RRR Box Office : ଏସଏସ ରାଜାମୌଲୀର ଫିଲ୍ମ ଲେଖିଲା ଇତିହାସ, 5 ଦିନର ରୋଜଗାର ଶୁଣିଲେ ହୋସ ଉଡ଼ିଯିବ

0

Get real time updates directly on you device, subscribe now.

ଏସଏସ ରାଜାମୌଲୀର ଫିଲ୍ମ RRR ପ୍ରତି ଦିନ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି । ଫିଲ୍ମର ଦମଦାର ଷ୍ଟାରକାଷ୍ଟ ରାମ ଚରଣ, ଜୁନିୟର ଏନଟିଆର, ଆଲିଆ ଭଟ୍ଟ, ଅଜୟ ଦେବଗନ୍, ଓଲିଭୀୟା ମରିସ, ରେ ଷ୍ଟିଭେନସନ୍ ଏବଂ ଏଲିସନ୍ ଡୋଡିଙ୍କ ଯାଦୁ ଲୋକଙ୍କୁ ଦିବାନା କରିଛି । ତେଣୁ ବର୍ତ୍ତମାନ ଫିଲ୍ମ ସାରା ଦୁନିଆରେ ମାତ୍ର 5 ଦିନରେ ହିଁ 600 କୋଟି ଟଙ୍କାରୁ ଅଧିକ କଲେକ୍ସନ କରିଛି ।

600 କୋଟି କ୍ଲବରେ ପହଞ୍ଚିଲା ଫିଲ୍ମ :-

ବୁଧବାର ଦିନ ଫିଲ୍ମ ଏନାଲିଷ୍ଟ, ମନୋବାଲା ବିଜୟବାଲନ ଟ୍ୱୀଟ କରିଛନ୍ତି, ” ୱାର୍ଲ୍ଡଭାଇଡ ବକ୍ସ ଅଫିସ କେବଳ 5 ଦିନ ମଧ୍ୟରେ 600 କୋଟି କ୍ଲବରେ ପ୍ରବେଶ କରିଛି । ପ୍ରଥମଦିନ ଶୁକ୍ରବାର – 257.15 କୋଟି ଟଙ୍କା, ଦ୍ୱିତୀୟ ଦିନ ଶନିବାର – 114.38 କୋଟି ଟଙ୍କା, ତୃତୀୟ ଦିନ ରବିବାର – 118.63 କୋଟି ଟଙ୍କା, ଚତୁର୍ଥ ଦିନ ସୋମବାର – 72.80 କୋଟି ଟଙ୍କା, ପଞ୍ଚମ ଦିନ ମଙ୍ଗଳବାର – 58.46 କୋଟି ଟଙ୍କା, ମୋଟ – 621.42 କୋଟି ଟଙ୍କା ।”

ହିନ୍ଦୀ ଭର୍ସନରେ “ବାହୁବଳୀ : ଦି ବିଗିନିଙ୍ଗ” କୁ ହରାଇଲା :-

‘RRR’ ଶୀଘ୍ର “ବାହୁବଳୀ : ଦି ବିଗିନିଙ୍ଗ”ର ଲାଇଫଟାଇମ କଲେକ୍ସନକୁ ପଛରେ ପକାଇ ଦେବ, ଯାହା ରାଜାମୌଲୀର ସବୁଠାରୁ ବଡ ଆକ୍ସନ ଫିଲ୍ମ ସିରିଜ ‘ ବାହୁବଳୀ’ ର ପ୍ରଥମ ଫିଲ୍ମ ଥିଲା, ଯିଏ ନିଜର ହିନ୍ଦୀ ଭର୍ସନରେ ମୋଟ ମିଶାଇ ପ୍ରାୟ 118 କୋଟି ଟଙ୍କାର କଲେକ୍ସନ କରିଥିଲା । RRR ର ହିନ୍ଦୀ ଭର୍ସନ ପ୍ରଥମ ପାଞ୍ଚ ଦିନରେ 107.59 କୋଟି ଟଙ୍କାର କଲେକ୍ସନ କରିଛି ।

କରିଛି ଏତେ ରେକର୍ଡ :-

ଫିଲ୍ମ ବର୍ତ୍ତମାନ ସୁଦ୍ଧା ଅନେକ ରେକର୍ଡ ସୃଷ୍ଟି କରିଛି ଏବଂ ଶୀଘ୍ର ଆଊ କିଛି ରେକର୍ଡ କରିବାକୁ ଯାଉଛି । ବଲିଉଡର ଟ୍ରେଡ ଏନାଲିଷ୍ଟ ତରଣ ଆଦର୍ଶ ଟ୍ୱୀଟ କରିଛନ୍ତି, “1. #RRR HINDI ବେଞ୍ଚମାର୍କ… #SSRajamouli ର 100 କୋଟି ଟଙ୍କା ପାର କରିଥିବା ତୃତୀୟ ଫିଲ୍ମ, #JrNTR -#ରାମଚରଣଙ୍କ ପ୍ରଥମ ଶତକ, ପ୍ରଥମ ସପ୍ତାହ ରେ ।

2. #Baahubali [2015] ର ଲାଇଫଟାଇମ ବିଜ କୁ ପାର କରିବ ।

3. 600 କୋଟି ଟଙ୍କା ରୋଜଗାର କରିଥିବା ଫିଲ୍ମ(ମହାମାରୀ ପରେ),

#Sooryavanshi, #83TheFilm, #Pushpa, #GangubaiKathiawadi ଏଵଂ #TKF’ ବ୍ୟତୀତ ।”

Leave A Reply

Your email address will not be published.