପରି ଖାସ ରହିଛି|ବ୍ୟକ୍ତି ସାମାନ୍ୟ ଭାବେ ସାଇକେଲରେ ଯାଉନାହିଁ ସେ ନିଜର ମୁଣ୍ଡରେ ବସ୍ତାଧରି ନିଜ ସାଇକେଲକୁ ନିୟନ୍ତ୍ରଣ କରୁଛି|ବ୍ୟକ୍ତି ଦୁଇ ହାତର ବ୍ୟବହାର ବସ୍ତା‌ ଧରିବାରେ ବ୍ୟବହାର କରୁଛି ନା କି ସାଇକେଲ ସମ୍ଭାଳିବା ପାଇଁ|

ଆନନ୍ଦ ମହିନ୍ଦ୍ରା ଟୁଇଟରରେ ଭିଡିଓ ସେୟାର କରି ଲେଖିଛନ୍ତି,”ଏହି ବ୍ୟକ୍ତି ଏକ ଅସାଧାରଣ ମଣିଷ|ଅବିଶ୍ୱସନୀୟ ନିୟନ୍ତ୍ରଣ ରହିଛି|ଯଦିଓ ମୋତେ ଦୁଃଖ ଲାଗୁଛି ଯେ ଆମ ଦେଶରେ ଏଭଳି ବହୁ ଲୋକଙ୍କ ପାଖରେ ଟ୍ୟାଲେଣ୍ଟ ରହିଛି|ଏଭଳି ଲୋକ ପ୍ରତିଭାଶାଳୀ ଜିମ୍ନାଷ୍ଟ ବା ଖେଳାଳି ହୁଅନ୍ତୁ କେଵଳ ଚିହ୍ନିତ ବା ପ୍ରଶିକ୍ଷତ ନାହିଁ|ଏହି ଆଶ୍ଚର୍ଯ୍ୟର ଭିଡିଓକୁ ୧୩ ଲକ୍ଷରୁ ଉର୍ଦ୍ଧ୍ବ ଥର ଦେଖାଯାଇଛି ଓ ୮୩ ହଜାରରୁ ଉର୍ଦ୍ଧ୍ବ ଲାଇକ ମିଳିଛି|ଦେଶସାରା ଲୋକ ଏହି ପ୍ରତିଭା ଦେଖି ଚକିତ ହୋଇଛନ୍ତି ଓ ୟୁଜର୍ସ କହିଛନ୍ତି ଏଭଳି ଲୁପ୍ତ ପ୍ରତିଭା ଦେଶରେ ପଡି ରହିଛନ୍ତି|

Leave A Reply

Your email address will not be published.